• Latest
  • Trending
ବିଜେଡିରେ କଣ ସବୁ ଚାଲିଛି: ଖାଲି ହୋଇଯିବ କି ବିଜେଡି ?

ବିଜେଡିରେ କଣ ସବୁ ଚାଲିଛି: ଖାଲି ହୋଇଯିବ କି ବିଜେଡି ?

October 3, 2024

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025

ଭଲ ଖାଦ୍ୟ ଖାଉଥିଲେ, ମୋନିକାଙ୍କୁ କେମିତି ହେଲା କ୍ୟାନସର

August 13, 2025

ଟଙ୍କା କେଉଁଠି କରିବେ ନିବେଶ

August 11, 2025

ମୁନିର ବନିବେ କି ପାକିସ୍ତାନ ମୁଖ୍ୟ

August 11, 2025
              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

              +3 ଶ୍ରେଣୀରେ 2ୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ତୁରନ୍ତ ପ୍ରକାଶ ପାଇଁ ଦାବି

August 10, 2025
ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

ଟ୍ରମ୍ପଙ୍କ 50 ପ୍ରତିଶତ ଟାରିଫ 100 ପ୍ରତିଶତ ଧୋକା

August 9, 2025

ଏବେ ବିଦେଶୀ ନୁହେଁ ସ୍ବଦେଶୀ ! କଣ ପଡ଼ିବ ପ୍ରଭାବ

August 9, 2025

ଭୋଟ ଚୋରି

August 9, 2025

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଜାମିନ

August 6, 2025

ରିସେପ୍ସନ ଦେଲେ ପିନାକୀ-ମହୁଆ

August 6, 2025
  • About
  • Careers
  • Contact Us
Friday, August 15, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡିରେ କଣ ସବୁ ଚାଲିଛି: ଖାଲି ହୋଇଯିବ କି ବିଜେଡି ?

by M M
October 3, 2024
in ବଡ଼ ଖବର
0
ବିଜେଡିରେ କଣ ସବୁ ଚାଲିଛି: ଖାଲି ହୋଇଯିବ କି ବିଜେଡି ?
491
SHARES
1.4k
VIEWS
Share on FacebookShare on Twitter

ବିଜେପି ସଭାପତି ମନମୋହନ ସାମଲ ଗତକାଲି ଦେଇଥିବା ବୟାନକୁ ନେଇ ଓଡିଶା ରଜାନୀତିର ବେଶ ଚର୍ଚ୍ଚା ଚାଲିଛି। ମନମୋହନ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ, ବିଜେଡି ଖାଲି ହୋଇଯିବ। ଜଣ ଜଣକରି ନେତା ବିଜେପିରେ ସାମିଲ ହେବେ। ଏହାକୁ ନେଇ ଆରମ୍ଭ ହୋଇଯାଇଛି ତୁମ୍ବିତୋଫାନ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।

ବିଜେଡି ବିଧାୟକ ବଦ୍ରିପାତ୍ର ମନମୋହନଙ୍କ ଏହି ବୟାନ ଉପରେ ଚ୍ୟାଲେଞ୍ଜ କରିଛନ୍ତି। ସେ ମନମୋହନଙ୍କୁ କହିଛନ୍ତି, ଯଦି ତାକତ ଅଛି ତେବେ ବିଜେଡି ଖାଲି କରି ଦେଖାଅ। କେବଳ ବୟାନବାଜି କରି କିଛି ଲାଭ ନାହିଁ। ବିଜେଡି ହେଉଛି ଦେଶର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡି ଖାଲି କରିବାର ତାକତ କାହାର ନାହିଁ ବୋଲି ବଦ୍ରି ପାତ୍ର କହିଛନ୍ତି।

