ପଞ୍ଜାବର ହୋସିଆରପୁର ନିକଟରେ ବଡ଼ ଅଘଟଣ ଘଟିଛି । ମୃତ୍ୟୁ କେତେବେଳେ କେଉଁଠି ଆସି ପହଁଚିବ ତାହା କହିବା ମୁସ୍କିଲ ହୋଇଛି । ନଦୀ ସ୍ରୋତରେ ଭାସିଯିବାରୁ ଅକାଳରେ ଗୋଟିଏ ପରିବାର ଉଜୁଡି ଯାଇଛି । ଗୋଟିଏ ପରିବାରର ନଇରେ ଭାସି ୯ ଜଣ ସଦସ୍ୟ ପ୍ରାଣ ହରାଇଛନ୍ତି। ଅନ୍ୟ ୨ ଜଣ ନିଖୋଜ ଥିବା ଜଣାପଡିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ ଡ୍ରାଇଭର ସମେତ ପରିବାରର ୧୦ ଜଣ ସଦସ୍ୟ ଏସ୍ୟୁଭିରେ ହିମାଚଳ ପ୍ରଦେଶର ଡେହ୍ରାରୁ ପଞ୍ଜାବର ସହିଦ ଭଗତ ସିଂହ ନଗର ଜିଲାର ମେରୋୱାଲ ଗ୍ରାମକୁ ଯାତ୍ରା କରୁଥିଲେ। ତେବେ ରାସ୍ତାରେ ଥିବା ଏକ ଝରଣାରେ ଅଚାନକ ବନ୍ୟାଜଳ ପ୍ରବାହିତ ହେବାରୁ ଏସ୍ୟୁଭି ଭାସିଯାଇଥିଲା। ସ୍ଥାନୀୟ ଲୋକେ କେବଳ ଜଣେ ଆରୋହୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ନିଖୋଜଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








