• Latest
  • Trending
ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ

ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ

Sep-26-2025 12:32 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Friday, March 13, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ

by M M
Sep-26-2025 12:32 PM IST
in ଦେଶ ବିଦେଶ, ରାଜନୀତି
0
ବିହାରରେ ପାଖେଇ ଆସୁଛି ନିର୍ବାଚନ, ଧର୍ମେନ୍ଦ୍ରଙ୍କୁ ବଡ଼ ଦାୟିତ୍ବ
491
SHARES
1.4k
VIEWS
Share on FacebookShare on Twitter

ବିହାର ନିର୍ବାଚନରେ ଏନଡିଏ ଜିତିବାକୁ  ପ୍ରସ୍ତୁତି ଜୋରଦାର କରିଛି ।  ବିହାର ନିର୍ବାଚନ ପାଖେଇ ଆସୁଥିବା ବେଳେ ତିନୋଟି ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଏବଂ ସହ ମୁଖପାତ୍ର ନିଯୁକ୍ତ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିହାର ନିର୍ବାଚନ ପାଇଁ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ଏହାସହିତ ସି.ଆର ପାଟିଲଙ୍କୁ ସହ ମୁଖପାତ୍ର ଏବଂ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ସହ ପ୍ରଭାରୀ ନିଯୁକ୍ତି ଦେଇଛି ଦଳ ।

ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏନେଇ ଏକ ଚିଠି ଜାରି କରି ନୂତନ ପଦାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ନିର୍ଦେଶ ଦେଇଛନ୍ତି । ବିହାର ନିର୍ବାଚନ ବ୍ୟତୀତ ବିଜେପି ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରାଯାଇଛି । ସାଂସଦ ବିପ୍ଳବ ଦେବଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ରାଜ୍ୟମନ୍ତ୍ରୀ ମୁରଲୀଧର ମାହୋଲଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତ କରିଛି ଦଳ ।

ଯଦିଓ ବିହାର ନିର୍ବାଚନ ପାଇଁ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, ବିଭିନ୍ନ ରାଜନୈତିକ ଦଳ ସେମାନଙ୍କର ପ୍ରସ୍ତୁତି ଚୂଡ଼ାନ୍ତ କରିବା ଆରମ୍ଭ କରିସାରିଛନ୍ତି। ବିଜେପି ବିହାର ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ କରିବାର କାରଣ ହେଉଛି ବିହାର ରାଜନୀତି ସହ ଧର୍ମେନ୍ଦ୍ରଙ୍କ ଅନୁଭୂତି ରହିଛି ।

ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ବିହାରରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।  ନିର୍ବାଚନ କମିଶନ (ECI)ଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇ ନାହିଁ। କିନ୍ତୁ 2020 ମସିହାରେ, ବିହାର ନିର୍ବାଚନ ଅକ୍ଟୋବର-ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା। ତେଣୁ ଏଥର ମଧ୍ୟ ଅକ୍ଟୋବର ମାସରେ ନିର୍ବାଚନ ହେବା ନେଇ ଚର୍ଚା ହେଉଛି । ଗତ ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ଜନତା ଦଳ-ୟୁନାଇଟେଡ୍ (JDU) ସୁପ୍ରିମୋ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରି ସରକାର ଗଠନ କରିଥିଲା।

ତଥାପି ଅଗଷ୍ଟ 2022ରେ JDU, NDA ଠାରୁ ସମ୍ପର୍କ ତୁଟାଇ ରାଷ୍ଟ୍ରୀୟ ଜନତା ଦଳ (RJD) ନେତୃତ୍ୱାଧୀନ ମହାଗଠବନ୍ଧନରେ ଯୋଗ ଦେଇଥିଲା। କିନ୍ତୁ ଜାନୁଆରୀ 2024ରେ ପୁଣିଥରେ JDU, ବିଜେପି ନେତୃତ୍ୱାଧୀନ NDAକୁ ଫେରି ଆସିଥିଲେ ।  ପୁଣି ଥରେ ବିହାରରେ  ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା ।

243 ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏଥର ବି ଏନଡିଏର ପଲା ଭାରି ରହିଛି । ଇଣ୍ଡିଆ ମେଂଟ କିନ୍ତୁ ଏଥର ସରକାର ଗଠନ କରିବା ପାଇଁ ପ୍ରାଣମୂର୍ଛା ଉଦ୍ୟମ ଆରମ୍ଭ କରିଛି ।  ଏଥର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ଏନଡିଏ ଏବଂ ଇଣ୍ଡିଆ ମହାମେଣ୍ଟ ମଧ୍ୟରେ ହେଉଛି। ଏହି ନିର୍ବାଚନ ଉଭୟଙ୍କ ପାଇଁ ଏକ ସମ୍ମାନର ପ୍ରସଙ୍ଗ ପାଲଟିଛି। କାରଣ ଏହାର ବାର୍ତ୍ତା ପରବର୍ତ୍ତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଉପରେ ପଡ଼ିବ ।  ନିର୍ବାଚନ ଘୋଷଣା ପୂର୍ବରୁ ହିଁ ସମସ୍ତ ଦଳ ନିର୍ବାଚନ ମଇଦାନରେ ନିଜର ଶକ୍ତି ପ୍ରଦର୍ଶନ କରିଚାଲିଛନ୍ତି। ଏହା ବ୍ୟତୀତ, ଦଳଗୁଡ଼ିକ ମଧ୍ୟରେ ବୟାନବାଜି ମଧ୍ୟ ଜୋର୍ ଧରିଛି। ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ବିହାରରେ ଶାସନ କରୁଛି। ଏହି ମେଣ୍ଟରେ ବିଜେପି ପ୍ରମୁଖ ଦଳ ରହିଛି।

ବିହାରକୁ ବାଦ୍ ଦେଲେ ବିଜେପି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଜଣେ ରାଜ୍ୟ ନିର୍ବାଚନ ପ୍ରଭାରୀ ଏବଂ ଜଣେ ସହ-ପ୍ରଭାରୀ ନିଯୁକ୍ତ କରିଛି। ଦଳ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ରାଜ୍ୟ ନିର୍ବାଚନ ପ୍ରଭାରୀ ଏବଂ ଲୋକସଭା ସାଂସଦ ବିପ୍ଳବ ଦେବଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରିଛି। ସେହିପରି ଦଳର ନେତା ଏବଂ ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ରାଜ୍ୟ ମନ୍ତ୍ରୀ ମୁରଲୀଧର ମୋହୋଲଙ୍କୁ ତାମିଲନାଡୁର ନିର୍ବାଚନ ପ୍ରଭାରୀ ଏବଂ ସହ-ପ୍ରଭାରୀ କରାଯାଇଛି। ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ 2026ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Share196Tweet123
M M

M M

ଆଜିର ପାଗ

Bhubaneswar
March 13, 2026, 4:21 AM
 

S
Partly cloudy
25°C
1.7 m/s
Apparent: 30°C
Pressure: 1008 mb
Humidity: 93%
Winds: 1.7 m/s S
Windgusts: 10 m/s
UV-Index: 0
Precip.: 0mm /0% / Rain
Sunrise: 5:56 AM
Sunset: 5:55 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom