ପୁଣି କଂଗ୍ରେସକୁ ଫେରିବେ ପୁରୁଖା ନେତା । ଦଳରୁ ଦୁରେଇ ଯାଇଥିବା ତଥା ନିଲମ୍ବନ ହୋଇଥିବା ସମସ୍ତ ପୁରୁଖା ନେତା ମାନଙ୍କୁ ପୁଣି କଂଗ୍ରେସ କୁ ଅଣାଯିବ । ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି  ପିସିସି ସଭାପତି ଭକ୍ତ ଦାସ ।

ସୁର ରାଉତରାୟ ଜଣେ  ଅଭିଜ୍ଞ ଓ ଦଳର ଗୋଟିଏ ଶକ୍ତ ସ୍ତମ୍ଭ ।  କଂଗ୍ରେସ ସେହି ସ୍ତମ୍ଭ ଭୁଶୁଡିବାକୁ ଦେବ ନାହିଁ ବୋଲି କହିଛନ୍ତି ଭକ୍ତ ଦାସ। ଯେଉଁ ନେତାମାନଙ୍କୁ ଦଳରୁ ନିଲମ୍ଵନ କିମ୍ଵା ବହିଷ୍କାର କରାଯାଇଥିଲା ।

ତାହାକୁ ପ୍ରତ୍ୟାହାର କରାଯାଇଥିବା ବିଜ୍ଞପ୍ତି ପ୍ରକାଶ କରି ଜଣାଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।