ବିଜେଡି ଭିତରେ ଥିବା ଅସନ୍ତୋଷ କଥା ସମସ୍ତକୁ ଜଣା । ଗୋଟିଏ ପଟେ ଭୁବନେଶ୍ୱର କଳି, ପୁରୀ କଳି , ଭଦ୍ରକ କଳି ଶଙ୍ଖଭବନରେ ପହଞ୍ଚିଲାଣି। ସେପଟେ ଗଞ୍ଜାମ ଏବଂ ଯାଜପୁର ଜିଲ୍ଲା ବିଜେଡିର ଅବସ୍ଥା ପୁରା ଖରାପ ।  ଦଳ ବିରୋଧୀ କାର୍ଯ୍ୟ ପାଇଁ ଭୁବନେଶ୍ୱରର ଦୁଇଜଣ କର୍ପୋରେଟରଙ୍କ ସମେତ ୪ ଜଣଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ। ଭୁବନଶ୍ୱରର ୪୫ ନମ୍ବର ୱାର୍ଡର କର୍ପୋରେଟର ଅମରେଶ ଜେନା, ୫୯ ନମ୍ବର ୱାର୍ଡର ବିରଞ୍ଚି ନାରାୟଣ ମହାସୁପକାରଙ୍କ ଅସନ୍ତୋଷ ରାଜନୀତିକ ଚର୍ଚାକୁ ବଢ଼ାଉଛି । ସେମାନଙ୍କୁ କାରଣ ଦର୍ଶାଆ ନୋଟିସ ସହ ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏହି ନୋଟିସ ଜାରି କରିଛନ୍ତି ଭୁବନେଶ୍ୱର ବିଜେଡି ସଭାପତି ସୁଶାନ୍ତ ରାଉତ। କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆନଯିବ ତା’ର ଉତ୍ତର ୧୫ ଦିନ ଭିତରେ ଦେବାକୁ ନୋଟିସରେ ଉଲ୍ଲେଖ ରହିଛି।

ଅକ୍ଟୋବର ୨ ତାରିଖରୁ ବିଜେଡି ପଦଯାତ୍ରା ପାଇଁ ଗଞ୍ଜାମରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଡକାଯାଇଥିଲା। ହେଲେ ଏହି ବୈଠକରେ ଅନେକ ବରିଷ୍ଠ ନେତା ଅନୁପସ୍ଥିତ ରହିଥିଲେ। ଏହି ଘଟଣାକୁ ନେଇ ଏଠାରେ ବି ଦଳୀୟ ଅସନ୍ତୋଷ ଥିବା ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ। ଏହି ବୈଠକରେ ଚିକିଟି ଓ ଦିଗପହଣ୍ଡି ନେତାଙ୍କ ସମେତ ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଦେଖିବାକୁ ମିଳିନାହିଁ। ଏମାନଙ୍କ ଅନୁପସ୍ଥିତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତେବେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଦଳୀୟ ଅସନ୍ତୋଷ ବା ଦଳବଦଳ ସନ୍ଦେହକୁ ଏଡ଼ାଇ ଦେଇଛନ୍ତି ଏବଂ ଦଳ ଠିକ ଚାଲିଥିବା କହିଛନ୍ତି।

ଯାଜପୁର ଜିଲ୍ଲା ବଡ଼ଚଣାରେ ବିଜେଡିରେ ମଧ୍ୟ ଦେଖିବାକୁ ମିଳିଛି ବିବାଦ। ଅକ୍ଟୋବର ୨  ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ କରାଯାଇଥିବା ଜନ ସମ୍ପର୍କ ପଦଯାତ୍ରା ବେଳେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।

ଦଳୀୟ ନେତା ଏବଂ କର୍ମୀ ଭିନ୍ନ ଭିନ୍ନ ଗୋଷ୍ଠୀରେ ଆସି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିବା ପରେ ନିଜ ସମର୍ଥକଙ୍କ ସହ ଆସି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସେହିପିର ବିଜେଡି ବ୍ଲକ ସଭାପତି ଅରବିନ୍ଦ ସାମଲ ଦଳୀୟ କର୍ମୀଙ୍କୁ ସାଙ୍ଗରେ ଧରି ପୁଷ୍ପ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ବଡ଼ଚଣାରେ ବିଜେଡି ୩ ଫାଳ ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

କିଛି ଦିନ ତଳେ ଶଙ୍ଖଭବନରେ କଣ ଘଟିଥିଲା? ବିଜେଡି ନେତାଙ୍କ ଅସନ୍ତୋଷ ଉଗ୍ରରୂପ ନେଇଥିଲା।  ଦଳର ତୁଙ୍ଗ ନେତାଙ୍କ ଉପସ୍ଥିତିରେ କର୍ପୋରେଟରଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା। ଏପରିକି ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ କଥା ଭିନ୍ନ ମୋଡ଼ ନେଇଥିଲା। ଦଳୀୟ ଫୋରମ ଛାଡ଼ି ମାମଲା ଥାନାକୁ ଯିବା ପରେ ବିଜେଡି କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।  ପ୍ରାୟ ୩୦ ଜଣ କର୍ପୋରେଟର ଗୋଟିଏ ବସରେ ଏକାଠି ହୋଇ ପୁରୀ ଲୋକନାଥ ମନ୍ଦିର ଯାଇଛନ୍ତି। ଅବଶ୍ୟ ବ୍ୟକ୍ତିଗତ ବନ୍ଧୁମିଳନ କାର୍ଯ୍ୟରେ ଏମାନେ ଏକାଠି ହୋଇ ପୁରୀ ଯାଉଛନ୍ତି ବୋଲି କହଛନ୍ତି କର୍ପୋରେଟର ଅଜିତ ବେହେରା। କିନ୍ତୁ ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କ ଅନୁପସ୍ଥିତିରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନ୍ୟ କିଛି ଦିଗକୁ ଇସାରା କରୁଛି ବୋଲି କହିଛନ୍ତି ରାଜନୀତି ସମୀକ୍ଷକ।

ନୋଟିସ ପାଇବା ପରେ ମୁହଁ ଖୋଲିଛନ୍ତି ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା। ବିରଞ୍ଚି କହିଛନ୍ତି ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଉତ୍ତର ରହିଛି। ସେ ଉତ୍ତର ଦେବା ପରେ ସମସ୍ତେ ଜାଣିବେ ଦଳରେ କିଏ ଶୃଙ୍ଖଳିତ। ତେବେ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ସେ ଗ୍ରହଣ କରିବେ ବୋଲି କହିଛନ୍ତି। ସେପଟେ କର୍ପୋରେଟର ଅମରେଶ ଜେନା କହିଛନ୍ତି, ଆମେ ଦଳରେ ଫାଟ ସୃଷ୍ଟି କରିନୁ, ବରଂ ଫେଭିକଲ ଲଗାଇ ଯୋଡ଼ିବାକୁ ଚେଷ୍ଟା କରିଛୁ। ଆମେ ନୋଟିସର ଉତ୍ତର ଠିକ ସମୟରେ ଦେବୁ। ତେବେ ସେ ଭୁବନେଶ୍ୱର କର୍ପୋରେଟରଙ୍କ ମଧ୍ୟରେ ଥିବା ଫାଟକୁ ଅସ୍ୱୀକାର କରିଛନ୍ତି।

ଭୁବନେଶ୍ୱର ବିଜେଡି କଳିକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଶଙ୍ଖ ଭବନରେ ପହଞ୍ଚିଛି ଭଦ୍ରକ କଳି। ଭଦ୍ରକ ଜିଲ୍ଲା ବିଜେଡିର ସମୀକ୍ଷା ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ଗୋଟିଏ ଗୋଷ୍ଠୀ ବୈଠକ ବର୍ଜନ କରି ବାହାରକୁ ଚାଲି ଆସିଥିଲେ। ଅବଶ୍ୟ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ବୁଝାସୁଝା କରି ବୈଠକକୁ ଫେରାଇ ଆଣିଥିଲେ ପ୍ରଣବ ପ୍ରକାଶ ଦାସ। ତେବେ ଏହି ଘଟଣା ଦଳୀୟ ଅସନ୍ତୋଷକୁ ପଦାରେ ପକାଇଥିବାବଳେ ଦଳରେ କୌଣସି ବିବାଦ ନାହିଁ ବୋଲି କହିଛନ୍ତି ଦଳୀୟ ନେତା।

 

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଯଦି ବିଜେଡି ନିଜକୁ ପୁନର୍ଜୀବିତ ନ କରେ, ଓଡ଼ିଶାରେ ଏକ ନୂତନ ଆଞ୍ଚଳିକ ମୋର୍ଚ୍ଚା ଏକ ସମ୍ଭାବନା ହୋଇପାରେ

August 13, 2025

ଭଲ ଖାଦ୍ୟ ଖାଉଥିଲେ, ମୋନିକାଙ୍କୁ କେମିତି ହେଲା କ୍ୟାନସର

August 13, 2025

ଟଙ୍କା କେଉଁଠି କରିବେ ନିବେଶ

August 11, 2025

Weather

Bhubaneswar
August 15, 2025, 7:52 pm
 

E
Overcast
26°C
1.1 m/s
Apparent: 33°C
Pressure: 999 mb
Humidity: 95%
Winds: 1.1 m/s E
Windgusts: 7.3 m/s
UV-Index: 0
Precip.: 7.6mm /78% / Rain
Sunrise: 5:26 am
Sunset: 6:15 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom