• Latest
  • Trending

ବିଜେଡିର ମାଇଣ୍ଡ ଗେମ୍ କୁ ନେଇ ରାଜନୀତି ସରଗରମ

Nov-11-2024 10:30 PM IST
odisha.newsroom.in

ଯୁଦ୍ଧର ନିଆଁ ଲିଭୁନି..ପୁଣି ଫେରିବ କି Lockdown ? ସରକାର କହିଲେ…

Mar-25-2026 05:30 PM IST
ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

ଆରମ୍ଭ ହେଲା ତୃତୀୟ ବିଶ୍ୱଯୁଦ୍ଧ

Mar-25-2026 05:27 PM IST
5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

5 ଦିନ ପରେ ଥରିବ ବିଶ୍ବ ! ଟ୍ରମ୍ପ କରିବେ ବଡ଼ ଆକ୍ରମଣ

Mar-25-2026 05:24 PM IST
odisha.newsroom.in

ମରୁଭୂମିରେ ଭୟଙ୍କର ବନ୍ୟା…ଲୋକେ ଗାଡ଼ି ମୋଟର ଛାଡ଼ି ଦୌଡିଲେ…

Mar-25-2026 04:01 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
  • About
  • Careers
  • Contact Us
Thursday, March 26, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡିର ମାଇଣ୍ଡ ଗେମ୍ କୁ ନେଇ ରାଜନୀତି ସରଗରମ

by M M
Nov-11-2024 10:30 PM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ରାଜନୀତିରେ ବୟାନବାଜି ଚାଲିଛି । ବିଜେପି କହୁଛି ବିଜେଡି ନେତା ବିଜେପିରେ ମିଶିବେ । ବିଜେଡି କହୁଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ।  ସଂଖ୍ୟାକୁ ନେଇ ଜାରି ରହିଛି ନେତାଙ୍କ ବୟାନବାଜୀ।

ନିର୍ବାଚନ ପରେ ବିଜେପି ସରକାରକୁ ୬ ମାସ ବିତିଲାଣି । ହେଲେ ଦଳ ଭାଙ୍ଗିବା ସଂଖ୍ୟା ଗଣିତକୁ ନେଇ ଜାରି ରହିଛି ବୟାନବାଜୀ।  ବିଜେଡି ନେତା କହିଲେଣି ଆଉ ୧୦ ଦରକାର। ହେଲେ ଆଉ ୧୦ ବିଧାୟକ ଆସିବେ କେଉଁଠୁ । ସେପଟେ ବିଜେପି ବିଧାୟକ କହିଲେଣି ତାଙ୍କର ସଂପର୍କରେ ବିଜେଡିର ୨୭ ବିଧାୟକ। ତେବେ ୨୭ ଆସିଲେ ହେବ କଣ?

ବିଜେପି ନେତା -ବିଜେଡି ନେତା ଏବେ କଥା କହିବାରେ ମାହିର । ଶାସକ ବିଜେପିର ନେତା କହୁଛନ୍ତି ବିଜେଡି ଭାଙ୍ଗିଯିବ । ବିରୋଧୀ ବିଜେଡି ନେତା କହୁଛନ୍ତି ଅପେକ୍ଷା କର ଆମେ ପୁଣି ସରକାର କରିବୁ ।

ବିଜେଡି ନେତା ଅତନୁ କହୁଛନ୍ତି ଆମ ସରକାର ପାଇଁ  ଆଉ ୧୦ ଦରକାର। ହେଲେ ୧୦ ବିଧାୟକ କେମିତି ଆସିବେ ବିଜେପିରୁ ତାହାର ସଂଭାବନା କଣ ? ତାହା କହୁନାହାଁନ୍ତି ।

ଓଡ଼ିଶା ବିଧାନସଭାରେ ମୋଟ ୧୪୭ ବିଧାୟକ ଥିବା ବେଳେ ବହୁମତ ପାଇଁ ଦରକାର ୭୪ ଆସନ। ତେବେ ୨୦୨୪ ନିର୍ବାଚନରେ ବିଜେପି ୭୮ ଆସନ ପାଇ ସରକାର ଗଢିଛି। ଅଧିକା ଚାରି ଆସନ ବିଜେପି ଅଧିକା ପାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହୋଇଛନ୍ତି । ମୋଦିଙ୍କ ଇମେଜ ପାଇଁ ବିଜେପି ରାଜ୍ୟରେ ସରକାର ଗଠନ କରିଛି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ପାଖରେ ୫୧ ଆସନ ରହିଛି ।  କଂଗ୍ରେସର ୧୪  ବିଧାୟକ ଅଛନ୍ତି । ସ୍ବାଧୀନ ବିଧାୟକ ଏବଂ ଅନ୍ୟଜଣେ ବିଧାୟକ ମିଶି ରହିଛନ୍ତି ୪ ଜଣ।

