ଦର୍ଶକବନ୍ଧୁ ଭଲ ପୁଷ୍ଟିକର ଖାଦ୍ୟ ଖାଇଲେ ରୋଗ ହେବନି । ଏକଥା ସଦାବେଳେ ଡାକ୍ତର ଉପଦେଶ ଦେଇଥାନ୍ତି । କିନ୍ତୁ ଗୁରୁଗ୍ରାମରେ ଜଣେ ଯୁବତୀ ଭଲ ଖାଦ୍ୟ ଖାଇବା ପରେ ମଧ୍ୟ ଭୟଙ୍କର କର୍କଟ ରୋଗରେ ପଡ଼ିଥିଲେ । ପ୍ରତିଦିନ ହେଲଥ ରୁଟିନ କରି ‘ସ୍ୱାସ୍ଥ୍ୟକର ଖାଦ୍ୟ’ ଖାଉଥିବା, ଗୁରୁଗ୍ରାମର ୨୯ ବର୍ଷୀୟା ମୋନିକା ଚୈାଧୁରି ଙ୍କ କ୍ଷେତ୍ରରେ, ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଥିଲା।  ସେ ହେଲଦି ଡାଏଟ୍ ପ୍ଲାନ ଅନୁସାରେ ଖାଦ୍ୟ ଖାଉଥିଲେ ମଧ୍ୟ ତାଙ୍କ ଠାରେ ଟାଇପ୍ -4 କ୍ୟାନସର ଦେଖାଦେଇଥିଲା । ଏହାକୁ ନେଇ ମୋନିକା କୁହନ୍ତି, ଘରେ କମ୍ପୁଟରରେ  କାମ କରୁଥିବା ବେଳେ ସଦାବେଳେ ସ୍ବାସ୍ଥ୍ୟକର ଖାଦ୍ୟ ଖାଉଥିଲି ।  ମୋ ଶରୀର ଯେତେବେଳେ ଏନେଇ କିଛି ସଙ୍କେତ ଦେବା ଆରମ୍ଭ କଲା’ମୁଁ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କଲି । ପରେ ଜାଣିଲି ମୋତେ କର୍କଟ ରୋଗ ହୋଇଛି ।

ସେ କୁହନ୍ତି ପିଲାଦିନୁ ସେ ହେଲଦି ଡାଏଟ ଉପରେ ଅନେକ ବଢ଼ି ପଢ଼ିଥିଲେ । ସ୍ୱାସ୍ଥ୍ୟକର ଖାଦ୍ୟ ନେଇ ସେ ସୋସିଆଲ ମିଡିଆରେ ଅନେକ ୟୁଜରଙ୍କୁ ମଧ୍ୟ ଅନୁସରଣ କରୁଥିଲେ । ‘ସ୍ୱାସ୍ଥ୍ୟକର ଖାଦ୍ୟ’ ଖାଇବା ପରେ ସେ ଭାବୁଥିଲେ ତାଙ୍କୁ କିଛି ରୋଗ ହେବ ନାହିଁ । କିନ୍ତୁ କେତେକ ସମୟରେ, ଭଲ ଖାଇଲେ ମଧ୍ୟ ଏହା ଗମ୍ଭୀର ରୋଗକୁ ରୋକିପାରିବ ନାହିଁ।  ମୋନିକା ଚୌଧୁରୀ, ଯିଏ ହେଲଦି ଖାଦ୍ୟକୁ କଡ଼ାକଡ଼ି ପାଳନ  କରୁଥିଲେ । କିନ୍ତୁ ତାଙ୍କ ଶରୀରରେ କିଛି ବ୍ୟତିକ୍ରମ ଦେଖି ସେ ଡାକ୍ତରଙ୍କ ପାଖକୁ ଯାଇ ପରୀକ୍ଷା କଲେ । ସେ ଯେତେବେଳେ ଜାଣିଲେ ତାଙ୍କୁ ଚତୁର୍ଥ ପର୍ଯ୍ୟାୟ କୋଲୋରେକ୍ଟାଲ କର୍କଟ ରୋଗ ହୋଇଛି ସେ ଆଶ୍ଚର୍ଯ୍ୟ ହେଲେ । ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ, ଭଲ ଖାଦ୍ୟ ଖାଇବା ପରେ ମଧ୍ୟ କର୍କଟ ରୋଗ କାହିଁକି ହେଲା ତାହା ସେୟାର କରିଛନ୍ତି ।

ମୋନିକା ଚୈାଧୁରୀ ଲେଖିଛନ୍ତି ମୋ ସ୍ବାସ୍ଥ୍ୟ ପ୍ରତି ସଦାବେଳେ ସଚେତନ ରହୁଥିଲି । ବିଶେଷକରି ଯେତେବେଳେ ସ୍ୱାସ୍ଥ୍ୟ କଥା ଆସେ ତାହାକୁ ନେଇ ପ୍ରଥମେ ମୁଁ ପ୍ରାଧାନ୍ୟ ଦେଇଥାଏ ।  ଡାଏଟ୍ ପ୍ଲାନ ଅନୁସାରେ ମୁଁ ସବୁଦିନ ସୁସ୍ଥ ଖାଦ୍ୟ ଖାଉଥିଲି  ।  ମୋର ଶରୀରର ଭଲ ଯତ୍ନ ନେଉଥିଲି। ମୁଁ କେବେ ତେଲିଆ ଖାଦ୍ୟ ଖାଉନଥିଲି । ଫାଷ୍ଟଫୁଡ୍, ବାହାର ଖାଦ୍ୟଠୁ ଦୂରରେ ରହୁଥିଲି ।  କିନ୍ତୁ ଯେତେବେଳେ ଘଣ୍ଟା ଘଣ୍ଟା ଧରି କମ୍ପୁଟରରେ ୱେବସାଇଟ କାମ କଲି ସେତେବେଳେ ମୁଁ ଅଳସୁଆ ହୋଇଗଲି । ବାହାର ଦୁନିଆଠୁ ମୁଁ ଦୂରରେ ରହିଲି । ଏପରିକି ମୁଁ ନିୟମିତ ବ୍ୟାୟାମ କରିବା ଭୂଲିଗଲି । କମ୍ପୁଟର ପାଖରେ ବସି କାମ କରିକରି ଶେଷରେ ମୁଁ  ଭୟଙ୍କର ରୋଗକୁ ଡାକିଆଣିଲି ।

ମୋନିକା ପୁଣି ଲେଖିଛନ୍ତି ଲମ୍ବା ସମୟ, ସ୍କ୍ରିନ୍ ଉପରେ କାମ କରିବା ପରେ “ଧିରେ ଧୀରେ ମୋ ଉପରେ ମାନସିକ ଚାପ ପଡ଼ିଲା । ଏହି ଚାପ  ଶାରୀରକ ଶକ୍ତିକୁ ଦୁର୍ବଳ କରିବାରେ ଲାଗିଲା । କିଛି ଦିନ ପରେ ମୁଁ ଦେଖିଲି ମୁଁ ଚାଲିବାବେଳେ କଷ୍ଟ ଅନୁଭବ କଲି । ଘଣ୍ଟା ଘଣ୍ଟା ଧରି କମ୍ପୁଟର ଆଗରେ କାମ କରୁଥିବା ବେଳେ  ମୋର ଶାରୀରିକ ରୁଟିନ୍ କାର୍ଯ୍ୟକୁ ମୁଁ ଭୁଲି ଯାଇଥିଲି । ମୋର ସକାଳେ ଚାଲିବା ଅଭ୍ୟାସ ବନ୍ଦ ହୋଇଯାଇଥିଲା । ସନ୍ଧ୍ୟାରେ ଚାଲିବା କଷ୍ଟ ଲାଗୁଥିଲା । ଏହାପରେ ‘ମୋ ଶରୀର ଭିତରେ କିଛି ବ୍ୟତିକ୍ରମ ହେଉଥିବା ସଙ୍କେତ ଦେବା ଆରମ୍ଭ କରିଥିଲା’ ।

