ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଅଭିଭାଷଣ ରଖିଛନ୍ତି I ପଶ୍ଚିମ ଏସିଆ ପ୍ରସଙ୍ଗରେ ଅଭିଭାଷଣ ଦେଇ ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ ବୋଲି କହିଲେ ମୋଦି I ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶମାନଙ୍କ ସହ ଭାରତର ବ୍ୟବସାୟ ଜଡ଼ିତ I ପ୍ରଭାବିତ ଦେଶମାନଙ୍କରେ ପ୍ରାୟ ୧ କୋଟି ଭାରତୀୟ ରହୁଛନ୍ତି I ଅନେକ ଭାରତୀୟ ନାବିକ ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି I ଯୁଦ୍ଧ ଆରମ୍ଭ ପରଠାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ସହାୟତା କରୁଛୁ I
୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା ଖୋଲା ରହିଛି I ଯୁଦ୍ଧ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି I ଏଥିପାଇଁ ଘରୋଇ LPGକୁ ସରକାର ଗୁରୁତ୍ବ ଦେଇ ଆସିଛନ୍ତି I ପେଟ୍ରୋଲ, ଡିଜେଲ୍ ଯୋଗାଣ ସ୍ବାଭାବିକ ରହିଛି I ଭାରତ ଆଜିକା ଦିନରେ ୪୧ଟି ଦେଶରୁ ଏନର୍ଜି ଆମଦାନୀ କରୁଛି I ଭାରତ ସରକାର ଗଲ୍ଫ ସାମୁଦ୍ରିକ ଅଞ୍ଚଳ ଉପରେ ଧ୍ୟାନ ରଖିଛନ୍ତି I ଯୁଦ୍ଧର ପ୍ରଭାବ ସାରା ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରିଛି I ଭାରତ ଉପରେ କମ୍ ପ୍ରଭାବ ନେଇ ପ୍ରୟାସ ଜାରି ରହିଛି I
ସରକାର ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରି ନଜର ରଖିଛନ୍ତି I ଦେଶର କୃଷକଙ୍କୁ ଏହି ସଂକଟରୁ ରକ୍ଷା କରିବା ପାଇଁ କାର୍ଯ୍ୟ ଚାଲିଛି I ୟୁରିଆ ସାର ଦାମ୍ ବିଶ୍ବର ଅନ୍ୟ ଦେଶଠାରୁ କମ୍ ରଖାଯାଇଛି I କୃଷକମାନଙ୍କୁ ୨୨ ଲକ୍ଷ ସୋଲାର ପମ୍ପ୍ ବଣ୍ଟନ ହୋଇଛି I କୃଷକମାନଙ୍କ ପାଖରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି I ଗ୍ରୀଷ୍ମ ପ୍ରବାହ ଆସୁଥିବାରୁ ପାୱାର ପ୍ଲାଣ୍ଟକୁ ଷ୍ଟକ ବଢ଼ାଇବାକୁ କୁହାଯାଇଛି I କୂଟନୀତି ଓ କଥାବାର୍ତ୍ତା ଏହି ସଂକଟ ସମାଧାନର ଏକମାତ୍ର ବାଟ I ଭାରତ ସରକାର ସଂକଟର ସମାଧାନ ପାଇଁ ପ୍ରୟାସ କରୁଛନ୍ତି I ଯୁଦ୍ଧର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି I ଯେଉଁମାନେ ଏଥିରୁ ଫାଇଦା ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ଛାଡ଼ିବାନି ଓ କଳାବଜାରୀ ପ୍ରତି ମଧ୍ୟ ସଚେତନ ରହିବା ବୋଲି ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି I


/odishatv/media/post_attachments/uploadimage/library/16_9/16_9_0/ramesh-jena_1617884867.jpg?w=853&resize=853,479&ssl=1)









