କଂଗ୍ରେସର ନିଲମ୍ବିତ ବିଧାୟକ ରମେଶ ଜେନାଙ୍କ ସଭ୍ୟପଦ ରଦ୍ଦ ହେବାର ଆଶଙ୍କା କରାଯାଉଛି । କାରଣ ଏନେଇ କଂଗ୍ରେସ ପକ୍ଷରୁ ବାଚସ୍ପତିଙ୍କୁ ଆବେଦନ କରାଯାଇଛି । ରାଜ୍ୟସଭା ନିର୍ବାଚନରେ ରମେଶ କ୍ରସ ଭୋଟିଂ କରିବା ପରେ ଏଭଳି ଆବେଦନ କରାଯାଇଛି ।
ବାଚସ୍ପତିଙ୍କୁ ଭେଟି ଆବେଦନ କରିଛନ୍ତି ରାଜ୍ୟ କଂଗ୍ରେସର ନେତା। ରାମଚନ୍ଦ୍ର କାଡାମ, ଭକ୍ତ ଦାସ ଓ ସିଏସ୍ ରାଜନ ଏକ୍କା ଏନେଇ ଦାବିପତ୍ର ଦେଇଛନ୍ତି । ପୂର୍ବରୁ ସୋଫିଆ ଓ ଦାଶରଥିଙ୍କ ସଭ୍ୟପଦ ରଦ୍ଦ ପାଇଁ ଆବେଦନ ହୋଇଛି।
ନିକଟରେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଭକ୍ତ-ରମେଶ ମୁହାଁମୁହିଁ ହୋଇଥିଲେ । ଭକ୍ତ ଦାସ ଏବଂ କଂଗ୍ରେସ ଉପରେ ବର୍ଷିଥିଲେ ବିଧାୟକ ରମେଶ ଜେନା । ଆଉ ଏହାର ଜବାବ ଦେଇଥିଲେ ରାଜ୍ୟ କଂଗ୍ରେସ ମୁଖିଆ । ସାମ୍ବାଦିକ ସମ୍ମଳନୀ କରି ପିସିସି ସଭାପତିଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିବା ସହ କଂଗ୍ରେସକୁ ଡ୍ୟାମେଜ କରିବା ପାଇଁ କିପରି ଭକ୍ତ ଷଡଯନ୍ତ୍ର କରିଥିଲେ ତାର ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ଗଣମାଧ୍ୟମ ଆଗରେ ଥୋଇଥିଲେ ରମେଶ।
ପଚାରିଥିଲେ, ରାଜ୍ୟସଭା ନିର୍ବାଚନରେ ପୁଅ ଭୋଟ ଦେବା ବେଳେ ବାପା ଏଜେଣ୍ଟ ଥିଲେ । ପୁଅ କାହାକୁ ଭୋଟ ଦେଲେ ବାପା ସତ କହିବେ କି ? ସେହିଭଳି କଂଗ୍ରେସର ତିନି ନୁହଁ ଆହୁରି ଦୁଇଟି ଭୋଟ ଦିଲ୍ଲୀପଙ୍କୁ ଯାଇଥିବା କହିଥିଲେ ରମେଶ । ଏଭଳି ସାଂଘାତିକ ଅଭିଯୋଗ ପରେ ରମେଶଙ୍କ ଉପରେ ଭକ୍ତଙ୍କ ରାଗ ଚରମସୀମାରେ ପହଞ୍ଚିଥିଲା ।
କହିଥିଲେ ମୋ ପୁଅ ଭୋଟ ଦେବା ବେଳେ ମୁଁ ନୁହଁ AICC ପର୍ଯ୍ୟବେକ୍ଷକ ଏଜେଣ୍ଟ ଥିଲେ। ସତସାହସ ଅଛି ରମେଶ ସତ କୁହନ୍ତୁ ସେ ଦୁଇ ବିଧାୟକ କିଏ ? ସେହିପରି ରମେଶଙ୍କ ସଭ୍ୟପଦ ରଦ୍ଦ ପାଇଁ ତାଙ୍କୁ ସୋ କଜ୍ ମଗାଯିବା ସହ ବାଚସ୍ପତିଙ୍କୁ ଚିଠି ଲେଖାଯିବ ବୋଲି ଭକ୍ତ କହିଛନ୍ତି ।
/odishatv/media/post_attachments/uploadimage/library/16_9/16_9_0/ramesh-jena_1617884867.jpg?w=853&resize=853,479&ssl=1)
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)









/odishatv/media/post_attachments/uploadimage/library/16_9/16_9_0/ramesh-jena_1617884867.jpg?w=750&resize=750,375&ssl=1)