• Latest
  • Trending

ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର

Sep-04-2024 05:49 AM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
odisha.newsroom.in

ବିଧାୟକଙ୍କ ବିବାଦୀୟ ବୟାନ: ଆମେ VIP, ଧାଡ଼ିରେ ଛିଡ଼ାହୋଇପାରିବୁନି

Mar-26-2026 06:38 PM IST
odisha.newsroom.in

ନାସାର ବଡ଼ ଯୋଜନା…ଜହ୍ନରେ ହେବ ସହର, ରହିବେ ଲୋକେ

Mar-26-2026 05:56 PM IST
odisha.newsroom.in

ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ମୁଲତବୀ…ସୋମବାର ଖୋଲିବ

Mar-26-2026 05:34 PM IST
ମୋହନଙ୍କ କଡା ଜବାବ , ବିରୋଧୀଙ୍କ ମୁହଁ ବନ୍ଦ ! 

ମୋହନଙ୍କ କଡା ଜବାବ , ବିରୋଧୀଙ୍କ ମୁହଁ ବନ୍ଦ ! 

Mar-26-2026 05:24 PM IST
  • About
  • Careers
  • Contact Us
Friday, March 27, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର

by M M
Sep-04-2024 05:49 AM IST
in ବଡ଼ ଖବର, ରାଜନୀତି
0
491
SHARES
1.4k
VIEWS
Share on FacebookShare on Twitter

ଏକ ନୂଆ ଓଡ଼ିଶା ଗଠନ କରି ରାଜ୍ୟକୁ ବିକଶିତ କରିବାକୁ ଆଜି ଆମକୁ ସଂକଳ୍ପ ନେବାକୁ ହେବ । ଏବେ ଓଡ଼ିଶାରେ ଡବଲ୍ ଇଞ୍ଜିନର ସରକାର ଚାଲିଛି । ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ରାଜ୍ୟରୁ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ଶାସନ ବ୍ୟବସ୍ଥାକୁ ହଟାଇବା ପାଇଁ ଆମ କାଯ୍ୟକର୍ତାମାନେ ବହୁ ସଂଘର୍ଷ କରିଥିଲେ । କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଓ ଦୃଢ ନିଷ୍ଠା କାରଣରୁ ଓଡିଶାବାସୀ ଆମ ଉପରେ ଆସ୍ଥାପ୍ରକଟ କରି ଆମକୁ ଭୋଟ ଦେଇଥିଲେ ଏବଂ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିପାରିଛି । ଆଜି ସାଢ଼େ ଚାରି କୋଟି ଓଡ଼ିଆ ଆମ ଉପରେ ଖୁସି ଅଛନ୍ତି । ଏବେ ଅଧିକରୁ ଅଧିକ ସଦସ୍ୟ ଆମ ସଙ୍ଗଠନ ସହ ଯୋଡିବାର ସମୟ ଆସିଛି । ଆମେ ଯେଉଁମାନେ ଆଜି ବଡ ଦାୟିତ୍ୱରେ ବସିଛେ, ତାର ପ୍ରଥମ ସୋପାନ ସଙ୍ଗଠନର ତୃଣମୂଳସ୍ତରରୁ ହିଁ ଆରମ୍ଭ ହୋଇଛି । ସଦସ୍ୟତା ହେଉଛି କାର୍ଯ୍ୟକର୍ତା ଚୟନର ମୂଳ ଆଧାର । ସଙ୍ଗଠନ ଚଳାଇବାର ମୂଳ ଆଧାର ହେଉଛନ୍ତି କାର୍ଯ୍ୟକର୍ତା । ବିଜେପି ଦଳର ଶକ୍ତିର ମୂଳ ଆଧାର ହେଉଛି ସଙ୍ଗଠନ । ସଙ୍ଗଠନର ଶକ୍ତି ସହିତ ଆମର ବୈଚାରିକ ସ୍ପଷ୍ଟତା ଓ ଗରୀବ କଲ୍ୟାଣର ମନ୍ତ୍ର ଆମକୁ ଦେଶ ଓ ରାଜ୍ୟରେ ଲୋକଙ୍କର ବିଶ୍ୱାସଭାଜନ କରିଛି । ଆମ ସଦସ୍ୟତା ଅଭିଯାନ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ହେବ । ରାଜଧାନୀରୁ ଓଡିଶାର କେଉଁ ଉପାନ୍ତ ଅଂଚଳ ରହିବନାହିଁ ଯେଉଁଠି ଆମ ସଦସ୍ୟ ନ ଥିବେ । ସଦସ୍ୟତା ଅଭିଯାନର ଗୁରୁ ଦାୟିତ୍ୱ ଆମର କାର୍ଯ୍ୟକର୍ତାମାନଙ୍କ ଉପରେ ନ୍ୟସ୍ତ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ “ସଦସ୍ୟତା ଅଭିଯାନ-୨୦୨୪”ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କହିଛନ୍ତି ।
ଭାରତୀୟ ଜନତା ପାର୍ଟି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ଏହି ଦଳ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିଚାରଧାରାରେ ବିଶ୍ୱାସ ରଖି ଛିଡ଼ା ହୋଇଥିବା ଏହି ଦଳ ବହୁ ସଂଘର୍ଷ, ତପସ୍ୟା ପରେ ୧୮ କୋଟିରୁ ଉର୍ଦ୍ଧ୍ୱ ସଦସ୍ୟ ସହିତ ଆଜି ବିଶ୍ୱର ଏକ ନମ୍ବର ରାଜନୈତିକ ଦଳ ହୋଇପାରିଛି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଶ୍ୱାସ ରଖୁଥିବା ଏହି ଦଳର ଆତ୍ମା ହେଉଛନ୍ତି ତାର ସଦସ୍ୟ । ସରକାର ଓ ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି ଲୋକଙ୍କ ସେବା କରିବା ହେଉଛି ବିଜେପିର ଲକ୍ଷ୍ୟ । ସମାଜର ସବୁଠାରୁ ତଳ ପାହାଚରେ ଥିବା ଲୋକଙ୍କ ସେବା କରିବା ସହ ସେମାନଙ୍କୁ ଦଳର ବିଚାରଧାରା ସହ ଯୋଡ଼ିବା ହେଉଛି ବିଜେପିର ଉଦ୍ଦେଶ୍ୟ । ସମାଜର ସବୁ ବର୍ଗ ଓ ସବୁସ୍ତରର ଲୋକଙ୍କୁ ଯୋଡି ବିଜେପିକୁ ଆହୁରି ଶକ୍ତିଶାଳୀ କରିବାକୁ ହେବ ବୋଲି “ସଦସ୍ୟତା ଅଭିଯାନର ୨୦୨୪”ର ଶୁଭାରମ୍ଭ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ଏହି ଦଳ ହେଉଛି ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନର ଦଳ । ଦିନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରା ଅନୁସାରେ କାର୍ଯ୍ୟକରୁଥିବା ଏହି ଦଳରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରି ସୁଶାସକ ଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦ବର୍ଷ ହେବ ଦେଶକୁ ବିକଶିତ ପଥରେ ଆଗେଇ ନେଉଛନ୍ତି । ଓଡ଼ିଶାରେ ଲୋକେ ବିଜେପି ଉପରେ ଆସ୍ଥା ପ୍ରକଟ କରିଥିବାରୁ ଆଜି ରାଜ୍ୟରେ ଦଳ ଏକାକୀ ସରକାର ଗଠନ କରିଛି । ଗୋଟି ଗୋଟି ସଦସ୍ୟ ଯୋଡି ଆଜି ଆମେ ଏହି ସ୍ଥାନରେ ପହଁଚିପାରିଛୁ । ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ଆରମ୍ଭ ହେଲା । ୧୯୮୯ ମସିହା ପର୍ଯ୍ୟନ୍ତ ଆମେ ମାତ୍ର ୧% ଭୋଟ ପାଇଁ ସଂଘର୍ଷ କରୁଥିଲୁ । ସଦସ୍ୟଙ୍କ ସଂଖ୍ୟା ୪୧ ଲକ୍ଷ ହୋଇଛି । ଭୋଟ ସଂଖ୍ୟା ବଢ଼ି ୪୦% ପହଂଚିଛି । ଲୋକସଭାରେ ୪୫% ଭୋଟ୍ ମିଳିଛି । ବିଧାୟକ ସଂଖ୍ୟା ମଧ୍ୟ ଧିରେ ଧିରେ ବଢ଼ି ଆଜି ୭୮ ଏବଂ ସହଯୋଗୀଙ୍କ ସଂଖ୍ୟା ସହ ମିଶି ମୋଟ୍ ୮୧ରେ ପହଂଚିଛି । ବିନ୍ଦୁ ବିନ୍ଦୁ ମିଶି ଆଜି ସିନ୍ଧୁ ହୋଇଛି । ଆମ ସଦସ୍ୟମାନଙ୍କ ପାଇଁ ଆଜି ଆମେ ଏହି ସଫଳତା ପାଇଛୁ । ଚଳିତ ସଦସ୍ୟତା ଅଭିଯାନକୁ ଅଧିକ ବ୍ୟାପକ କରିବାକୁ ହେବ । ଘରକୁ ଘର ବୁଲି ସଦ୍ୟସମାନଙ୍କୁ ଯୋଡ଼ି ଆମ ନୀତି ଆଦର୍ଶକୁ ସମସ୍ତଙ୍କ ପାଖରେ ପହଁଚାଇବାକୁ ହେବ । ସମାଜର ସମସ୍ତ ବର୍ଗ ଓ ବ୍ୟକ୍ତିବିଶେଷଙ୍କୁ ଦଳରେ ସାମିଲ କରାଯିବ । ଦିନଦୟାଲ ଜୀଙ୍କ ଭାଷାରେ ଯିଏ କାଲିର ବିରୋଧୀ ସେ ଆଜି ଆମ ସଦସ୍ୟ, ଯିଏ ଆଜିର ସଦସ୍ୟ ସେ କାଲିର ସକ୍ରିୟ ସଦସ୍ୟ ଏହାକୁ ଧ୍ୟାନ ରଖି ଆମକୁ ଆଗକୁ ବଢ଼ିବାକୁ ହେବ । ସପକ୍ଷବାଦୀଙ୍କ ସମେତ ବିପକ୍ଷବାଦୀଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ଓଡ଼ିଶା ପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସଦସ୍ୟତା ଅଭିଯାନ ରାଜ୍ୟ ସଂଯୋଜକ ରଂଜନ ପଟେଲ, ସହ ସଂଯୋଜକ ଅଶୋକ ମିଶ୍ର୍ରଙ୍କ ସମେତ ମନ୍ତ୍ରୀଗଣ, ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ଅନେକ ସଂଖ୍ୟାରେ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 27, 2026, 1:50 PM
 

S
Overcast
36°C
2.8 m/s
Apparent: 32°C
Pressure: 1010 mb
Humidity: 97%
Winds: 2.8 m/s S
Windgusts: 7 m/s
UV-Index: 0
Precip.: 0mm /35% / Rain
Sunrise: 5:44 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom