• Latest
  • Trending
odisha.newsroom.in

ଟ୍ରମ୍ପଙ୍କ ଘର ପାଖରେ ଫୁଟିଲା ଗୁଳି…ବିଶ୍ଵବ୍ୟାପୀ ଚର୍ଚ୍ଚା, ବଢ଼ିଲା ସୁରକ୍ଷା

Apr-06-2026 11:52 AM IST
odisha.newsroom.in

ବିଜେପିରେ ଯୋଗଦେବା ପରେ ଲିଆଣ୍ଡରଙ୍କୁ X Category ସୁରକ୍ଷା କାହିଁକି ? ଉଠିଲା ପ୍ରଶ୍ନ…

Apr-06-2026 02:09 PM IST
odisha.newsroom.in

ଛାଡ଼ପତ୍ର ପରେ ଝିଅକୁ ଶୋଭାଯାତ୍ରା କରି ଘରକୁ ଫେରାଇଆଣିଲେ ବାପା

Apr-06-2026 11:34 AM IST
odisha.newsroom.in

ଟ୍ରମ୍ପଙ୍କ ସାନି ଅଲ୍ଟିମେଟମ୍…ଶାନ୍ତିଚୁକ୍ତି ନକଲେ ୪୮ ଘଣ୍ଟାରେ ଇରାନକୁ ଉଡ଼ାଇଦେବୁ

Apr-06-2026 11:06 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Apr-06-2026 10:29 AM IST
ଟ୍ରମ୍ପଙ୍କ ଚେତାବନୀ! ଇରାନ ହେବ ଶ୍ମଶାନ? 

ଟ୍ରମ୍ପଙ୍କ ଚେତାବନୀ! ଇରାନ ହେବ ଶ୍ମଶାନ? 

Apr-05-2026 11:57 PM IST
ରାଘବଙ୍କ ଫିଲ୍ମି ଜବାବ

ରାଘବଙ୍କ ଫିଲ୍ମି ଜବାବ

Apr-05-2026 11:55 PM IST
ଓଲଟିଗଲା ଯୁଦ୍ଧ, ବଦଳିଗଲା କାହାଣୀ

ଓଲଟିଗଲା ଯୁଦ୍ଧ, ବଦଳିଗଲା କାହାଣୀ

Apr-05-2026 11:53 PM IST
ଆଜିର  ରାଶିଫଳ

ଆଜିର ରାଶିଫଳ

Apr-05-2026 08:35 AM IST
odisha.newsroom.in

ଓଡ଼ିଶାର ଗର୍ବ ପାୟଲ ନାଗ…ବିଶ୍ୱର ଏକ ନମ୍ବର ତୀରନ୍ଦାଜଙ୍କୁ ହରାଇ ଜିତିଲେ ସ୍ୱର୍ଣ୍ଣ ପଦକ

Apr-04-2026 07:11 PM IST
odisha.newsroom.in

ଆପକୁ ରାଘବଙ୍କ ‘ଧୂରନ୍ଧର’ କଟାକ୍ଷ…‘ଘାୟଲ୍ ହୁଁ ଇସିଲିୟେ ଘାତକ୍ ହୁଁ’

Apr-04-2026 04:08 PM IST
  • About
  • Careers
  • Contact Us
Monday, April 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଟ୍ରମ୍ପଙ୍କ ଘର ପାଖରେ ଫୁଟିଲା ଗୁଳି…ବିଶ୍ଵବ୍ୟାପୀ ଚର୍ଚ୍ଚା, ବଢ଼ିଲା ସୁରକ୍ଷା

by M M
Apr-06-2026 11:52 AM IST
in ଦେଶ ବିଦେଶ, ବଡ଼ ଖବର
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାରୀ ବାସଭବନ ହ୍ୱାଇଟ୍ ହାଉସ୍ ପାଖରେ ଏକ ଆତଙ୍କଜନକ ଘଟଣା ଘଟିଛି। ଗତ ମଧ୍ୟରାତ୍ରିରେ (ଏପ୍ରିଲ୍ ୫ ତାରିଖ ରବିବାର) ହ୍ୱାଇଟ୍ ହାଉସ୍ ଠାରୁ କିଛି ମିଟର୍ ଦୂରରେ ଥିବା ଲାଫାୟେଟ୍ ପାର୍କ ନିକଟରେ ଗୁଳି ଫୁଟିବା ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ ଭିତରେ ଉପସ୍ଥିତ ଥିଲେ।

ଯୁକ୍ତରାଷ୍ଟ୍ର ସିକ୍ରେଟ୍ ସର୍ଭିସ୍ ପକ୍ଷରୁ ଜଣାପଡ଼ିଛି ଯେ, ମଧ୍ୟରାତ୍ରି ପରେ ଲାଫାୟେଟ୍ ପାର୍କ ନିକଟରେ ଫାୟାରିଂ ହୋଇଥିବା ଖବର ପାଇ ତୁରନ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାର୍କ ଏବଂ ଆଖପାଖ ଅଞ୍ଚଳରେ ତଦନ୍ତ କରାଯିବାପରେ ଏକ ଅଜଣା ଯାନ ଓ ବ୍ୟକ୍ତିଙ୍କୁ ଖୋଜାଯାଉଛି। ତଥାପି ଏ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧକୁ ଧରିବାକୁ ସମର୍ଥ ହୋଇ ନାହାନ୍ତି। ଏହି ଗୁଳିମାଡ଼ରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି ଏବଂ କୌଣସି କ୍ଷୟକ୍ଷତି ମଧ୍ୟ ହୋଇନାହିଁ।

ହ୍ୱାଇଟ୍ ହାଉସ୍ କାର୍ଯ୍ୟକ୍ରମ ସ୍ୱାଭାବିକ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ସିକ୍ରେଟ୍ ସର୍ଭିସ୍ ସହ ମେଟ୍ରୋପଲିଟାନ୍ ପୋଲିସ୍ ଏବଂ ୟୁ.ଏସ୍. ପାର୍କ ପୋଲିସ୍ ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି।ଏହି ଘଟଣା ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ଆକ୍ରମଣ ନା କୌଣସି ବ୍ୟକ୍ତିଗତ ଘଟଣା ତାହା ସ୍ପଷ୍ଟ ହୋଇନାହିଁ। ଲାଫାୟେଟ୍ ପାର୍କ କିଛି ସପ୍ତାହ ଧରି ରେନୋଭେସନ୍ କାର୍ଯ୍ୟ ପାଇଁ ବନ୍ଦ ରଖାଯାଇଥିଲା। ରାଷ୍ଟ୍ରପତି ଟ୍ରମ୍ପ୍ ଏହି ସପ୍ତାହାନ୍ତରେ ହ୍ୱାଇଟ୍ ହାଉସ୍‌ରେ ରହିଥିଲେ ଏବଂ ଆଜି ପରିବାର ସହ ଇଷ୍ଟର୍ ଡିନର୍ ଆୟୋଜନ କରୁଥିଲେ।

ହ୍ୱାଇଟ୍ ହାଉସ୍ ପକ୍ଷରୁ ଏ ଘଟଣା ଉପରେ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ତଥାପି ଏହି ମଧ୍ୟରାତ୍ରି ଗୁଳିମାଡ଼ ଆମେରିକାର ସବୁଠାରୁ ସୁରକ୍ଷିତ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି। ସିକ୍ରେଟ୍ ସର୍ଭିସ୍ କହିଛି ଯେ, ହ୍ୱାଇଟ୍ ହାଉସ୍ କାର୍ଯ୍ୟକ୍ରମ ସ୍ୱାଭାବିକ ରହିଛି କିନ୍ତୁ ସୁରକ୍ଷା ସ୍ତର ବୃଦ୍ଧି କରାଯାଇଛି।ଏହି ଘଟଣା ବର୍ତ୍ତମାନ ଆନ୍ତର୍ଜାତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ତଦନ୍ତର ଅଗ୍ରଗତି ଉପରେ ନଜର ରଖାଯାଉଛି।

Tags: firingTRUMPwhite house
Share196Tweet123
M M

M M

ଆଜିର ପାଗ

Bhubaneswar
April 6, 2026, 3:45 PM
 

SSW
Slight rain showers
32°C
2.5 m/s
Apparent: 32°C
Pressure: 1008 mb
Humidity: 93%
Winds: 2.5 m/s SSW
Windgusts: 6.6 m/s
UV-Index: 0
Precip.: 7.6mm /60% / Rain
Sunrise: 5:35 AM
Sunset: 6:02 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom