ଶ୍ରୀରାମ ଚନ୍ଦ୍ର ଭଂଜ (ଏସସିବି) ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୫ଜଣ ଗୁରୁତର ଅଛନ୍ତି। ଗୁରୁତରମାନଙ୍କର ଚିକିତ୍ସା ଜାରି ରହିଛି।। ଏହି ସ‌ମ୍ବେଦନଶୀଳ ଘଟଣା ଏବେ ଦେଶର ପ୍ରମୁଖ ଖବର ହୋଇଛି। ଦେଶର ଅନ୍ୟତମ ପୁରାତନ ଚିକିତ୍ସାଳୟରେ କେଉଁଭଳି ଭାବରେ ଅଗ୍ନିକାଣ୍ଡ ଘଟିଲା ସେନେଇ ସବୁଆଡ଼େ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ମୃତକମାନଙ୍କର ନାମ ଜାରି ହୋଇଛି।

  1. ରମେଶ ଚନ୍ଦ୍ର ପରିଡ଼ା
  2. ଦାର୍ଶୁ ମୁଣ୍ଡା
  3. ଏମଡି ନ୍ୟୁମ୍‌
  4. ଗୌରାଙ୍ଗ ଚନ୍ଦ୍ର ବାରିକ
  5. ଶେଖ୍ ଅବଦୁଲ୍ ସତାର
  6. ମଧୁସୂଦନ ଦଳାଇ
  7. କୃଷ୍ଣଚନ୍ଦ୍ର ବିଶ୍ଵାଳ
  8. ରବୀନ୍ଦ୍ର ଦାଶ
  9. ଚେରୁ ପରିଡ଼ା
  10. ମେନକା ରାଉତ

ଶ୍ରୀରାମଚନ୍ଦ୍ର ଭଂଜ (ଏସ୍‌ସିବି) ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଆଜି ଭୋରରୁ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି  ହୃଦୟବିଦାରକ ଘଟଣା ମେଡିକାଲର ଏକ ୱାର୍ଡରେ ଘଟିଥିବା ବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଅନ୍ୟ ୫ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି। ଏହି ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିସନର।

ସୂଚନା ଅନୁସାରେ ମଧ୍ୟରାତ୍ରୀରେ ଯେତେବେଳେ ଏସ୍‌ସିବିର ରୋଗୀ, ରୋଗୀ ସଂପର୍କୀୟମାନେ ଶୋଇ ପଡ଼ିଥିଲେ, ସେହି ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ହଠାତ ଅଗ୍ନିକାଣ୍ଡ ହେବାରୁ  ରୋଗୀମାନେ ଉଠିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ମାତ୍ରେ ହସ୍ପିଟାଲ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନେଇଥିଲେ। ହସ୍ପିଟାଲର ନିଜସ୍ୱ ଅଗ୍ନିଶମ ବିଭାଗ ପ୍ରଥମେ ନିୟୋଜିତ ହୋଇଥିଲେ। ବାହାରୁ ତିନୋଟି ଅଗ୍ନିଶମ ଗାଡି ମଧ୍ୟ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଧୂଆଁ ଏବଂ ନିଆଁ ଯୋଗୁଁ ଅନେକ ରୋଗୀଙ୍କ ପ୍ରବଳ କ୍ଷତି ହୋଇଥିଲା। ICUରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କୁ ହସ୍ପିଟାଲର ନ୍ୟୁ ମେଡିସିନ୍ ICUକୁ ସ୍ଥାନାନ୍ତର କରାଯାଇଥିଲା।