ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଅବସରରେ ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ଚୁକ୍ତି ଉପରେ ଆଲୋଚନା ଜୋର୍ ଧରିଛି। ଭାରତୀୟ ବାୟୁସେନା (IAF) ଦ୍ୱାରା ‘ଗେମ୍ ଚେଞ୍ଜର୍’ ବୋଲି କୁହାଯାଉଥିବା S-400ର ସଫଳତା ପରେ, ଭାରତ ଏହାର ଆହୁରି ଉନ୍ନତ ସଂସ୍କରଣ S-500 ‘ପ୍ରୋମିଥିୟସ୍’ ପ୍ରତି ଆଗ୍ରହ ଦେଖାଇଛି। ସବୁଠାରୁ ବଡ଼ ଖବର ହେଉଛି, ଏହି ଅତ୍ୟାଧୁନିକ ମିସାଇଲ୍ ସିଷ୍ଟମର ସହ-ଉତ୍ପାଦନ (Joint Production) ଭାରତରେ ହେବାର ସମ୍ଭାବନା ବହୁତ ଅଧିକ।S-500ର ସବୁଠାରୁ ବଡ଼ ଖାସ୍ କଥା ହେଉଛି ଏହା ଶତ୍ରୁପକ୍ଷର ହାଇପରସୋନିକ୍ ଅସ୍ତ୍ର ଏବଂ ମହାକାଶ ସୀମାରେ ଥିବା ଉପଗ୍ରହକୁ ମଧ୍ୟ ଧ୍ୱଂସ କରିପାରିବ। ଏହି କ୍ଷମତା ଏହାକୁ ଏକ ‘ରାଷ୍ଟ୍ରୀୟ ଏବଂ ସ୍ପେସ୍ ଫୋର୍ଟ୍ରେସ୍’ (National and Space Fortress) ରୂପେ ପ୍ରତିଷ୍ଠିତ କରୁଛି।




















