ମହାନଦୀର ଭଦିମୂଳ ଘାଟରେ ରବିବାର ଏକ ଅଘଟଣ ଘଟିଛି। ଘାଟରେ ପାଣି ଉଠାଇବା ବେଳେ ଜଣେ କାଉଡ଼ିଆ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। ତାଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଗତ ୨୮ ତାରିଖରେ ଗଡ଼ଗଡ଼ିଆ ଘାଟରୁ ମଧ୍ୟ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା। ଘାଟରେ ପାଣି ଉଠାଇବାକୁ ଆସିଥିବା ୨ଜଣ କାଉଡ଼ିଆ ବୁଡି ଯାଇଥିଲେ। ହେଲେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