ମୁଁ ଓ୍ବେବସାଇଟରେ କାର୍ଯ୍ୟ ଅଧିକ କରୁଥିଲି । ସେ କାର୍ଯ୍ୟ କେବଳ ମାନସିକ କାର୍ଯ୍ୟ ଥିଲା । ମୁଁ ଭଲ ଖାଉଥିଲି, ଆଉ କମ୍ପୁଟର ସ୍କିନ ସହ ଜଡିତ ହୋଇ ଘଣ୍ଟା ଘଣ୍ଟା କାମ କରୁଥିଲି । ସବୁଦିନ ଭାବୁଥିଲି କାଲି ବ୍ୟାୟାମ କରିବି । କାଲି ବାହାରକୁ ଯାଇ ବୁଲି ଆସିବି କିନ୍ତୁ ସେତେବେଳକୁ ବିଳମ୍ଭ ହୋଇଯାଇଥିଲା । ମୋନିକା  କୁହନ୍ତି ତାଙ୍କ ଶରୀରରେ ସେ  “ଧୀରେ ଧୀରେ, ଥକ୍କାପଣ ଅନୁଭବ କଲେ । ପରେ ତାଙ୍କୁ ଅସ୍ୱସ୍ତି ଲାଗିଲା ।  କାମର ଚାପରେ ତାଙ୍କୁ ନିଦ ବି ଠିକ୍ ଠାକ୍ ହେଲାନାହିଁ । ଏହାପରେ ସେ ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର ତାଙ୍କୁ କହିଲେ “ଷ୍ଟେଜ୍-୪ କୋଲୋରେକ୍ଟଲ୍ କର୍କଟ ମୋତେ ଆକ୍ରାନ୍ତ କରିସାରିଛି । ଏହାପରେ ସେ ଜାଣିଲେ ଭଲ ଖାଦ୍ୟ ଖାଇଲେ ବି ଜଣେ କ୍ୟାନସରରେ ପୀଡିତ ହେବନାହିଁ , କହିବା ଭୁଲ । ନିରୋଗ ରହିବାକୁ ହେଲେ ଖାଦ୍ୟ ସହ ବ୍ୟାୟାମ ଏବଂ ଚାପମୁକ୍ତ ମଧ୍ୟ ରହିବାକୁ ପଡ଼ିବ । ଘଣ୍ଟା ଘଣ୍ଟା କମ୍ପୁଟରରେ ଯେଉଁମାନେ କାମ କରୁଛନ୍ତି । ଯେଉଁମାନେ ଚାପରେ ରହୁଛନ୍ତି , ସେମାନେ ମୋନିକାଙ୍କ ଲାଇଫରୁ କିଛି ଶିଖିବା ଉଚିତ । ଯଦି ଆପଣ ଭାବୁଛନ୍ତି , ଆପଣ ଭଲ ଖାଦ୍ୟ ଖାଉଛନ୍ତି, ଆପଣଙ୍କୁ କାହିଁକି ରୋଗ ହେବ ?  ତାହେଲେ ତାହା ବ୍ୟତିକ୍ରମ ହେବ । ମୋନିକା ଦିନେ ସେପରି ଭାବୁଥିଲେ ।

ତେଣୁ ଦର୍ଶକ ବନ୍ଧୁ , ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ଯେପରି ଜରୁରୀ, ମାନସିକ ସ୍ବାସ୍ଥ୍ୟକୁ ଠିକ୍ ରଖିବା ଏବଂ  ଶାରୀରିକ ବ୍ୟାୟାମ ନିହାତି ଜରୁରୀ । ଯଦି ଆପଣ ଗୋଟିଏକୁ ଧ୍ୟାନ ଦେଉଛନ୍ତି ତେବେ ଆପଣ ଶରୀରକୁ ଅବହେଳା କରୁଛନ୍ତି । ତେଣୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ ।