• Latest
  • Trending
ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ମମତା ବାନାର୍ଜୀଙ୍କ ବିବାଦୀୟ ବୟାନକୁ ନେଇ ଘେରିଲା ବିଜେପି

ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ମମତା ବାନାର୍ଜୀଙ୍କ ବିବାଦୀୟ ବୟାନକୁ ନେଇ ଘେରିଲା ବିଜେପି

Oct-13-2025 09:49 AM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-25-2026 09:23 AM IST
odisha.newsroom.in

ଇରାନରେ ଏବେ ଏମିତି କଟୁଛି ଜୀବନ…ଖଣ୍ଡିଏ ରୁଟିର ଦାମ ହଜାରେ ଟଙ୍କାରୁ ଅଧିକ…

Mar-25-2026 11:15 AM IST
ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

Mar-24-2026 05:21 PM IST
odisha.newsroom.in

ଗ୍ୟାସ ସଙ୍କଟ ବେଳେ ଆହାର କେନ୍ଦ୍ର ଭରସା, ହେଲେ ଖୋଲୁ ଖୋଲୁ ଶେଷ

Mar-24-2026 04:03 PM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ମମତା ବାନାର୍ଜୀଙ୍କ ବିବାଦୀୟ ବୟାନକୁ ନେଇ ଘେରିଲା ବିଜେପି

କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର

by M M
Oct-13-2025 09:49 AM IST
in ଅପରାଧ, ରାଜ୍ୟ
0
ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ମମତା ବାନାର୍ଜୀଙ୍କ ବିବାଦୀୟ ବୟାନକୁ ନେଇ ଘେରିଲା ବିଜେପି
491
SHARES
1.4k
VIEWS
Share on FacebookShare on Twitter

 

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡ଼ିଆ ମେଡିକାଲ୍ ଛାତ୍ରୀଙ୍କ ବିରୁଦ୍ଧରେ ଘଟିଥିବା ନିଷ୍ଠୁର ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ମମତାଙ୍କ ବୟାନ ରାଜ୍ୟରେ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବାଦୀୟ ମନ୍ତବ୍ୟକୁ ସମାଲୋଚନା କରାଯାଉଛି । ଘଟଣା ରାତିରେ ଘଟିଥିବା ବେଳେ ମମତା ଭୁଲ ତଥ୍ୟ ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ଓ ସାମାଜିକ ସ୍ତରରେ ତୀବ୍ର ସମାଲୋଚନା ହୋଇଛି। ଘଟଣା ରାତି 10 ଭିତରେ ଘଟିଥିବା ବେଳେ ମମତା ରାତି 12ଟା 30 କହୁଛନ୍ତି । ଏତେ ରାତିରେ ବାହାରକୁ କାହିଁକି ଛାତ୍ରୀ ବାହାରକୁ ଯାଇଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ନେଇ ସମାଲୋଚନା କରାଯାଉଛି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମମତାଙ୍କ ବୟାନକୁ ନେଇ ସମାଲୋଚନା କରିଛନ୍ତି । ସେ କହିଛନ୍ତି ମମତାଙ୍କ ବକ୍ତବ୍ୟ ମହିଳାଙ୍କ ପ୍ରତି ଅପମାନ । ଦୋଷୀଙ୍କୁ ଦଣ୍ଡ ଦେବା ବଦଳରେ ତାଙ୍କ ବୟାନ ଅପରାଧିଙ୍କୁ ସୁରକ୍ଷା ଭଳି ଲାଗୁଛି । ସେପଟେ ବାଲେଶ୍ବର ଯାଇଛନ୍ତି ରାଜ୍ୟ ମହିଳା କମିସନ୍‌ ଶୋଭନା ମହାନ୍ତି । ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବେ ରାଜ୍ୟ ମହିଳା କମିସନ୍।  ଦୁର୍ଗାପୁର ପୁଲିସର ସୂଚନା ଅନୁଯାୟୀ ସମସ୍ତ ଅଭିଯୁକ୍ତ ମେଡିକାଲ କଲେଜକୁ ଲାଗି ରହିଥିବା ଜଙ୍ଗଲ ଆଖପାଖ ଅଞ୍ଚଳର। ପୀଡ଼ିତାଙ୍କ ପାଖରୁ ଛଡ଼ାଇ ନେଇଥିବା ମୋବାଇଲ୍‌କୁ ଟ୍ରାକ୍ କରି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ସେମାନେ ପାରନଗଞ୍ଜ ଜଙ୍ଗଲରେ ଲୁଚି ରହିଥିଲେ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହି ଘଟଣା ଏବେ ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ଦୋଷୀଙ୍କୁ ଦଣ୍ଡ ଦେବାପାଇଁ ବିଜେପିର ବରିଷ୍ଠ ନେତାମାନେ ମତ ରଖୁଛନ୍ତି । ମହିଳା ସାମାଜିକ କର୍ମୀମାନେ ମମତାଙ୍କ ବୟାନଙ୍କୁ ନିନ୍ଦା କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଘଟଣା ଅନୁସାରେ ଦୁର୍ଗାପୁର ସିଟି ମେଡିକାଲ୍ କଲେଜରେ ପଢ଼ୁଥିବା  ୨୩ ବର୍ଷୀୟ ଦ୍ୱିତୀୟ ବର୍ଷର MBBS ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଯାହାଙ୍କ ଘର ଓଡ଼ିଶାର ଜାଲେଶ୍ୱରରେ ।  ଶୁକ୍ରବାର ରାତିରେ କ୍ୟାମ୍ପସ ପଛରେ ଏକ ଜଙ୍ଗଲ ଅଞ୍ଚଳରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେ ପୁରୁଷ ବନ୍ଧୁଙ୍କ ସହିତ ରାତି ୮:୩୦ ପରେ ଡିନର୍ ପାଇଁ ବାହାରିଥିଲେ। ଡିନର ସାରି ଫେରୁଥିବା ବେଳେ ଆକ୍ରମଣକାରୀମାନେ ତାଙ୍କୁ ବଳପୂର୍ବକ ଏକ ଜଙ୍ଗଲ ସ୍ଥାନକୁ ନେଇଯାଇ ଦୁଷ୍କର୍ମ କରିଥିଲେ ।

ପୀଡ଼ିତାଙ୍କ ପରିବାର ସୂଚନା ପାଇ ଦୁର୍ଗାପୁର ପହଞ୍ଚି ନ୍ୟୁ ଟାଉନସିପ୍ ଥାନାରେ FIR ଦାଖଲ କରିଥିଲେ। ବର୍ତ୍ତମାନ ସେ ଚିକିତ୍ସାରେ ଅଛନ୍ତି ଏବଂ ତାଙ୍କର ବୟାନ ରେକର୍ଡ୍ ହୋଇଛି।ଏହି ଘଟଣାରେ ପଶ୍ଚିମବଙ୍ଗ ପୋଲିସ୍ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।  ତିନିଜଣଙ୍କୁ ଜେଲ ପଠାଯାଇଛି । ଦୁଇ ଜଣଙ୍କୁ ଦୁର୍ଗାପୁର ଥାନାରେ ଅଟକ ରଖାଯାଇ ପଚରାଉଚରା ଚାଲୁଛି। ସମସ୍ତ ଅଭିଯୁକ୍ତମାନେ ସ୍ଥାନୀୟ ବାସିନ୍ଦା ବୋଲି ପୋଲିସ୍ କହୁଛି।

ମମତା ବାନାର୍ଜୀ ଗତକାଲି କହିଥିଲେ, “ରାତି ୧୨:୩୦ ପରେ ଛାତ୍ରୀମାନେ ବାହାରକୁ କାହିଁକି ଯାଇଥିଲେ । ସେ ନିଜର ସୁରକ୍ଷା କଥା ଚିନ୍ତା କରିବା ଆବଶ୍ୟକ । ଏହାକୁ ନେଇ ବିଜେପି ସମେତ ବିଭିନ୍ନ ଦଳ ଓ ସଂଗଠନ ସମାଲୋଚନା କରିଛନ୍ତି। ଜାତୀୟ ମହିଳା କମିଶନର ସଦସ୍ୟା ଅର୍ଚ୍ଚନା ମଜୁମଦାର ଏହାକୁ “ଅଜବ ଯୁକ୍ତି” କହି କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଘଟଣା ରାତି ୮ଟା ଭିତରେ ଘଟିଥିଲା, ୧୨:୩୦ ନୁହେଁ। ମୁଖ୍ୟମନ୍ତ୍ରୀଙ୍କୁ କୌଣସି ବୟାନ ଦେବା ଆଗରୁ ଠିକ୍ ତଦନ୍ତ କରିବା ଉଚିତ୍।” ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଘଟଣାକୁ ନିଷ୍ଠୁର କହି ମମତାଙ୍କୁ ଦ୍ରୁତ କାର୍ଯ୍ୟାନୁଷ୍ଠାନର ଆହ୍ୱାନ ଦେଇଛନ୍ତି ଏବଂ ପୀଡ଼ିତାଙ୍କ ପରିବାରଙ୍କୁ ସମର୍ଥନ ପ୍ରତିଶ୍ରୁତି ଦେଇଛନ୍ତି।

 

 

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 3:25 PM
 

SSW
Overcast
33°C
3.2 m/s
Apparent: 30°C
Pressure: 1009 mb
Humidity: 85%
Winds: 3.2 m/s SSW
Windgusts: 7.9 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom