• Latest
  • Trending
ସିଙ୍ଗାପୁରଠାରେ ଫାଇଫ ଷ୍ଟାର ଓଲିଉଡ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

ସିଙ୍ଗାପୁରଠାରେ ଫାଇଫ ଷ୍ଟାର ଓଲିଉଡ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

May-06-2025 07:55 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-08-2026 05:49 AM IST
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

Feb-07-2026 11:21 PM IST
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

Feb-07-2026 11:17 PM IST
ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

ପାକିସ୍ତାନକୁ ଟ୍ରମ୍ପଙ୍କ ଚୋଟ. ମୁନୀର ଛଟପଟ !

Feb-07-2026 11:14 PM IST
ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

ଶୁଣନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀ, ରାତିସାରା ବୁଲିଲା, ଦୁଷ୍କର୍ମ ପୀଡିତାର ଜୀବନ ଚାଲିଗଲା

Feb-07-2026 11:11 PM IST
କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

କଂଗ୍ରେସ ହାତ ଧରିବ ବିଜେଡି ! ସୁଜାତାଙ୍କ ବଦଳରେ ସଂତୃପ୍ତ ଯିବେ ରାଜ୍ୟସଭା

Feb-07-2026 11:08 PM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Feb-07-2026 09:22 AM IST
ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

ଦୂର ହେବ ଘରଭଡ଼ା ଟେନସନ, ସରକାର ଦେବେ ଘର

Feb-06-2026 09:20 PM IST
ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

ଇସଲାମାବାଦ ଜଳୁଛି ପାକିସ୍ତାନ ଥରିଗଲା

Feb-06-2026 09:18 PM IST
ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି

Feb-06-2026 09:15 PM IST
  • About
  • Careers
  • Contact Us
Sunday, February 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ସିଙ୍ଗାପୁରଠାରେ ଫାଇଫ ଷ୍ଟାର ଓଲିଉଡ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

by M M
May-06-2025 07:55 AM IST
in ମନୋରଞ୍ଜନ
0
ସିଙ୍ଗାପୁରଠାରେ ଫାଇଫ ଷ୍ଟାର ଓଲିଉଡ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି
499
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର  : ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଛି ଫାଇଫ ଷ୍ଟାର ଓଲିଉଡ ପୁରସ୍କାର । ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।  ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଦ୍ଵିତୀୟ ଥର ପାଇଁ ଦେଶ ବାହାରେ ଆର. ଆର ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକ୍ସନ ( ଆର. ଆର. ଇ. ସି. ପି.) ଏବଂ ଓଡ଼ିଆ ସୋସାଇଟି ଅଫ୍ ସିଙ୍ଗାପୁରର ମିଳିତ ଉଦ୍ୟମରେ ଏହି ଚଳଚ୍ଚିତ୍ର ମହୋତ୍ସବ ଧୂମଧାମରେ ଆୟୋଜିତ ହେବ ।

ଓଲିଉଡ ପୁରସ୍କାରକୁ ଭାରତ ବାହାରକୁ ନେଇ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ପାଇଁ ଆର. ଆର. ଇଭେଣ୍ଟସ ଓ ସିନେ ପ୍ରଡକନ୍ସର ପ୍ରତିଷ୍ଠାତା ରମେଶ ବାରିକଙ୍କର ମହତ ଆକାଂକ୍ଷା ରହିଛି । ଏହା ପୂର୍ବରୁ ଦେଶ ବାହାରେ ପ୍ରଥମ ଥର ପାଇଁ ଆର. ଆର. ଇ. ସି. ପି. ଦୁବାଇଠାରେ ଗତ ବର୍ଷ ଏହି ପୁରସ୍କାର ସମାରୋହ ବ୍ୟାପକ ସଫଳତାର ସହ ଆୟୋଜନ କରାଯାଇଥିଲା ।

ଫାଇଫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୫ ସିଙ୍ଗାପୁର ନାମରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉଚ୍ଚକୋଟୀର ଚଳଚ୍ଚିତ୍ରର ଅନନ୍ୟ ଓ ନିଆରା ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଏହି ଭବ୍ୟ ଓ ଦିବ୍ୟ ଉତ୍ସବରେ ଓଡ଼ିଶାର ହସ୍ତତନ୍ତ ପ୍ରଦର୍ଶନୀ, ବୟନିକା ପକ୍ଷରୁ ଫ୍ୟାଶନ ସୋ, ମନଲୋଭା ଓଡ଼ିଶୀ ନୃତ୍ୟ ଏବଂ ସୁଲଳିତ ସଙ୍ଗୀତର ମଧୁର ମୂର୍ଚ୍ଛନା ମଧ୍ଯ ସ୍ଥାନ ପାଇବାକୁ ଯାଉଛି।

ସିଙ୍ଗାପୁରର ୱାନ୍ ୱାର୍ଲଡ ଇଣ୍ଟରନେସନାଲ ସ୍କୁଲର କ୍ୱାଣ୍ଟମ ଏରେନା ପ୍ରେକ୍ଷାଳୟଠାରେ ଆସନ୍ତା ୧୦ ତାରିଖର ଅପରାହ୍ନରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ମହାକୁମ୍ଭରେ, ସିଙ୍ଗାପୁରରେ ଅବସ୍ଥାନ କରୁଥିବା ସହସ୍ରାଧିକ ମାନ୍ୟଗଣ୍ୟ ଓଡ଼ିଆ, ଓଲିଉଡ ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ତାରକାମାନଙ୍କର ପ୍ରଶଂସକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

View this post on Instagram

A post shared by RRevents&promotions (@rreventsandpromotions)

View this post on Instagram

A post shared by Manu Raja Elina (@manurajaelina)

ଫାଇଫ ଷ୍ଟାର ଫିଲ୍ମ ଆୱାର୍ଡସ ଉତ୍ସବରେ ଭାଗ ନେବା ପାଇଁ ଓଡ଼ିଶାର ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରାୟ ୧୦୦ ଜଣ ନାମଦାମୀ କଳାକାର ଭୁବନେଶ୍ବରରୁ ସିଙ୍ଗାପୁର ଅଭିମୁଖେ ବିମାନ ଯାତ୍ରା କରିବାକୁ ଯାଉଥିବା ଜଣାପଡ଼ିଛି।

ଏହି ଦ୍ଵିତୀୟ ଅନ୍ତର୍ଜାତୀୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥି ଭାବରେ ଭାରତୀୟ ହାଇକମିଶନର ପ୍ରଥମ ଅଫିସର ସାନିୟାନ ଯୋଶୀ , ବିଶିଷ୍ଟ ଉଦ୍ୟୋଗପତି କେ. ରାମମୂର୍ତ୍ତି, ବିଧାୟକ ଆକାଶ ଦାସ ନାୟକ, ପ୍ରଶାନ୍ତ ଜୟଦେବ, ଅଗସ୍ତି ବେହେରା, ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବିଜେତାମାନଙ୍କୁ ଚୟନ କରିବା ପାଇଁ ଉଦ୍ଦିଷ୍ଟ କମିଟିର ଅଧ୍ୟକ୍ଷ ଭାବରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ରହିଛନ୍ତି। ଓଡ଼ିଆ ସିନେମାର ଗୁଣବତ୍ତା ଓ ପାରଦର୍ଶିତାକୁ ବିଶ୍ଵ ଦରବାରରେ ପରିଚିତ ଓ ପ୍ରତିଷ୍ଠିତ କରାଇବା ଏହି ଉତ୍ସବର ମୁଖ୍ଯ ଉଦ୍ଦେଶ୍ଯ ବୋଲି ଆୟୋଜକ ରମେଶ ବାରିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ସମାରୋହର ସହ ଆୟୋଜକ ଓଡ଼ିଆ ସୋସାଇଟି ଅଫ୍ ସିଙ୍ଗାପୁରର ସଭାପତି ସୁବ୍ରତ ନାୟକ, ଓଡ଼ିଶାର ଅନାବିଷ୍କୃତ କଳା, ସଂସ୍କୁତି, ପର୍ଯ୍ଯଟନ, ବ୍ୟଞ୍ଜନ, ପରିପାଟି, ଭାସ୍କର୍ଯ୍ୟ ଓ ହସ୍ତଶିଳ୍ପ ଆଦି ସମ୍ପର୍କରେ ସିଙ୍ଗାପୁରରେ ଜନ ସଚେତନତା ସୃଷ୍ଟି କରିବା ଓ ଏସବୁ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଅସଲ ଉଦ୍ଦେଶ୍ୟ ବୋଲି ଦର୍ଶାଇଛନ୍ତି। ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଓଡ଼ିଆ ସିନେମାର ପ୍ରତିଭାବାନ କଳାକାରମାନଙ୍କୁ ସିଙ୍ଗାପୁରର ବୈଶିକ ମଞ୍ଚରେ ପୁରସ୍କୃତ କରିବା ପାଇଁ ଆର. ଆର. ଇଭେଣ୍ଟସ ସିନେ ପ୍ରଡକନ୍ସର ଏଭଳି ସାଧୁ ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି ପ୍ରକାଶ କରିଛନ୍ତି।

Tags: ଓଡ଼ିଆ ଅଭିନେତାଓଡ଼ିଆ ଅଭିନେତ୍ରୀଓଡ଼ିଆ ଚଳଚ୍ଚିତ୍ରଓଡ଼ିଆ ସଂସ୍କୃତିଓଡ଼ିଶା ଫାଇଫ ଷ୍ଟାର ଓଲିଉଡଓଲିଉଡଚଳଚ୍ଚିତ୍ର ମହୋତ୍ସବଫିଲ୍ମ ଫେଷ୍ଟିଭାଲ୍ସିଙ୍ଗାପୁର
Share200Tweet125
M M

M M

ଆଜିର ପାଗ

Bhubaneswar
February 8, 2026, 10:08 AM
 
N
Mainly clear
24°C
0.8 m/s
Apparent: 22°C
Pressure: 1015 mb
Humidity: 94%
Winds: 0.8 m/s N
Windgusts: 4.9 m/s
UV-Index: 0
Precip.: 0mm /0% / Rain
Sunrise: 6:19 AM
Sunset: 5:41 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0
 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0
ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

February 8, 2026
୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

୧୫ହଜାର କୋଟିର ଡିଭୋର୍ସ ବଣ୍ଡ, କୋଟିପତି ଦମ୍ପତିଙ୍କ ଦାମୀ ବିବାହ ବିଚ୍ଛେଦ

February 7, 2026
ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

ରାଷ୍ଟ୍ରପତିଙ୍କୁ ଉପହାର ଦେଉଛନ୍ତି ମୁଖ୍ୟମନ୍ତ୍ରୀ |

February 7, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom