• Latest
  • Trending
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

Oct-14-2025 04:09 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Sunday, February 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

by M M
Oct-14-2025 04:09 PM IST
in ଦେଶ ବିଦେଶ, ବଡ଼ ଖବର
0
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?
794
SHARES
2.3k
VIEWS
Share on FacebookShare on Twitter

ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି  ଅଷ୍ଟମ ବେତନ କମିଶନ । ରିପୋର୍ଟ ଅନୁସାରେ ଅଷ୍ଟମ ବେତନ କମିଶନ ଲାଗୁ ହେଲେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ଦରମା ଦୁଇଗୁଣ ହୋଇଯିବ । ଯଦିଓ ଏହି ଦରମା 2027ରେ ମିଳିବ । ତେବେ ଏହା 1 ଜାନୁଆରୀ, 2026 ରୁ କାର୍ଯ୍ୟକାରୀ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ନୂତନ ଦରମା ଗଠନ ପ୍ରଚଳନ ହେବା ପରେ 50 ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ 65 ଲକ୍ଷ ପେନସନଭୋଗୀ କର୍ମଚାରୀ  ବକେୟା ଦରମା ଓ ପେନସନ ପାଇବାର ଆଶା କରାଯାଉଛି।

ଅଷ୍ଟମ ବେତନ କମିଶନ୍ ଲାଗୁ ହେଲେ କର୍ମଚାରୀଙ୍କ ଦରମା କେତେ ହେବ ତାହା ସ୍ପଷ୍ଟ କହି ହେବ ନାହିଁ । କିନ୍ତୁ କର୍ମଚାରୀଙ୍କ ବେତନ, ଭତ୍ତା ମିଶିଲେ ତାହା ଦୁଇଗୁଣ ହୋଇଯିବା ନିଶ୍ଚିତ ।  ଯାହା ବର୍ତ୍ତମାନର ୧୮,୦୦୦ ଟଙ୍କାର ନ୍ୟୁନତମ ବେତନ୍‌କୁ ୪୫,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବାର ସମ୍ଭାବନା ରହିଛି।

ଏହା ସହ ଡିଅର୍‌ନେସ୍ ଆଲାଉନ୍ସ୍ (ଡିଏ) ବର୍ତ୍ମାନ ୫୫ ପ୍ରତିଶତ ରହିଛି । ଯାହା  ନୂତନ ବେତନ୍‌ରେ ମିଶାଇ ନିଆଯିବ ଓ କ୍ଷେତ୍ରୀୟ ଆଲାଉନ୍ସ୍ (ଏଚ୍‌ଆର୍‌ଏ) ମଧ୍ୟ ମିଶିଯିବ । ଏହା ମାଧ୍ୟମରେ ପ୍ରତ୍ୟେକ କର୍ମଚାରୀଙ୍କ ମାସିକ ଆୟ ଅତିକମରେ ୧୦,୦୦୦ରୁ ୨୦,୦୦୦ ଟଙ୍କା ବୃଦ୍ଧି ପାଇପାରେ। ତୃତୀୟତଃ, ପେନ୍ସନ୍ ମଧ୍ୟ ବୃଦ୍ଧି ପାଇବ। ବର୍ତ୍ମାନର ୯,୦୦୦ ଟଙ୍କାର ନ୍ୟୁନତମ ପେନସନ ଯଦି ଆପଣ ପାଉଛନ୍ତି ତେବେ ଅତି କମରେ ୨୫,୦୦୦ ଟଙ୍କା ପେନସନ ପାଇବେ ।  ଯାହା ଅବସର ପରେ ଜୀବନଧାରଣ ମାନକୁ ସୁଗମ କରିବ। ଅନ୍ୟ ଲାଭ ମଧ୍ୟରେ  ଟ୍ରାନ୍ସପୋର୍ଟ୍, ମେଡିକାଲ୍ ଓ ହାଉସିଂ ଭତ୍ତା ବୃଦ୍ଧି ପାଇବ । ଯାହା କି କର୍ମଚାରୀଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବ ।

କେତେ ପାଇବେ ଦରମା?

ଯଦି ଆପଣଙ୍କର ଆନୁମାନିକ ଦରମାକୁ ଦେଖାଯାଏ, ତେବେ ଦରମା ବୃଦ୍ଧି ଏବଂ ଭତ୍ତା ବୃଦ୍ଧ ପାଇଁ ଏକ ମାର୍ଗଦର୍ଶିକା ପ୍ରାୟ ୧.୯୬ ଫିଟମେଣ୍ଟ ଫ୍ୟାକ୍ଟର ସହ ଲାଗୁ ହେବ । ଏହା ମାନେ ହେଉଛି  ସର୍ବନିମ୍ନ ମୌଳିକ ଦରମା ପ୍ରାୟ ଦ୍ୱିଗୁଣିତ ହୋଇଯିବ । ଆପଣଙ୍କୁ ଯେତେବେଳେ ମହଙ୍ଗା ଭତ୍ତା (DA) ଏବଂ ଘର ଭଡ଼ା ଭତ୍ତା (HRA) ସମେତ ମୋଟ ଦରମା ମିଳିବ ତାହା ମୋଟ ଦରମାର ଡବଲ ହୋଇଯିବ । କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଦରମାରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଆଣିବାକୁ ଯାଉଛି। ପ୍ରାୟ ୧.୯୬ ଫିଟମେଣ୍ଟ ଫ୍ୟାକ୍ଟର ସହିତ, ସର୍ବନିମ୍ନ ମୌଳିକ ଦରମା ପ୍ରାୟ ଦ୍ୱିଗୁଣିତ ହୋଇଯିବ ।

ଫିଟମେଣ୍ଟ ଫ୍ୟାକ୍ଟର କ’ଣ?

ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ନିର୍ଣ୍ଣୟର ଏକ ପ୍ରମୁଖ ଉପାଦାନ ହେଉଛି ଫିଟମେଣ୍ଟ ଫ୍ୟାକ୍ଟର। ଏହା ଦରମାର ଗୁଣକକୁ ଜଣେ କର୍ମଚାରୀଙ୍କ ବର୍ତ୍ତମାନର ମୌଳିକ ଦରମାକୁ ଗୁଣନ କରି ଏକ ନୂତନ ମୌଳିକ ଦରମା ସ୍ଥିର କରାଯାଇଥାଏ । ଯାହା ଦ୍ବାରା ଦରମା ସ୍ଥିର କରାଯାଇଥାଏ । ଉଦାହରଣ ଭାବେ ଦେଖିଲେ , ଷଷ୍ଠ ବେତନ କମିଶନ ଅଧୀନରେ ସର୍ବନିମ୍ନ ମୌଳିକ ଦରମା 7,000 ଟଙ୍କା ଥିଲା। ସପ୍ତମ ବେତନ କମିଶନ 2.57 ର ଫିଟମେଣ୍ଟ ଫ୍ୟାକ୍ଟର କୁ ଗ୍ରହଣ କରିଥିଲା, ଯାହା ସର୍ବନିମ୍ନ ମୌଳିକ ଦରମାକୁ 18,000 ଟଙ୍କାକୁ ବୃଦ୍ଧି କରିଥିଲା। ଯାହାର ସୂତ୍ର ହେଉଛି – ପୁରୁଣା ମୌଳିକ ଦରମା x 1.96 = 8ମ ବେତନ କମିଶନ ଅଧୀନରେ ମୌଳିକ ଦରମା ହେବ ।

ଅଷ୍ଟମ ବେତନ କମିଶନ ପାଇଁ, ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ଫିଟମେଣ୍ଟ ଫ୍ୟାକ୍ଟର 1.92 ରୁ 2.86 ପର୍ଯ୍ୟନ୍ତ ହୋଇପାରେ । ତେବେ କେତେକ ଅର୍ଥନୀତିଜ୍ଞ କୁହନ୍ତି ଏହା  1.96 ରହିପାରେ ।

ଦରମା କେତେ ବୃଦ୍ଧି ପାଇବ?

ଯଦି ଫିଟମେଣ୍ଟ ଫ୍ୟାକ୍ଟର ୧.୯୬ କୁ ଧରିନିଆଯାଏ, ତେବେ ଲେବଲ୍-୧ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ୧୮,୦୦୦ ଟଙ୍କାର ମୌଳିକ ଦରମା ୩୫,୨୮୦ ଟଙ୍କାକୁ ବୃଦ୍ଧି ପାଇ ।  ଏଥିରେ DA , HRA ମିଶିଲେ ପୁଣି ବଢ଼ିଯିବ । ନୂତନ ମୌଳିକ ଦରମା ଗଣନା କରିବାର ସୂତ୍ର ପୂର୍ବଭଳି ହେବ  । ଯେମିତି କି ପୁରୁଣା ମୌଳିକ ଦରମା x 1.96 = 8ମ ବେତନ କମିଶନ ଅଧୀନରେ ମୌଳିକ ଦରମା ହେବ । ଏହି ସୂତ୍ର ବ୍ୟବହାର କରି, ସ୍ତର 1 ରୁ ସ୍ତର 18 ପର୍ଯ୍ୟନ୍ତ ସମସ୍ତ ସ୍ତର ପାଇଁ ମୌଳିକ ଦରମା ବୃଦ୍ଧି ଆକଳନ କରାଯାଇପାରିବ।

ମୋଟ ଦରମା ଗଣନା କିପରି ହେବ ?

ଆସନ୍ତୁ ଏ ସ୍ତର- କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ଉଦାହରଣ ଭାବରେ ବିଚାର କରିବା:

ବର୍ତ୍ତମାନ ମୌଳିକ ଦରମା: 53,100 ଟଙ୍କା । ବର୍ତ୍ତମାନ DA (ମୌଳିକ ଦରମାର 58%): 30,798 ଟଙ୍କା  । ଦିଲ୍ଲୀ ପରି ମେଟ୍ରୋ ସହର ପାଇଁ HRA (ମୌଳିକ ଦରମାର 27%): 14,337 ଟଙ୍କା । ମୋଟ୍ ବର୍ତ୍ତମାନର ଦରମା (ମୌଳିକ ଦରମା + DA + HRA) = 98,235 ଟଙ୍କା ମିଳୁଛି ।

8ମ ବେତନ କମିଶନ ଅଧୀନରେ:

ନୂତନ ମୌଳିକ ଦରମା: 1,04,076 ଟଙ୍କା  ।  DA : 0% = 0 ଟଙ୍କା  । HRA (ମୌଳିକ ଦରମାର 27%): 28,100.52 ଟଙ୍କା

ମୋଟ ଦରମା (ମୌଳିକ ଦରମା + DA + HRA) = 1,32,177 ଟଙ୍କା ହୋଇଯିବ । ତେଣୁ ଅଷ୍ଟମ ବେତନ କମିଶନ ଲାଗୁ ହେଲେ ଦରମା ଏବେ ମିଳୁଥିବା ଦରମାର ଦୁଇଗୁଣ ହୋଇଯିବ । ତେଣୁ ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଦିନ ଆସୁଛି କୁହାଯାଇପାରେ ।

Share318Tweet199
M M

M M

ଆଜିର ପାଗ

Bhubaneswar
February 1, 2026, 7:43 PM
 

SSE
Overcast
23°C
2.7 m/s
Apparent: 24°C
Pressure: 1017 mb
Humidity: 95%
Winds: 2.7 m/s SSE
Windgusts: 5.3 m/s
UV-Index: 0
Precip.: 0mm /0% / Rain
Sunrise: 6:22 AM
Sunset: 5:37 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom