ସୁନା ଦରରେ ବଡ଼ ହ୍ରାସ ଘଟିଛି। ଗତ ଦୁଇଦିନରେ  ସୁନା ଦର  ୧୦ ଗ୍ରାମ୍ ପିଛା  ପ୍ରାୟ ୬% ଅର୍ଥାତ୍ ୭,୭୦୦ ଟଙ୍କା ହ୍ରାସ ପାଇଛି। ବିଶେଷଜ୍ଞମାନଙ୍କ ଅନୁସାରେ ସୁନା ଦର ଆହୁରି ହ୍ରାସ ପାଇପାରେ। ଆଗାମୀ ଦିନରେ ସୁନା ଦର ୧.୧୫ ଲକ୍ଷ ଟଙ୍କାରୁ ୧.୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ। ବିଶେଷ କଥା ହେଉଛି ସୁନା ଦର ଏହାର ରେକର୍ଡ ସ୍ତରରୁ ପ୍ରାୟ ୧୨ ହଜାର ଟଙ୍କା ହ୍ରାସ ପାଇଛି।

ଦୀପାବଳି ପରଠାରୁ ସୁନା ମୂଲ୍ୟରେ  ହ୍ରାସ ଦେଖାଯାଇଛି। ଦୁଇ ଦିନ ତଳେ 10 ଗ୍ରାମ ₹1,30,624 ଥିଲା। ମାତ୍ର ଦୁଇ ଦିନ ପରେ,  ସୁନା ପ୍ରତି 10 ଗ୍ରାମ ₹1,21,857 ରେ ପହଁଚିଲା ।  ଦୁଇ ଦିନ ମଧ୍ୟରେ, ସୁନା ମୂଲ୍ୟ ପ୍ରତି 10 ଗ୍ରାମ ₹8,767 ହ୍ରାସ ପାଇଥିଲା। ଆଜି ଆହୁରି କମିବାର ସମ୍ଭାବନା ରହିଛି ।

ସେହିପରି ରୂପା ମୂଲ୍ୟରେ  ହ୍ରାସ ଦେଖାଯାଇଛି। ଦୁଇ ଦିନ ତଳେ ପ୍ରତି କିଲୋଗ୍ରାମ ₹1,57,987 ରେ ଥିଲା। ଏହା ଅକ୍ଟୋବର ୨୨ ତାରିଖରେ ପ୍ରତି କିଲୋଗ୍ରାମ ₹୧,୪୫,୫୫୮ କୁ ହ୍ରାସ ପାଇଥିଲା। ତେଣୁ, ଦୀପାବଳି ପରେ ଦୁଇ ଦିନ ମଧ୍ୟରେ ମୂଲ୍ୟ କିଲୋଗ୍ରାମ ପ୍ରତି ₹୧୨,୪୨୯ ହ୍ରାସ ପାଇଛି। ଗତ ୭ ଦିନ ମଧ୍ୟରେ, ଘରୋଇ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ₹୨୧,୧୦୦ ହ୍ରାସ ପାଇଛି।