• Latest
  • Trending
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

Oct-14-2025 04:09 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-21-2025 12:19 PM IST
କଣ କହୁଛି ଆପଣଙ୍କ ରାଶିଫଳ

କଣ କହୁଛି ଆପଣଙ୍କ ରାଶିଫଳ

Oct-21-2025 07:07 AM IST
ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

ନିଜ ଦମରେ ଲଢ଼ିଲେ ବିଜୟ ସୁନିଶ୍ଚିତ :ମୋଦି

Oct-20-2025 12:43 PM IST
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

Oct-20-2025 11:12 AM IST
ଦୀପାବଳି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ଦୀପାବଳି ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

Oct-20-2025 10:18 AM IST
ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ

ନୂଆପଡ଼ାରେ ସ୍ନେହାଙ୍ଗିନୀ ଛୁରିଆ ଆଜି ନାମାଙ୍କନ ପତ୍ର ଦାଖଲ କରିବେ

Oct-20-2025 09:53 AM IST
  • About
  • Careers
  • Contact Us
Tuesday, October 21, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

by M M
Oct-14-2025 04:09 PM IST
in ଦେଶ ବିଦେଶ, ବଡ଼ ଖବର
0
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?
788
SHARES
2.3k
VIEWS
Share on FacebookShare on Twitter

ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି  ଅଷ୍ଟମ ବେତନ କମିଶନ । ରିପୋର୍ଟ ଅନୁସାରେ ଅଷ୍ଟମ ବେତନ କମିଶନ ଲାଗୁ ହେଲେ କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀଙ୍କ ଦରମା ଦୁଇଗୁଣ ହୋଇଯିବ । ଯଦିଓ ଏହି ଦରମା 2027ରେ ମିଳିବ । ତେବେ ଏହା 1 ଜାନୁଆରୀ, 2026 ରୁ କାର୍ଯ୍ୟକାରୀ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।

ନୂତନ ଦରମା ଗଠନ ପ୍ରଚଳନ ହେବା ପରେ 50 ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ 65 ଲକ୍ଷ ପେନସନଭୋଗୀ କର୍ମଚାରୀ  ବକେୟା ଦରମା ଓ ପେନସନ ପାଇବାର ଆଶା କରାଯାଉଛି।

ଅଷ୍ଟମ ବେତନ କମିଶନ୍ ଲାଗୁ ହେଲେ କର୍ମଚାରୀଙ୍କ ଦରମା କେତେ ହେବ ତାହା ସ୍ପଷ୍ଟ କହି ହେବ ନାହିଁ । କିନ୍ତୁ କର୍ମଚାରୀଙ୍କ ବେତନ, ଭତ୍ତା ମିଶିଲେ ତାହା ଦୁଇଗୁଣ ହୋଇଯିବା ନିଶ୍ଚିତ ।  ଯାହା ବର୍ତ୍ତମାନର ୧୮,୦୦୦ ଟଙ୍କାର ନ୍ୟୁନତମ ବେତନ୍‌କୁ ୪୫,୦୦୦ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବାର ସମ୍ଭାବନା ରହିଛି।

ଏହା ସହ ଡିଅର୍‌ନେସ୍ ଆଲାଉନ୍ସ୍ (ଡିଏ) ବର୍ତ୍ମାନ ୫୫ ପ୍ରତିଶତ ରହିଛି । ଯାହା  ନୂତନ ବେତନ୍‌ରେ ମିଶାଇ ନିଆଯିବ ଓ କ୍ଷେତ୍ରୀୟ ଆଲାଉନ୍ସ୍ (ଏଚ୍‌ଆର୍‌ଏ) ମଧ୍ୟ ମିଶିଯିବ । ଏହା ମାଧ୍ୟମରେ ପ୍ରତ୍ୟେକ କର୍ମଚାରୀଙ୍କ ମାସିକ ଆୟ ଅତିକମରେ ୧୦,୦୦୦ରୁ ୨୦,୦୦୦ ଟଙ୍କା ବୃଦ୍ଧି ପାଇପାରେ। ତୃତୀୟତଃ, ପେନ୍ସନ୍ ମଧ୍ୟ ବୃଦ୍ଧି ପାଇବ। ବର୍ତ୍ମାନର ୯,୦୦୦ ଟଙ୍କାର ନ୍ୟୁନତମ ପେନସନ ଯଦି ଆପଣ ପାଉଛନ୍ତି ତେବେ ଅତି କମରେ ୨୫,୦୦୦ ଟଙ୍କା ପେନସନ ପାଇବେ ।  ଯାହା ଅବସର ପରେ ଜୀବନଧାରଣ ମାନକୁ ସୁଗମ କରିବ। ଅନ୍ୟ ଲାଭ ମଧ୍ୟରେ  ଟ୍ରାନ୍ସପୋର୍ଟ୍, ମେଡିକାଲ୍ ଓ ହାଉସିଂ ଭତ୍ତା ବୃଦ୍ଧି ପାଇବ । ଯାହା କି କର୍ମଚାରୀଙ୍କ ଆର୍ଥିକ ସ୍ଥିତି ବୃଦ୍ଧି କରିବ ।

କେତେ ପାଇବେ ଦରମା?

ଯଦି ଆପଣଙ୍କର ଆନୁମାନିକ ଦରମାକୁ ଦେଖାଯାଏ, ତେବେ ଦରମା ବୃଦ୍ଧି ଏବଂ ଭତ୍ତା ବୃଦ୍ଧ ପାଇଁ ଏକ ମାର୍ଗଦର୍ଶିକା ପ୍ରାୟ ୧.୯୬ ଫିଟମେଣ୍ଟ ଫ୍ୟାକ୍ଟର ସହ ଲାଗୁ ହେବ । ଏହା ମାନେ ହେଉଛି  ସର୍ବନିମ୍ନ ମୌଳିକ ଦରମା ପ୍ରାୟ ଦ୍ୱିଗୁଣିତ ହୋଇଯିବ । ଆପଣଙ୍କୁ ଯେତେବେଳେ ମହଙ୍ଗା ଭତ୍ତା (DA) ଏବଂ ଘର ଭଡ଼ା ଭତ୍ତା (HRA) ସମେତ ମୋଟ ଦରମା ମିଳିବ ତାହା ମୋଟ ଦରମାର ଡବଲ ହୋଇଯିବ । କେନ୍ଦ୍ର ସରକାର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଦରମାରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଆଣିବାକୁ ଯାଉଛି। ପ୍ରାୟ ୧.୯୬ ଫିଟମେଣ୍ଟ ଫ୍ୟାକ୍ଟର ସହିତ, ସର୍ବନିମ୍ନ ମୌଳିକ ଦରମା ପ୍ରାୟ ଦ୍ୱିଗୁଣିତ ହୋଇଯିବ ।

ଫିଟମେଣ୍ଟ ଫ୍ୟାକ୍ଟର କ’ଣ?

ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ନିର୍ଣ୍ଣୟର ଏକ ପ୍ରମୁଖ ଉପାଦାନ ହେଉଛି ଫିଟମେଣ୍ଟ ଫ୍ୟାକ୍ଟର। ଏହା ଦରମାର ଗୁଣକକୁ ଜଣେ କର୍ମଚାରୀଙ୍କ ବର୍ତ୍ତମାନର ମୌଳିକ ଦରମାକୁ ଗୁଣନ କରି ଏକ ନୂତନ ମୌଳିକ ଦରମା ସ୍ଥିର କରାଯାଇଥାଏ । ଯାହା ଦ୍ବାରା ଦରମା ସ୍ଥିର କରାଯାଇଥାଏ । ଉଦାହରଣ ଭାବେ ଦେଖିଲେ , ଷଷ୍ଠ ବେତନ କମିଶନ ଅଧୀନରେ ସର୍ବନିମ୍ନ ମୌଳିକ ଦରମା 7,000 ଟଙ୍କା ଥିଲା। ସପ୍ତମ ବେତନ କମିଶନ 2.57 ର ଫିଟମେଣ୍ଟ ଫ୍ୟାକ୍ଟର କୁ ଗ୍ରହଣ କରିଥିଲା, ଯାହା ସର୍ବନିମ୍ନ ମୌଳିକ ଦରମାକୁ 18,000 ଟଙ୍କାକୁ ବୃଦ୍ଧି କରିଥିଲା। ଯାହାର ସୂତ୍ର ହେଉଛି – ପୁରୁଣା ମୌଳିକ ଦରମା x 1.96 = 8ମ ବେତନ କମିଶନ ଅଧୀନରେ ମୌଳିକ ଦରମା ହେବ ।

ଅଷ୍ଟମ ବେତନ କମିଶନ ପାଇଁ, ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ଫିଟମେଣ୍ଟ ଫ୍ୟାକ୍ଟର 1.92 ରୁ 2.86 ପର୍ଯ୍ୟନ୍ତ ହୋଇପାରେ । ତେବେ କେତେକ ଅର୍ଥନୀତିଜ୍ଞ କୁହନ୍ତି ଏହା  1.96 ରହିପାରେ ।

ଦରମା କେତେ ବୃଦ୍ଧି ପାଇବ?

ଯଦି ଫିଟମେଣ୍ଟ ଫ୍ୟାକ୍ଟର ୧.୯୬ କୁ ଧରିନିଆଯାଏ, ତେବେ ଲେବଲ୍-୧ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ୧୮,୦୦୦ ଟଙ୍କାର ମୌଳିକ ଦରମା ୩୫,୨୮୦ ଟଙ୍କାକୁ ବୃଦ୍ଧି ପାଇ ।  ଏଥିରେ DA , HRA ମିଶିଲେ ପୁଣି ବଢ଼ିଯିବ । ନୂତନ ମୌଳିକ ଦରମା ଗଣନା କରିବାର ସୂତ୍ର ପୂର୍ବଭଳି ହେବ  । ଯେମିତି କି ପୁରୁଣା ମୌଳିକ ଦରମା x 1.96 = 8ମ ବେତନ କମିଶନ ଅଧୀନରେ ମୌଳିକ ଦରମା ହେବ । ଏହି ସୂତ୍ର ବ୍ୟବହାର କରି, ସ୍ତର 1 ରୁ ସ୍ତର 18 ପର୍ଯ୍ୟନ୍ତ ସମସ୍ତ ସ୍ତର ପାଇଁ ମୌଳିକ ଦରମା ବୃଦ୍ଧି ଆକଳନ କରାଯାଇପାରିବ।

ମୋଟ ଦରମା ଗଣନା କିପରି ହେବ ?

ଆସନ୍ତୁ ଏ ସ୍ତର- କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଏକ ଉଦାହରଣ ଭାବରେ ବିଚାର କରିବା:

ବର୍ତ୍ତମାନ ମୌଳିକ ଦରମା: 53,100 ଟଙ୍କା । ବର୍ତ୍ତମାନ DA (ମୌଳିକ ଦରମାର 58%): 30,798 ଟଙ୍କା  । ଦିଲ୍ଲୀ ପରି ମେଟ୍ରୋ ସହର ପାଇଁ HRA (ମୌଳିକ ଦରମାର 27%): 14,337 ଟଙ୍କା । ମୋଟ୍ ବର୍ତ୍ତମାନର ଦରମା (ମୌଳିକ ଦରମା + DA + HRA) = 98,235 ଟଙ୍କା ମିଳୁଛି ।

8ମ ବେତନ କମିଶନ ଅଧୀନରେ:

ନୂତନ ମୌଳିକ ଦରମା: 1,04,076 ଟଙ୍କା  ।  DA : 0% = 0 ଟଙ୍କା  । HRA (ମୌଳିକ ଦରମାର 27%): 28,100.52 ଟଙ୍କା

ମୋଟ ଦରମା (ମୌଳିକ ଦରମା + DA + HRA) = 1,32,177 ଟଙ୍କା ହୋଇଯିବ । ତେଣୁ ଅଷ୍ଟମ ବେତନ କମିଶନ ଲାଗୁ ହେଲେ ଦରମା ଏବେ ମିଳୁଥିବା ଦରମାର ଦୁଇଗୁଣ ହୋଇଯିବ । ତେଣୁ ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଦିନ ଆସୁଛି କୁହାଯାଇପାରେ ।

Share315Tweet197
M M

M M

ଆଜିର ପାଗ

Bhubaneswar
October 21, 2025, 4:11 PM
 

ENE
Partly cloudy
30°C
2.1 m/s
Apparent: 31°C
Pressure: 1010 mb
Humidity: 97%
Winds: 2.1 m/s ENE
Windgusts: 8.9 m/s
UV-Index: 0
Precip.: 0mm /53% / Rain
Sunrise: 5:43 AM
Sunset: 5:18 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

October 21, 2025
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

October 21, 2025
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

October 21, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom