• Latest
  • Trending
odisha.newsroom.in

ପୁଣି ତେଜିଲା ମେଟ୍ରୋ ରାଜନୀତି…ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

Apr-10-2026 12:34 PM IST
ଓଡ଼ିଆ ଅସ୍ମିତା: କଥାରେ ନା କାମରେ ?

ଓଡ଼ିଆ ଅସ୍ମିତା: କଥାରେ ନା କାମରେ ?

Apr-10-2026 08:57 PM IST
odisha.newsroom.in

ନୂଆ UPI ନିୟମ ଆଣିଲା RBI…ଏଣିକି ଅଧିକ ଟଙ୍କା ପଠାଇଲେ କରିବାକୁ ପଡ଼ିବ ଅପେକ୍ଷା !

Apr-10-2026 06:44 PM IST
odisha.newsroom.in

ରାତି ପାହିଲେ ଶାନ୍ତି ଆଲୋଚନା…ହର୍ମୁଜରେ ହଜିଗଲା ଆମେରିକାର ଅତ୍ୟାଧୁନିକ ଡ୍ରୋନ୍ MQ-4C Triton

Apr-10-2026 05:15 PM IST
odisha.newsroom.in

ସୌମ୍ୟଙ୍କ ନୂଆ ସ୍ବପ୍ନ…ବିଜୁଶ୍ରାଦ୍ଧ ଦିବସରେ ଗଠନ ହେବ ‘ଓଡ଼ିଶା ନାଗରିକ ମଞ୍ଚ’

Apr-10-2026 04:00 PM IST
odisha.newsroom.in

ଟ୍ରମ୍ପଙ୍କ କଥା ଶୁଣୁନି ଇସ୍ରାଏଲ୍…ଯୁଦ୍ଧ ବିରତି ସତ୍ତ୍ୱେ ଲେବାନନ ଉପରେ ଭୟଙ୍କର ହମଲା

Apr-10-2026 03:03 PM IST
odisha.newsroom.in

ବିଜୁ ଲିଗାସି ନିଆଁରେ ଘିଅ ଢାଳିଲେ ସୌମ୍ୟରଂଜନ…ବଢ଼ିଲା ଚର୍ଚ୍ଚା

Apr-10-2026 02:38 PM IST
odisha.newsroom.in

ଘରୁ ଟଙ୍କା ମିଳିବାର ବର୍ଷେ ପରେ ଇସ୍ତଫା ଦେଲେ ଜଷ୍ଟିସ ଯଶୱନ୍ତ ବର୍ମା

Apr-10-2026 12:57 PM IST
odisha.newsroom.in

କଡ଼ା ସୁରକ୍ଷା ବଳୟରେ ଇସଲାମାବାଦ, ୧୧ ରେ ଆମେରିକା-ଇରାନ ଆଲୋଚନା

Apr-10-2026 11:36 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Apr-10-2026 10:45 AM IST
ଇରାନର ଅଡୁଆ ସର୍ତ୍ତ

ଇରାନର ଅଡୁଆ ସର୍ତ୍ତ

Apr-09-2026 11:26 PM IST
  • About
  • Careers
  • Contact Us
Saturday, April 11, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ପୁଣି ତେଜିଲା ମେଟ୍ରୋ ରାଜନୀତି…ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତାଙ୍କ ଚିଠି

by M M
Apr-10-2026 12:34 PM IST
in ରାଜନୀତି, ରାଜ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପକୁ ରଦ୍ଦ କରିବା ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ପରେ ରାଜନୈତିକ ବିତର୍କ ପୁଣି ଥରେ ମୁଣ୍ଡ ଟେକିଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ବିସ୍ତୃତ ଚିଠି ଲେଖି ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ନିବେଦନ କରିଛନ୍ତି।

ଏପ୍ରିଲ୍ ୪ ତାରିଖରେ ରାଜ୍ୟ କ୍ୟାବିନେଟ୍ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (ଡିଏମ୍‌ଆର୍‌ସି) ସହିତ ଥିବା ଚୁକ୍ତିକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଥିଲା। ଏହା ପରେ ରାଜଧାନୀରେ ମେଟ୍ରୋ ପ୍ରକଳ୍ପ ନେଇ ବିତର୍କ ଆରମ୍ଭ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏପ୍ରିଲ୍ ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପ୍ରକଳ୍ପର ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି।

ଚିଠିରେ ସାଂସଦ ଷଡଙ୍ଗୀ ଲେଖିଛନ୍ତି ଯେ, ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହା ସହିତ ଟ୍ରାଫିକ୍ ଜାମ୍ ଓ ପରିବହନ ଉପରେ ଚାପ ବଢ଼ିଛି। ମେଟ୍ରୋ ପ୍ରକଳ୍ପ କେବଳ ଏକ ଲାଭଜନକ ପ୍ରକଳ୍ପ ନୁହେଁ, ବରଂ ଜନସାଧାରଣଙ୍କ ସୁବିଧା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବର୍ତ୍ତମାନର ନିଷ୍ପତ୍ତି ଜନସାଧାରଣଙ୍କ ଦାବି ଓ ରାଜଧାନୀର ଦୀର୍ଘକାଳୀନ ନଗର ଯୋଜନା ସହିତ ମେଳ ଖାଉନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ସାଂସଦ ଷଡଙ୍ଗୀ ଆହୁରି କହିଛନ୍ତି ଯେ, ମେଟ୍ରୋ ରେଲ୍ ବରିଷ୍ଠ ନାଗରିକ, ମହିଳା, ଛାତ୍ର-ଛାତ୍ରୀ ଓ କର୍ମଜୀବୀଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଏହା ଯାତାୟାତ ସମସ୍ୟାର ସ୍ଥାୟୀ ସମାଧାନ ଆଣିପାରିବ। ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ଏପ୍ରିଲ୍ ୪ ତାରିଖର କ୍ୟାବିନେଟ୍ ନିଷ୍ପତ୍ତିକୁ ପୁନଃବିଚାର କରି ପ୍ରକଳ୍ପକୁ ଆଗକୁ ବଢ଼ାଯାଉ। ଏଥିରେ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ ଓ ଅର୍ଥ ସହାୟତା ପାଇଁ ସେ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଚିଠି ପରେ ସାଂସଦ ଷଡଙ୍ଗୀ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି, “ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ସହିତ କଥା ହୋଇଛି ଏବଂ ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପ ସ୍ଥଗିତ କରିବାର ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତିକୁ ପୁନଃବିଚାର କରିବାକୁ ଅନୁରୋଧ କରିଛି। କେତେକ ପ୍ରକଳ୍ପ ଜନହିତ ପାଇଁ କରାଯାଏ, ଲାଭ ପାଇଁ ନୁହେଁ।

ଏହି ଘଟଣା ପରେ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ନେଇ ଆଲୋଚନା ପୁଣି ତେଜିଛି। ବିରୋଧୀ ଦଳ ଓ ସାଧାରଣ ଜନତା ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଦେଇଛି। କେହି କେହି ପ୍ରକଳ୍ପର ଆର୍ଥିକ ଦିଗ ନେଇ ପ୍ରଶ୍ନ ଉଠାଉଛନ୍ତି ତ ଆଉ କେହି ଜନସାଧାରଣଙ୍କ ସୁବିଧା ଓ ନଗର ବିକାଶ ଦୃଷ୍ଟିରୁ ଏହାକୁ ଆଗକୁ ବଢ଼ାଇବାକୁ ଦାବି କରୁଛନ୍ତି।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ବିଷୟରେ ଏ ଯାଏଁ କୌଣସି ପ୍ରତିକ୍ରିୟା ମିଳିନାହିଁ। ସାଂସଦଙ୍କ ଚିଠି ଉପରେ ସରକାର କି ନିଷ୍ପତ୍ତି ନେବେ, ତାହା ଏବେ ଦେଖିବାକୁ ବାକି ରହିଲା।

Tags: bhubaneswar mpmetro politicsmohan majhi
Share196Tweet123
M M

M M

ଆଜିର ପାଗ

Bhubaneswar
April 11, 2026, 1:36 AM
 

SSW
Partly cloudy
27°C
2.6 m/s
Apparent: 33°C
Pressure: 1009 mb
Humidity: 95%
Winds: 2.6 m/s SSW
Windgusts: 7.5 m/s
UV-Index: 0
Precip.: 0mm /3% / Rain
Sunrise: 5:31 AM
Sunset: 6:03 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom