ଗତ କିଛି ଦିନ ଧରି ସୁନା ଦ୍ୱାରା କମି ଚାଲିଥିବାବେଳେ ଆଜି ପୁଣି ଉପରମୁହାଁ ହୋଇଛି ସୁନା । ଯେଉଁମାନେ ସୁନା ଆହୁରି କମିବ ବୋଲି ଆଶା କରି ସୁନା କିଣୁ ନଥିଲେ, ଆଜିର ବୃଦ୍ଧି ପରେ ସେମାନେ ନିରାଶ ହୋଇଛନ୍ତି। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ବଢିଲା ୩ ହଜାର ୭୬୦ ଟଙ୍କା। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୪୬ ହଜାର ୬୭୦ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ଗତ କାଲି ୧ ଲକ୍ଷ ୪୨ ହଜାର ୯୧୦ ଟଙ୍କା ଥିଲା।
ସେହିଭଳି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୩ ହଜାର ୪୫୦ ଟଙ୍କା ବୃଦ୍ଧି ହୋଇଛି। ଏବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୧ ଲକ୍ଷ ୩୪ ହଜାର ୪୫୦ ଟଙ୍କା। ଗତ କାଲି ୧ ଲକ୍ଷ ୩୧ ହଜାର ଟଙ୍କା ଥିଲା।
୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୨,୮୨୦ ଟଙ୍କା ବଢିଛି। ୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୧ ଲକ୍ଷ ୧୦ ହଜାର ୧୦ ଟଙ୍କା।
ଅନ୍ୟପଟେ ରୁପା କେଜି ପିଛା ୧୦ ହଜାର ଟଙ୍କା ବଢି ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି। ମାର୍ଚ୍ଚ ୧୮ ତାରିଖରୁ ଲଗାତାର ଭାବେ ସୁନା-ରୁପା ଦରରେ ହ୍ରାସ ଘଟୁଥିଲା। ଏବେ ପୁଣି ଦର ବଢିବାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ।

/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)









