ଭାରତୀୟ ଜନତା ପାର୍ଟୀ ସଂସଦୀୟ ବୋର୍ଡ ତରଫରୁ ଆଜି ନୂଆପଡା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଜୟ ଢୋଲକିଆଙ୍କ ନାମ ଘୋଷଣା କରାଯାଇଛି । ଦଳୀୟ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ ।

ଆସନ୍ତା କାଲି ସକାଳ ୧୦.୩୦ ଘଟିକାରେ ନୂଆପଡାସ୍ଥିତ ‘ଗୋତମା’ ଏୟାରଷ୍ଟ୍ରିପଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ଏବଂ ଏଥିରେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ ସରପଂଚ, ସମିତି ସଭ୍ୟ, ୱାର୍ଡମେମ୍ବରଙ୍କ ସମେତ ପୂର୍ବତନ ଜନପ୍ରତିନିଧି ଓ ସମର୍ଥକମାନେ ସାମିଲ ହେବେ । ଏହା ପରେ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ଢୋଲକିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ ।

ଏହି ଅବସରରେ ହଜାର ହଜାର କାର୍ଯ୍ୟକର୍ତା ଓ ସାଧାରଣ ଜନତାଙ୍କ ଗହଣରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ ଓ ବିଧାୟକ ଏବଂ ଦଳୀୟ ପଦାଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ରହିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ସୁଚନା ଦେଇଛନ୍ତି ।

୧୬ ତାରିଖରେ ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବା ସହ ବିଶାଳ ସମାବେଶ କରିବେ । ଏ ନେଇ ସୂଚନା ଦେଲେ ବିଜେପି ରାଜ୍ୟସଭା ସାଂସଦ ସୁଜିତ କୁମାର । ସେହିଦିନ ଦୁଇ ହଜାରରୁ ଅଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ ବୋଲି ସୁଜିତ କୁମାର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଜୟ ଢୋଲକିଆଙ୍କ ନାମ ଚୂଡ଼ାନ୍ତ ହୋଇସାରିଛି । କେବଳ ଘୋଷଣା ବାକି ରହିଛି 

ବିଜେପି ସରକାରକୁ ଆସିବା ପରେ ପ୍ରଥମ ଥର ଉପନିର୍ବାଚନକୁ ସାମ୍ନା କରୁଛି  ଏମିତିରେ ନୂଆପଡ଼ା ଦଖଲ ବିଜେପି ପାଇଁ ବଡ଼ ଚାଲେଞ୍ଜ ହୋଇଛି  ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି  ମଣ୍ଡଳ ଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ ଜଗିବେ ବିଜେପି ବିଧାୟକ, ମନ୍ତ୍ରୀ, ସାଂସଦ  ପ୍ରତି ମଣ୍ଡଳ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ । ମନ୍ତ୍ରୀଙ୍କ ଅଧୀନରେ ରହିବ ୬ ରୁ ୮ ପଞ୍ଚାୟତ । ପ୍ରତି ପଞ୍ଚାୟତ ଦାୟିତ୍ବରେ ରହିବେ ଜଣେ ଲେଖାଏଁ ବିଧାୟକ ଓ ପୂର୍ବତନ ବିଧାୟକ  ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ବିଧାୟକଙ୍କୁ ଦିଆଯାଇଛି ଦାୟିତ୍ବ  ଏମିତିକି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡ଼ାରେ ମାରାଥନ  ପ୍ରଚାରକୁ ଓହ୍ଲାଇବାକୁ ପ୍ଲାନ୍‌ ପ୍ରସ୍ତୁତ ହୋଇଛି 

ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ପଡିବ   ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଦାନ ପ୍ରକ୍ରିୟା ଚାଲିବ