• Latest
  • Trending

ବିହାର କାହିଁକି ଗରିବ?

Oct-07-2025 12:17 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
  • About
  • Careers
  • Contact Us
Tuesday, March 17, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିହାର କାହିଁକି ଗରିବ?

by M M
Oct-07-2025 12:17 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଡିସେମ୍ବର 14ରେ ଫଳାଫଳ ଘୋଷଣା ହେବ । ତେବେ ଏଠି ବଡ଼ ପ୍ରଶ୍ନ ହେଉଛି ବର୍ଷ ବର୍ଷ ଧରି ବିହାର କାହିଁକି ଗରିବ । ଏହାକୁ ନେଇ ବିଭିନ୍ନ ଦଳମାନଙ୍କ ମଧ୍ୟରେ ବିତର୍କ ଚାଲିଛି । ବିହାର ଦୀର୍ଘ ସମୟ ଧରି ଗରିବୀ  ସହିତ ସଂଘର୍ଷ କରୁଛି। ଏବେ ବି ଅନ୍ୟ ରାଜ୍ୟ ତୁଳନାରେ ବିହାରର ମୁଣ୍ଡ ପିଛା ଆୟ କମ । ବିହାର, ଯାହାକୁ ଦୀର୍ଘ ଦିନ ଧରି  “ବିମାରୀ ରାଜ୍ୟ” କୁହାଯାଉଛି । ଯେତେବେଳେ ଭାରତର ମୁଣ୍ଡପିଛା ଆୟ  ବର୍ଷକୁ ୧.୮୯ ଲକ୍ଷ ଟଙ୍କା ଅତିକ୍ରମ କରିଛି । କିନ୍ତୁ ସେତେବେଳେ ବିହାରର ମୁଣ୍ଡ ପିଛା ଆୟ ୬୦,୦୦୦ ଟଙ୍କା ରହିଛି । ଗୋଟିଏ ପଟେ ସହରରେ ମୁଣ୍ଡପିଛା ଆୟ ବଢ଼ିଛି । କିନ୍ତୁ ଗ୍ରାମାଞ୍ଚଳରେ ଯେତିକି ମୁଣ୍ଡପିଛା ଆୟ ବଢ଼ିବା କଥା ତାହା ବୃଦ୍ଧି ପାଇନାହିଁ ।  ରାଜଧାନୀ ପାଟନାର ମୁଣ୍ଡପିଛା ଆୟ 2,15,049 ଟଙ୍କା । କିନ୍ତୁ ଗ୍ରାମାଞ୍ଚଳରେ ଏହା କେବଳ 33,399 ଟଙ୍କା । ଯାହା ଫଳରେ ବିହାରର ଗ୍ରାମାଞ୍ଚଳରେ ଲୋକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ।

ବିହାରର ଅଧିକ ଜନସଂଖ୍ୟା ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି ।   ବିହାରର ଜନସଂଖ୍ୟା ଘନତ୍ୱ ଏବେ ପ୍ରତି ବର୍ଗ କିଲୋମିଟର ପିଛା  ୧,୩୮୮ ଜଣ ରହିଛି ।  ବିହାରର  ୮୮% ଲୋକ ଗ୍ରାମାଞ୍ଚଳରେ ରହୁଛନ୍ତି ।  ଯେଉଁଠାରେ ଶିକ୍ଷା, ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଅବସ୍ଥାରେ ରହିଛି । ବିହାରରେ  ସାକ୍ଷରତା ହାର ୭୦.୭% ରହିଛି । କିନ୍ତୁ ମହିଳାଙ୍କ ମଧ୍ୟରେ ବହୁ କମ ୬୦.୫% ରହିଛି ।   ଜାତୀୟ ଶିକ୍ଷା ହାର ୭୪.୪% ଏହା ବହୁତ କମ । ମହିଳାମାନେ ଅଧିକ ସନ୍ତାନ ଜନ୍ମ ଦେବା ଯୋଗୁଁ  ସେମାନଙ୍କୁ ଭଲ ଶିକ୍ଷା, ଭଲ ରୋଜଗାର ମିଳିପାରୁନାହିଁ ।  ଯାହା ଫଳରେ ଅଧିକାଂଶ ପରିବାରର ଆୟ ପିଢ଼ି ପରେ ପିଢ଼ି ଗରିବ ଭିତରେ ରହୁଛି ।  ଏହା ସହିତ, ମହିଳାଙ୍କ  ଶିକ୍ଷା ହାର ୬୦.୫% ଉପରକୁ ବଢ଼ୁନାହିଁ । ଯାହା କି ଜାତୀୟ ହାରଠୁ କମ ରହୁଛି । ବିହାରର ଗରିବୀର ମୂଳ କାରଣ ଏହାର ଉଚ୍ଚ ଜନ୍ମହାର କୁହାଯାଉଛି । ମହିଳାମାନେ ସଚେତନ ନୁହଁନ୍ତି ।  ଉଚ୍ଚ ଜନ୍ମହାର ପାଇଁ ବିହାରରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଛି । ଶିକ୍ଷା କ୍ଷେତ୍ରରେ ମହିଳା ବହୁ ପଛରେ ରହିଛନ୍ତି ।  ରାଜ୍ୟରେ  ଶିଶୁ ମୃତ୍ୟୁ ହାର ୧,୦୦୦ ଜନ୍ମରେ ୩୪ ରହିଛି । ୪୩% ଶିଶୁ ଅପପୁଷ୍ଟିର ଶିକାର ଅଛନ୍ତି । ବିହାରରେ ଗତ 50 ବର୍ଷହେଲା  ଅଧିକ ଜନ୍ମହାର ଓ ପୁରୁଷ ସନ୍ତାନ ପ୍ରତି ପସନ୍ଦ ବେକାରୀ ସମସ୍ୟା ସୃଷ୍ଟି କରୁଛି । ବିହାରରେ ଜନ୍ମହାର ଜାତୀୟ ହାରରୁ  ଅଧିକ। ମହିଳାଙ୍କ ମୋଟ ଜନ୍ମହାର (Total Fertility Rate) ୨.୯  । ଯେତେବେଳେ ଜାତୀୟ ଜନ୍କ ହାର ୨.୦ ରହିଛି।  ପୁଅ ଜନ୍ମପାଇଁ ପରିବାର ମାନେ ଅଧିକ ଚାହୁଁଥିବାରୁ ଅଧିକ ସନ୍ତାନ ଜନ୍ମ ନେଉଛନ୍ତି । ପୁଅ ସନ୍ତାନଙ୍କୁ ଅଧିକ ପସନ୍ଦ କରିବାର ତଥ୍ୟ ଏହା କହୁଛି ଯେ  ୨୦୨୨ରେ ୮୯୧ ମହିଳା ପ୍ରତି ୧୦୦୦ ପୁରୁଷରେ ଥିଲେ ।  ଯାହା ୨୦୨୪ରେ ୮୮୨କୁ ହ୍ରାସ ପାଇଛି।

ବିହାରରେ  ଶିକ୍ଷା କ୍ଷେତ୍ରରେ ଡ୍ରଫ ଆଉଟ ସଂଖ୍ୟା ବଢ଼ିବଢ଼ି ଚାଲିଛି । ଏହି ରାଜ୍ୟରେ ମହିଳା ସ୍ବାକ୍ଷରତା ହାର ବହୁତ କମ । ଜନ୍ମହାର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ । ମୁଣ୍ଡପିଛା ଆୟରେ ବିହାର ଏବେ  ଭାରତରେ ସର୍ବନିମ୍ନ ସ୍ଥାନରେ ଅଛି । ନୀତି ଆୟୋଗର ରିପୋର୍ଟ ଅନୁସାରେ ୨୦୨୨-୨୩ ରେ  ୨୬.୫୯%  ଲୋକ ବିହାରରେ ଦାରିଦ୍ର୍ୟରେ ଜୀବନଯାପନ କରୁଛନ୍ତି।

 

ନିମ୍ନ ଶିକ୍ଷା ହାର ଓ ଦକ୍ଷତାର ଅଭାବ ମହିଳା, ଯୁବକମାନଙ୍କୁ ନିଯୁକ୍ତି ଦେବାରେ ସମସ୍ୟା ଆଣୁଛି । ବିହାର କୃଷି ଉପରେ ଅଧିକ ନିର୍ଭରତଶୀଳ । ରାଜ୍ୟର ୫୬% ଲୋକଙ୍କୁ ରୋଜଗାର ଦେଉଛି କୃଷି । ବିହାର ସାଧାରଣତ ଅଧିକ କୃଷି ଉପରେ ନିର୍ଭରଶୀଳ । ଯେଉଁଥିପାଇଁ ବିହାରରେ ବହୁଦିନ ହେଲା ଅର୍ଥନୈତିକ ଅସମାନତା ରହିଛି  । ବିହାରରରେ ଶିଳ୍ପର ବିକାଶ ଯେପରି ହେବାକଥା ତାହା ହୋଇପାରିନାହିଁ । କାରଣ ବିହାରରୁ ୨୦୦୦ ମସିହାରେ ଝାଡ଼ଖଣ୍ଡ ବିଭାଜନ ହେବା ପରେ ବିହାର ତା’ର ଖଣିଜ ସମ୍ପଦ ଓ ଶିଳ୍ପ କେନ୍ଦ୍ର ଯଥା ଧାନବାଦ ଓ  ଜାମସେଦପୁର ହରାଇଛି ।   ଯାହା ବିହାରର ଅର୍ଥନୀତିକୁ ଆହୁରି ଦୁର୍ବଳ କରିଛି ।

ବିହାର ଗରିବ ରାଜ୍ୟ ହେବାର ଅନ୍ୟ କାରଣ ବିହାରର ଅଧିକାଂଶ ଅଞ୍ଚଳ ବନ୍ୟାପ୍ରବଣ । ପ୍ରତି ବର୍ଷ ବନ୍ୟା ବିଶେଷକରି କୋଶୀ ଓ ଗଙ୍ଗା ନଦୀ ଅବବାହିକାରେ ଆସିଥାଏ । ସେଥିପାଇଁ କୃଷକମାନଙ୍କ ଆର୍ଥିକ ଅବସ୍ଥାକୁ କ୍ଷତି ଘଟାଇଥାଏ ।

ବିହାରରେ କେବଳ ଯୁବ ବେକାରୀ (୧୫-୨୯ ବର୍ଷ) ୧୦.୮% ରହିଛି। ଏବେ ବିହାରରେ ପ୍ରାୟ ୪୦ ଲକ୍ଷ ଶିକ୍ଷିତ ଯୁବକ ବେକାର ରହିଛନ୍ତି । ତେଣୁ ପ୍ରତି ଦୁଇ ଜଣରୁ ଜଣେ ବ୍ୟକ୍ତି ଅନ୍ୟ ରାଜ୍ୟକୁ (ଯଥା ଦିଲ୍ଲୀ, ମୁମ୍ବାଇ, ପଞ୍ଜାବ)କୁ କାମ ପାଇଁ ଯାଉଛନ୍ତି ।

ବିହାରରେ ଗୁଣ୍ଡାରାଜ, ଦୀର୍ଘ ସମୟ ଧରି ରାଜନୈତିକ ଅସ୍ଥିରତା ଓ ଦୁର୍ନୀତି ଏହି ରାଜ୍ୟକୁ ଦରିଦ୍ର୍ୟ କରୁଛି ।  ଅର୍ଥନୈତିକ ବିକାଶକୁ ବାଧା ଦେଉଛି।   ଯଦିଓ ୨୦୦୫ ପରେ ନୀତୀଶ କୁମାରଙ୍କ ସରକାର ଶିକ୍ଷାରେ ଉନ୍ନତି ଆଣିଛନ୍ତି, ସ୍ବାସ୍ଥ୍ୟରେ ଉନ୍ନତି ଆଣିଛନ୍ତି ।  ତଥାପି ତାହା ସମସ୍ତଙ୍କ ପାଖରେ ପହଁଚିପାରୁନାହିଁ ।

ଯଦିଓ ନୀତିଶ କୁମାରଙ୍କ ସରକାର ସମୟରେ  ରାସ୍ତା, ବିଦ୍ୟୁତ୍, ଓ ଶିକ୍ଷାରେ ଅଧିକ ନିବେଶ ହୋଇଛି । କିନ୍ତୁ ସୁଫଳ ସମସ୍ତଙ୍କ ନିକଟରେ ପହଁଚିପାରିନାହିଁ । ବିହାରରେ ଦୁଇ ଦଶନ୍ଧି ହେଲା ନୀତିଶ ଏବଂ, ଲାଲୁଙ୍କ ପରିବାର ହାତରେ  କ୍ଷମତା ରହିଛି । ବିହାର  ଯେମିତି ବଢ଼ିବା କଥା ସେମିତି ଅନ୍ୟ ରାଜ୍ୟ ତୁଳନାରେ ବଢ଼ୁନାହିଁ । ବିକାଶ ଯେମତି ହେବା କଥା ହେଉନାହିଁ । ଯାହା ଏହି ରାଜ୍ୟ ପାଇଁ ଚ୍ୟାଲେଞ୍ଜ ହୋଇଛି । ରାଜ୍ୟରେ ଏବେ ବି ସୀମିତ କାରଖାନା ରହିଛି । ଯାହା ଯୁବକଙ୍କୁ ନିଯୁକ୍ତି ଦେବାରେ ସମର୍ଥ ହେଉନାହିଁ । ତେଣୁ ଅଧିକାଂଶ ବିହାରୀ ଚାକିରି ଖୋଜିବା ପାଇଁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର ହେଉଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 17, 2026, 11:48 AM
 

SSW
Overcast
31°C
3.1 m/s
Apparent: 30°C
Pressure: 1010 mb
Humidity: 90%
Winds: 3.1 m/s SSW
Windgusts: 10.2 m/s
UV-Index: 0
Precip.: 0mm /20% / Rain
Sunrise: 5:53 AM
Sunset: 5:56 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

March 16, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

March 16, 2026
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom