• Latest
  • Trending
ସିଙ୍ଗାପୁରଠାରେ ଫାଇଫ ଷ୍ଟାର ଓଲିଉଡ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

ସିଙ୍ଗାପୁରଠାରେ ଫାଇଫ ଷ୍ଟାର ଓଲିଉଡ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

May-06-2025 07:55 AM IST
ସାରା ଦେଶରେ SIR ଲାଗୁ ହେବ

ସାରା ଦେଶରେ SIR ଲାଗୁ ହେବ

Oct-27-2025 10:39 AM IST
ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

Oct-27-2025 10:19 AM IST
ଆଜିଠୁ ବଦଳିବ ପାଗ, ୨୮ ସନ୍ଧ୍ୟାରେ କାକିନାଡ଼ାରେ ମାଡ଼ ହେବ

ଆଜିଠୁ ବଦଳିବ ପାଗ, ୨୮ ସନ୍ଧ୍ୟାରେ କାକିନାଡ଼ାରେ ମାଡ଼ ହେବ

Oct-27-2025 09:55 AM IST
ପ୍ରବଳ ବର୍ଷିବ, ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଆସୁଛି ବାତ୍ୟା

ପ୍ରବଳ ବର୍ଷିବ, ସ୍ଥଳଭାଗ ଠାରୁ ୯୩୦ କିଲୋମିଟର ଦୂରରେ ଆସୁଛି ବାତ୍ୟା

Oct-26-2025 07:38 PM IST
ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

ଏଆଇ କମ୍ପାନି ଗଠନ କଲେ ମୁକେଶ ଅମ୍ବାନି

Oct-26-2025 05:05 PM IST
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

Oct-26-2025 04:25 PM IST
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

Oct-26-2025 12:23 PM IST

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

Oct-26-2025 10:42 AM IST
ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

Oct-26-2025 10:02 AM IST
ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

Oct-26-2025 09:54 AM IST
  • About
  • Careers
  • Contact Us
Monday, October 27, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ସିଙ୍ଗାପୁରଠାରେ ଫାଇଫ ଷ୍ଟାର ଓଲିଉଡ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି

by M M
May-06-2025 07:55 AM IST
in ମନୋରଞ୍ଜନ
0
ସିଙ୍ଗାପୁରଠାରେ ଫାଇଫ ଷ୍ଟାର ଓଲିଉଡ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି
499
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ବର  : ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଛି ଫାଇଫ ଷ୍ଟାର ଓଲିଉଡ ପୁରସ୍କାର । ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି ।  ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଦ୍ଵିତୀୟ ଥର ପାଇଁ ଦେଶ ବାହାରେ ଆର. ଆର ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକ୍ସନ ( ଆର. ଆର. ଇ. ସି. ପି.) ଏବଂ ଓଡ଼ିଆ ସୋସାଇଟି ଅଫ୍ ସିଙ୍ଗାପୁରର ମିଳିତ ଉଦ୍ୟମରେ ଏହି ଚଳଚ୍ଚିତ୍ର ମହୋତ୍ସବ ଧୂମଧାମରେ ଆୟୋଜିତ ହେବ ।

ଓଲିଉଡ ପୁରସ୍କାରକୁ ଭାରତ ବାହାରକୁ ନେଇ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରିବା ପାଇଁ ଆର. ଆର. ଇଭେଣ୍ଟସ ଓ ସିନେ ପ୍ରଡକନ୍ସର ପ୍ରତିଷ୍ଠାତା ରମେଶ ବାରିକଙ୍କର ମହତ ଆକାଂକ୍ଷା ରହିଛି । ଏହା ପୂର୍ବରୁ ଦେଶ ବାହାରେ ପ୍ରଥମ ଥର ପାଇଁ ଆର. ଆର. ଇ. ସି. ପି. ଦୁବାଇଠାରେ ଗତ ବର୍ଷ ଏହି ପୁରସ୍କାର ସମାରୋହ ବ୍ୟାପକ ସଫଳତାର ସହ ଆୟୋଜନ କରାଯାଇଥିଲା ।

ଫାଇଫ ଷ୍ଟାର ଫିଲ୍ମ ଆୱାର୍ଡସ-୨୦୨୫ ସିଙ୍ଗାପୁର ନାମରେ ନାମିତ ଏହି ରଙ୍ଗାରଙ୍ଗ ଉତ୍ସବରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଓ ଉଚ୍ଚକୋଟୀର ଚଳଚ୍ଚିତ୍ରର ଅନନ୍ୟ ଓ ନିଆରା ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ଏହି ଭବ୍ୟ ଓ ଦିବ୍ୟ ଉତ୍ସବରେ ଓଡ଼ିଶାର ହସ୍ତତନ୍ତ ପ୍ରଦର୍ଶନୀ, ବୟନିକା ପକ୍ଷରୁ ଫ୍ୟାଶନ ସୋ, ମନଲୋଭା ଓଡ଼ିଶୀ ନୃତ୍ୟ ଏବଂ ସୁଲଳିତ ସଙ୍ଗୀତର ମଧୁର ମୂର୍ଚ୍ଛନା ମଧ୍ଯ ସ୍ଥାନ ପାଇବାକୁ ଯାଉଛି।

ସିଙ୍ଗାପୁରର ୱାନ୍ ୱାର୍ଲଡ ଇଣ୍ଟରନେସନାଲ ସ୍କୁଲର କ୍ୱାଣ୍ଟମ ଏରେନା ପ୍ରେକ୍ଷାଳୟଠାରେ ଆସନ୍ତା ୧୦ ତାରିଖର ଅପରାହ୍ନରେ ଆରମ୍ଭ ହେବାକୁ ଯାଉଥିବା ଏହି ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ମହାକୁମ୍ଭରେ, ସିଙ୍ଗାପୁରରେ ଅବସ୍ଥାନ କରୁଥିବା ସହସ୍ରାଧିକ ମାନ୍ୟଗଣ୍ୟ ଓଡ଼ିଆ, ଓଲିଉଡ ପ୍ରେମୀ ଜନସାଧାରଣ ଏବଂ ଓଡ଼ିଆ ତାରକାମାନଙ୍କର ପ୍ରଶଂସକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

View this post on Instagram

A post shared by RRevents&promotions (@rreventsandpromotions)

View this post on Instagram

A post shared by Manu Raja Elina (@manurajaelina)

ଫାଇଫ ଷ୍ଟାର ଫିଲ୍ମ ଆୱାର୍ଡସ ଉତ୍ସବରେ ଭାଗ ନେବା ପାଇଁ ଓଡ଼ିଶାର ଚଳଚ୍ଚିତ୍ର, ନୃତ୍ୟ ଓ ସଙ୍ଗୀତ ଜଗତର ପ୍ରାୟ ୧୦୦ ଜଣ ନାମଦାମୀ କଳାକାର ଭୁବନେଶ୍ବରରୁ ସିଙ୍ଗାପୁର ଅଭିମୁଖେ ବିମାନ ଯାତ୍ରା କରିବାକୁ ଯାଉଥିବା ଜଣାପଡ଼ିଛି।

ଏହି ଦ୍ଵିତୀୟ ଅନ୍ତର୍ଜାତୀୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଅତିଥି ଭାବରେ ଭାରତୀୟ ହାଇକମିଶନର ପ୍ରଥମ ଅଫିସର ସାନିୟାନ ଯୋଶୀ , ବିଶିଷ୍ଟ ଉଦ୍ୟୋଗପତି କେ. ରାମମୂର୍ତ୍ତି, ବିଧାୟକ ଆକାଶ ଦାସ ନାୟକ, ପ୍ରଶାନ୍ତ ଜୟଦେବ, ଅଗସ୍ତି ବେହେରା, ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ବିଜେତାମାନଙ୍କୁ ଚୟନ କରିବା ପାଇଁ ଉଦ୍ଦିଷ୍ଟ କମିଟିର ଅଧ୍ୟକ୍ଷ ଭାବରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ରହିଛନ୍ତି। ଓଡ଼ିଆ ସିନେମାର ଗୁଣବତ୍ତା ଓ ପାରଦର୍ଶିତାକୁ ବିଶ୍ଵ ଦରବାରରେ ପରିଚିତ ଓ ପ୍ରତିଷ୍ଠିତ କରାଇବା ଏହି ଉତ୍ସବର ମୁଖ୍ଯ ଉଦ୍ଦେଶ୍ଯ ବୋଲି ଆୟୋଜକ ରମେଶ ବାରିକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ସମାରୋହର ସହ ଆୟୋଜକ ଓଡ଼ିଆ ସୋସାଇଟି ଅଫ୍ ସିଙ୍ଗାପୁରର ସଭାପତି ସୁବ୍ରତ ନାୟକ, ଓଡ଼ିଶାର ଅନାବିଷ୍କୃତ କଳା, ସଂସ୍କୁତି, ପର୍ଯ୍ଯଟନ, ବ୍ୟଞ୍ଜନ, ପରିପାଟି, ଭାସ୍କର୍ଯ୍ୟ ଓ ହସ୍ତଶିଳ୍ପ ଆଦି ସମ୍ପର୍କରେ ସିଙ୍ଗାପୁରରେ ଜନ ସଚେତନତା ସୃଷ୍ଟି କରିବା ଓ ଏସବୁ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶକୁ ଉତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଅସଲ ଉଦ୍ଦେଶ୍ୟ ବୋଲି ଦର୍ଶାଇଛନ୍ତି। ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଓଡ଼ିଆ ସିନେମାର ପ୍ରତିଭାବାନ କଳାକାରମାନଙ୍କୁ ସିଙ୍ଗାପୁରର ବୈଶିକ ମଞ୍ଚରେ ପୁରସ୍କୃତ କରିବା ପାଇଁ ଆର. ଆର. ଇଭେଣ୍ଟସ ସିନେ ପ୍ରଡକନ୍ସର ଏଭଳି ସାଧୁ ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି ପ୍ରକାଶ କରିଛନ୍ତି।

Tags: ଓଡ଼ିଆ ଅଭିନେତାଓଡ଼ିଆ ଅଭିନେତ୍ରୀଓଡ଼ିଆ ଚଳଚ୍ଚିତ୍ରଓଡ଼ିଆ ସଂସ୍କୃତିଓଡ଼ିଶା ଫାଇଫ ଷ୍ଟାର ଓଲିଉଡଓଲିଉଡଚଳଚ୍ଚିତ୍ର ମହୋତ୍ସବଫିଲ୍ମ ଫେଷ୍ଟିଭାଲ୍ସିଙ୍ଗାପୁର
Share200Tweet125
M M

M M

ଆଜିର ପାଗ

Bhubaneswar
October 27, 2025, 10:49 AM
 

ENE
Partly cloudy
30°C
3.4 m/s
Apparent: 31°C
Pressure: 1011 mb
Humidity: 91%
Winds: 3.4 m/s ENE
Windgusts: 10.9 m/s
UV-Index: 0
Precip.: 0mm /55% / Rain
Sunrise: 5:46 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ସାରା ଦେଶରେ SIR ଲାଗୁ ହେବ

ସାରା ଦେଶରେ SIR ଲାଗୁ ହେବ

October 27, 2025
ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

October 27, 2025
ଆଜିଠୁ ବଦଳିବ ପାଗ, ୨୮ ସନ୍ଧ୍ୟାରେ କାକିନାଡ଼ାରେ ମାଡ଼ ହେବ

ଆଜିଠୁ ବଦଳିବ ପାଗ, ୨୮ ସନ୍ଧ୍ୟାରେ କାକିନାଡ଼ାରେ ମାଡ଼ ହେବ

October 27, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom