ବିଜୁ-ନବୀନ ଟ୍ରଷ୍ଟ ନେଇ ପୋଷ୍ଟର ଯୁଦ୍ଧ ଏବେ ଜୋରଦାର । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅଜଣା ପୋଷ୍ଟର ଲାଗିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଠିତ ‘ବିଜୁ ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ୍’ ଟ୍ରଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ବିବାଦ ଜାରି ରହିଛି।
ଏହି ବିବାଦ ଏବେ ପୋଷ୍ଟର ଯୁଦ୍ଧର ରୂପ ନେଇଛି। ଭୁବନେଶ୍ୱରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଜଣା ଲୋକଙ୍କ ଦ୍ୱାରା ପୋଷ୍ଟର ଲଗାଯାଇଛି। ଏହି ପୋଷ୍ଟରରେ ଟ୍ରଷ୍ଟର ଉଦ୍ଦେଶ୍ୟ, ଅର୍ଥ ଉତ୍ସ ଏବଂ ନେତୃତ୍ୱ ନେଇ ପ୍ରଶ୍ନ ଉଠାଯାଇଛି। କେତେକ ପୋଷ୍ଟରରେ କାର୍ଟୂନ ଚିତ୍ର ସହିତ ଲେଖାଯାଇଛି – “ବିଜୁ-ନବୀନ ଟ୍ରଷ୍ଟ କାହା ପାଇଁ? କେଉଁ ଅର୍ଥ ଆସୁଛି?” ଏପରି ପ୍ରଶ୍ନ ଉଠାଯାଇଛି।
ଟ୍ରଷ୍ଟଟି ୨୦୨୫ ମସିହା ମେ ମାସ ୯ ତାରିଖରେ ଦିଲ୍ଲୀରେ ରେଜିଷ୍ଟର୍ଡ ହୋଇଥିଲା। ଏହାର ସଭାପତି ଭାବେ ଭି.କେ. ପାଣ୍ଡିଆନ ଏବଂ ସଚିବ ଭାବେ ରାଜ୍ୟସଭା ସାଂସଦ ସନ୍ତ୍ରୁପ୍ତ ମିଶ୍ରଙ୍କୁ ରଖାଯାଇଛି। ନବୀନ ପଟ୍ଟନାୟକ ଏହାକୁ ନିଜର ବ୍ୟକ୍ତିଗତ ଉଦ୍ୟମ ବୋଲି କହିବା ସହ “ବିଜୁ ବାବୁଙ୍କ ନାଁରେ ଟ୍ରଷ୍ଟ ଗଠନ କରିଥିବା ଘୋଷଣା କରିଛନ୍ତି।
ଏହା ଓଡ଼ିଶା ଲୋକଙ୍କ କଲ୍ୟାଣ ପାଇଁ। ମୋ ନିଜ ପାଣ୍ଠିରୁ ମାତ୍ର ୧ ଲକ୍ଷ ଟଙ୍କାରୁ ଆରମ୍ଭ କରିଥିଲି। ବିଜେଡି କିମ୍ବା କୌଣସି ଦଳର ଟଙ୍କା ଏଥିରେ ବ୍ୟବହାର ହେବ ନାହିଁ । କିନ୍ତୁ ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ର ସମେତ ଅନ୍ୟ ନେତାମାନେ ଏହି ଟ୍ରଷ୍ଟକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।
ସେମାନେ କହୁଛନ୍ତି ଯେ ଟ୍ରଷ୍ଟ କାହିଁକି ଦିଲ୍ଲୀରେ ରେଜିଷ୍ଟର୍ଡ ହେଲା, କାହିଁକି ଏତେ ଦିନ ଲୁଚାଯାଇଥିଲା ଏବଂ ଏହା ଦଳର ସମ୍ପତ୍ତି କିମ୍ବା ଫଣ୍ଡ ସହ ଜଡ଼ିତ କି ନୁହେଁ, ତାହା ସ୍ପଷ୍ଟ କରାଯାଉ । ଓଡ଼ିଶା ହାଇକୋର୍ଟରେ ଏହି ଟ୍ରଷ୍ଟର ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା (PIL) ମଧ୍ୟ ଦାୟର ହୋଇଛି। ନବୀନ ପଟ୍ଟନାୟକ ଗତ ସପ୍ତାହରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ବେକର ଅପରେସନ ପୂର୍ବରୁ ଏହି ଟ୍ରଷ୍ଟ ଗଠନ କରିଥିଲେ ଏବଂ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଉଦ୍ୟମ।
କିନ୍ତୁ ବିରୋଧୀ ପକ୍ଷ ଏହାକୁ ମାନିବାକୁ ନାରାଜ । ସେମାନେ ପୋଷ୍ଟର ମାଧ୍ୟମରେ ପ୍ରଶ୍ନ ଉଠାଉଛନ୍ତି। ଏହି ପୋଷ୍ଟର ଯୁଦ୍ଧ ଏବେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡି ଏବଂ ବିଜେପି ମଧ୍ୟରେ ଏ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)










/odishatv/media/media_files/2026/03/25/naa-2026-03-25-12-43-50.jpg?w=750&resize=750,375&ssl=1)