ଅତନୁଙ୍କ ପୂର୍ବରୁ ଆଗରୁ ମୁନା ଖାଁ, ବିଜେଡି ସାଂସଦ କହିଥିଲେ ଯେ ତାଙ୍କ ସଂପର୍କରେ ଅଛନ୍ତି ବିଜେପି ବିଧାୟକ। ସେ ଏହି ସଂଖ୍ୟା ୧୪ କହିଥିବା ବେଳେ ଏବେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଲେଣି ଆଉ ୧୦ ଦରକାର।

ଅତନୁ ହିସାବ ଦେଇ କହିଛନ୍ତି ବିଜେଡି ୫୧,କଂଗ୍ରେସ ୧୪, ସ୍ବାଧୀନ ୩ ଏବଂ ଆଉ ଜଣେ ସିପିଆଇଏମ ବିଧାୟକ ତାଙ୍କ ସହ ଅଛନ୍ତି, ଏବେ ଆଉ ମାତ୍ର କିଛି  ଦରକାର ମାନେ ତାଙ୍କ ହିସାବରେ ଆଉ  ୧୦। ହେଲେ ୧୦ ଆସିବ କେଉଁଠୁ ? ବିଜେଡି ନେତାଙ୍କ ଦାବି ଅନୁସାରେ ଯଦି ଶାସକ ଦଳର ୧୦ ବିଧାୟକ ପଟ୍ଟ ପରିବର୍ତ୍ତନ କରନ୍ତି ତେବେ ସେମାନେ ଅଯୋଗ୍ୟ ହେବେ। ସେହିପରି କୋର୍ଟରେ କେତେକ ବିଧାୟକଙ୍କର ନିର୍ବାଚନୀ ମାମଲା ଚାଲୁଛି। ତେଣୁ କୋର୍ଟରେ ହାରଜିତ ଉପରେ ବିଜେଡି ନଜର ରଖିଛି କି ? ହେଲେ କହିବାକୁ ଗଲେ ବିଜେଡିର ନେତାଙ୍କ ମାମଲାା ମଧ୍ୟ କୋର୍ଟରେ ରହିଛି । କୋର୍ଟରେ ଏହି ମାମଲା ବର୍ଷ ବର୍ଷ ଧରି ଚାଲିବ । ସେତେବେଳକୁ ପାଂଚ ବର୍ଷ ବିତିଯାଇଥିବ ଏହା ମଧ୍ୟ ନେତାମାନେ ଜାଣିଛନ୍ତି ।

ଅତନୁଙ୍କ ବିଜେଡିର ସଂଖ୍ୟା ଗଣିତକୁ ନେଇ ଜୋର ଧରିଛି ଚର୍ଚ୍ଚା । ବିଜେପିର ପ୍ରଶ୍ନ, ୧୦ ଗଲେ ସେମାନଙ୍କ ସଭ୍ୟ ପଦ ରଦ୍ଦ ହେବ ଏହା ବିଜେଡି ନେତା ଜାଣିବା ଦରକାର ।  ଆସିକା ବିଧାୟକ ସରୋଜ ପାଢୀଙ୍କ ଦାବି କରି କହିଛନ୍ତି ବିଜେଡିର ୨୭ ବିଧାୟକ ବିଜେପି ସଂପର୍କରେ ରହିଛନ୍ତି । ଆଗକୁ କଣ ହେବ ଦେଖିବାକୁ ବାକି ରହିଲା ।

 

Share196Tweet123
M M

M M

ଆଜିର ପାଗ

Bhubaneswar
March 26, 2026, 5:38 AM
 

S
Partly cloudy
25°C
0.1 m/s
Apparent: 31°C
Pressure: 1010 mb
Humidity: 95%
Winds: 0.1 m/s S
Windgusts: 3.4 m/s
UV-Index: 0
Precip.: 2.5mm /40% / Rain
Sunrise: 5:45 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom