ଭାରତ-ଓ୍ବେଷ୍ଟଇଣ୍ଡିଜ୍ ୨ୟ ଟେଷ୍ଟ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୨ ଓ୍ବିକେଟ ହରାଇ ୩୧୮ ରନ କରିଛି । ଆଜିର ମ୍ୟାଚର ପ୍ରମୁଖ ଆକର୍ଷଣ ଥିଲା ଯଶସ୍ବୀ ଜୟସ୍ବାଲଙ୍କ ଦମଦାର ଶତକ। ସେ ଅପରାଜିତ ୧୭୩ କରିଛନ୍ତି ।
ତାଙ୍କ ସହିତ କ୍ରିଜରେ ଅଛନ୍ତି ଅଧିନାୟକ ଶୁବମନ ଗିଲ । ସେ ୨୦ ରନ କରି ଖେଳୁଛନ୍ତି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ସାତଟି ମ୍ୟାଚରେ ଟସ ହାରିଥିବା ଶୁଭମନ ଗିଲ ଏଥର ଟଚ ଜିତିଥିଲେ । ଭାରତ ପକ୍ଷରୁ ଜୟସ୍ବାଲ ଓ କେଏଲ ରାହୁଲ ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୮ ରନ ଯୋଗ କରିବା ପରେ ରାହୁଲ ୩୮ ରନ କରି ଆଉଟ ହୋଇଥିଲେ ।
ଏହା ପରେ ସାଇ ସୁଦର୍ଶନ ଓ ଜୟସ୍ବାଲଙ୍କ ମଧ୍ୟରେ ଏକ ୧୯୩ ରନର ପାର୍ଟନରସିପ ଦେଖିବାକୁ ମିଳିଥିଲା । ସୁଦର୍ଶନ ୮୪ ରନ କରି ଆଉଟ ହୋଇଥିବାବେଳେ ଜୟସ୍ବାଲ ନିଜର ଶତକ ପୂରଣ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଜୋମେଲ ଓ୍ବାରିକାନ ୨ଟି ଓ୍ବିକେଟ୍ ନେଇଥିଲେ ।
ଭାରତୀୟ ଟିମ୍ ପ୍ରଥମ ଟେଷ୍ଟ୍କୁ ଗୋଟିଏ ପାଳି ଓ ୧୪୦ ରନ୍ ଜିତିଥିଲା । ଏହି ଟେଷ୍ଟରେ ଦ୍ବିତୀୟ ମ୍ୟାଚ୍କୁ ଜିତି ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟ ରଖିଛନ୍ତି ଗିଲ୍ ବାହିନୀ । ଅହମଦାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଭ୍ରମଣକାରୀ ଇଣ୍ଡିଜ୍ ଏମିତି ଦୟନୀୟ ଖେଳିଥିଲା ଯେ ଏହାର ଦୁଇଟି ଯାକ ପାଳି ମାତ୍ର ୮୯.୨ ଓଭରରେ ଶେଷ ହୋଇଯାଇଥିଲା। ଉଭୟ ପାଳି ୧୬୨ (୪୪.୧ ଓଭର) ଏବଂ ୧୪୬ (୪୫.୧ ଓଭର) ରନ୍ରେ ଶେଷ ହୋଇଥିଲା। ଦୁଇଟି ଯାକ ପାଳିରେ ଅର୍ଦ୍ଧଶତକଟିଏ ମଧ୍ୟ ଦେଖିବାକୁ ମିଳି ନଥିଲା। ବହୁତ ଖରାପ ଖେଳିଥିଲେ ଭ୍ରମଣକାରୀ ଟିମ୍ । ଏପରିକି ସୋସିଆଲ ମିଡିଆରେ ଓ୍ବେଷ୍ଟଇଣ୍ଡିଜ ଟିମକୁ ଟ୍ରୋଲ କରାଯାଇଥିଲା । ଦିନେ ଏହି ଟିମ୍ ଦୁର୍ଦଶ ଟିମ୍ ଥିଲା । ଏବେ କିନ୍ତୁ ସଂଘର୍ଷ କରୁଛି ।ପ୍ରଥମ ଟେଷ୍ଟରେ ଭାରତ ଦମ୍ଦାର ବ୍ୟାଟିଂ କରି ୩ ଶତକ ଓ ଗୋଟିଏ ଅର୍ଦ୍ଧଶତକ ବଳରେ ୪୪୮/୫ରେ ପାଳି ଘୋଷଣା କରିଥିଲା। ଧ୍ରୁବ ଜୁରେଲ (୧୨୫), ରବୀନ୍ଦ୍ର ଜାଡ଼େଜା (୧୦୪*) ଓ କେଏଲ୍ ରାହୁଲ (୧୦୦) ଶତକ ଅର୍ଜନ କରିଥିଲା ବେଳେ ଶୁବମନ ଗିଲ୍ (୫୦) ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଆଜିର ମ୍ୟାଚରେ ଜୟସ୍ବାଲ ଶତକ କରିଛନ୍ତି । ଆଉ କିଏ ଶତକ କରିବ ତାକୁ ଅପେକ୍ଷା