• Latest
  • Trending
ବିଜେପିର ବରିଷ୍ଠ ନେତା ସମୀର ଦେ ଙ୍କ ପରଲୋକ

ବିଜେପିର ବରିଷ୍ଠ ନେତା ସମୀର ଦେ ଙ୍କ ପରଲୋକ

November 18, 2024
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

ଶତାଧିକ ଗୁରୁଙ୍କୁ ସମ୍ମାନ ଜଣାଇଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ

September 5, 2025
ଜିଏସଟି ବନାମ ଟାରିଫ

ଜିଏସଟି ବନାମ ଟାରିଫ

September 5, 2025
ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ

September 5, 2025
ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି  ସଂସ୍କାର GST

ଏମ୍ଏସ୍ଏମ୍ଇ ଗୁଡ଼ିକର ପରିଚାଳନାଗତ ବୋଝ ହ୍ରାସ କରିବା ଲାଗି ସଂସ୍କାର GST

September 5, 2025
‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’

‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’

September 5, 2025
ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ଜିଏସଟି ସଂସ୍କାରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

September 5, 2025
  • About
  • Careers
  • Contact Us
Tuesday, September 9, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମୁଖ୍ୟ ଖବର

ବିଜେପିର ବରିଷ୍ଠ ନେତା ସମୀର ଦେ ଙ୍କ ପରଲୋକ

by M M
November 18, 2024
in ମୁଖ୍ୟ ଖବର
0
ବିଜେପିର ବରିଷ୍ଠ ନେତା ସମୀର ଦେ ଙ୍କ ପରଲୋକ
491
SHARES
1.4k
VIEWS
Share on FacebookShare on Twitter

ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ପରଲୋକ ଘଟିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ସମୀର ଦେଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।  ଅସୁସ୍ଥ ଥାଇ ଦୀର୍ଘଦିନରୁ ଚିକିତ୍ସାଧୀନ ଥିଲେ ସମୀର ଦେ। ନିମୋନିଆ, କିଡ଼ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ଥିଲେ।

ଆରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ସମୀର ଦେ’। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷରେ ହୋଇଥିଲା। ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ଭାଜପା ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ।

ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ। କଟକ ସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା। ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମୀର ଦେ’ଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ନେତା ସମୀର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଆମ ଦଳର ବରିଷ୍ଠ ନେତା ସମୀର ଦେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦାଦା ଜଣେ ମିଷ୍ଟଭାଷୀ ଓ ପରୋପକାରୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କୁ ସବୁବେଳେ ଭେଟିବା ସମୟରେ ତାଙ୍କର ପରିବାର ସଦସ୍ୟଙ୍କ ଠାରୁ ମିଳିଥିବା ସ୍ନେହ ଆଦର ଅଭୁଲା ରହିବ । ବିଜେପିର ପ୍ରାରମ୍ଭିକ ପ୍ରଗତି ସମୟରେ ଉପକୂଳ ଓଡ଼ିଶାରେ ଅଭ୍ୟୁଦୋୟର କେନ୍ଦ୍ରବିନ୍ଦୁ ଭାବେ କଟକ ସହରରୁ ଆମ ଦଳର ରାଷ୍ଟ୍ରବାଦୀ ବିଚାରକୁ ଜନପ୍ରିୟ କରାଇବାରେ ସେ ପ୍ରମୁଖ ଭୂମିକା ନେଇଥିଲେ । ଦାଦାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ନେହୀ ଓ ଦକ୍ଷ ନେତାଙ୍କୁ ହରାଇଲା । ଜନପ୍ରତିନିଧି ଭାବେ ସେ ଯେଉଁ ଉନ୍ନତିମୂଳକ କାର୍ଯ୍ୟ କରିଯାଇଛନ୍ତି, ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

Weather

Bhubaneswar
September 9, 2025, 1:30 am
 

ENE
Fog
27°C
0.4 m/s
Apparent: 34°C
Pressure: 1007 mb
Humidity: 92%
Winds: 0.4 m/s ENE
Windgusts: 5.9 m/s
UV-Index: 0
Precip.: 0mm /33% / Rain
Sunrise: 5:32 am
Sunset: 5:55 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom