• Latest
  • Trending
ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ

ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ

Oct-16-2025 04:56 PM IST
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

Dec-27-2025 05:10 PM IST
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

Dec-27-2025 03:48 PM IST
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

Dec-27-2025 03:25 PM IST

ପ୍ରତ୍ୟେକ ପରିବାରର ଅତି କମରେ ତିନୋଟି ସନ୍ତାନ ହେବା ଉଚିତ…

Dec-27-2025 03:02 PM IST
ବିଜେଡିର ପରବର୍ତ୍ତୀ ମାଷ୍ଟରଷ୍ଟ୍ରୋକ ହେବେ କି ସୁଜାତା କାର୍ତ୍ତିକେୟନ?

ବିଜେଡିର ପରବର୍ତ୍ତୀ ମାଷ୍ଟରଷ୍ଟ୍ରୋକ ହେବେ କି ସୁଜାତା କାର୍ତ୍ତିକେୟନ?

Dec-27-2025 10:16 AM IST
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଶାର ଜ୍ୟୋତ୍ସ୍ନା ଶବର

Dec-27-2025 10:07 AM IST
ସୁଶାସନ ସପ୍ତାହ ଓ ବିଜେପିର ରଣନୀତି

ସୁଶାସନ ସପ୍ତାହ ଓ ବିଜେପିର ରଣନୀତି

Dec-27-2025 09:58 AM IST
ଶୀତର ପ୍ରକୋପ ଜାରି ରହିବ

ଶୀତର ପ୍ରକୋପ ଜାରି ରହିବ

Dec-27-2025 09:49 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Dec-27-2025 06:54 AM IST
ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

ଅନୁ ଗର୍ଗ: ଓଡ଼ିଶା ପ୍ରଶାସନର ନୂଆ ମଙ୍ଗୁଆଳ; ମୋହନ ସରକାରରେ ମହିଳା ଶକ୍ତିର ପ୍ରଭାବ

Dec-26-2025 07:56 PM IST
  • About
  • Careers
  • Contact Us
Saturday, December 27, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ

ବିହାର ନିର୍ବାଚନରେ ଜନସୁରାଜ ପାର୍ଟିରୁ ହୋଇଛନ୍ତି ପ୍ରାର୍ଥୀ

by M M
Oct-16-2025 04:56 PM IST
in ଦେଶ ବିଦେଶ, ରାଜନୀତି
0
ନୀରଜ ସିଂହ ଦିନେ ଥିଲେ ସିକ୍ୟୁରିଟି ଗାର୍ଡ଼, ଆଜି ଚାରି ଶହ କୋଟିର ମାଲିକ
491
SHARES
1.4k
VIEWS
Share on FacebookShare on Twitter

 

ନୀରଜ ସିଂହ । ଏହି ନାମକୁ ନେଇ ବିହାର ରାଜନୀତିରେ ଜୋରଦାର ଚର୍ଚା । କାରଣ ଦିନେ ସେ କାମ କରିବା ପାଇଁ ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲୁଥିଲେ । ଏପରିକି ସିକ୍ୟୁରିଟି ଗାର୍ଡ କାମ କରିଥିଲେ । କିନ୍ତୁ ନିଜ ଦୃଢ଼ ପରିଶ୍ରମ ଫଳରେ ସେ ନିଜର ଭାଗ୍ୟ ବଦଳାଇବା ସହ ଦୁଇ ହଜାର ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ସେ ଅନେକ କମ୍ପାନି ଚଲାଉଛନ୍ତି । ଚାରି ଶହ କୋଟି ଟଙ୍କାର ମାଲିକ ବନିଛନ୍ତି।  ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ନୀରଜ କହିଛନ୍ତି ଦିନେ ସେ କାମ ପାଇଁ ଦିଲ୍ଲୀର ରାସ୍ତାରେ ବୁଲୁଥିଲେ ।  ରାତିରେ ସିକ୍ୟୁରିଟି ଗାର୍ଡ କାମ କରୁଥିଲେ ।  ବର୍ତ୍ତମାନ କିନ୍ତୁ ସେ ଅନେକ କମ୍ପାନିର ମାଲିକ । ସେ ଏବେ ସମାଜସେବୀ ହିସାବରେ ଅଧିକ ପରିଚିତ ।  ଦିନେ ଦାରିଦ୍ର୍ୟ ସହ ଲଢ଼େଇ କରୁଥିବା ନୀରଜ ଏବେ ୩୯ ବର୍ଷ ବୟସରେ ବିଧାନସଭା ପ୍ରାର୍ଥୀଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।  ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଛି ।

କୁହାଯାଏ ଇଚ୍ଛାଥିଲେ ମଣିଷ ପାଇଁ ଅସମ୍ଭବ ବୋଲି କିଛି ନାହିଁ । ଯିଏ ପରିଶ୍ରମ କରେ ଧନ ଲକ୍ଷ୍ମୀ ତାଙ୍କ ଘରେ ବାସ କରନ୍ତି । ଏଭଳି ଏକ କାହାଣୀ ଦେଖିବାକୁ ମିଳିଛି ବିହାରରେ  । ଦିନେ ଯେଉଁ ନୀରଜ ସିଂହ ଅଧାରୁ ପାଠ ଛାଡି କାମ ଖୋଜିବାକୁ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟ ବୁଲୁଥିଲେ । ଶ୍ରମିକ ଭାବେ କାମ କରି ଗୋଟିଏ ଓଳି ଖାଇ ରାତିରେ ଯେଉଁଠି ପାରୁଥିଲେ ସେଠି ଶୋଇପଡ଼ୁଥିଲେ । ସେହି ନୀରଜଙ୍କ ଚର୍ଚା ଏବେ ଜାତୀୟ ଗଣମାଧ୍ୟମରେ ଚାଲିଛି ।

ଶିଓହର ଜିଲ୍ଲାର ମଥୁରାପୁର ଗ୍ରାମର ନୀରଜଙ୍କ କାହାଣୀ ଫିଲ୍ମ ଭଳି ଲାଗୁଛି । ନୀରଜ ସିଂହ, ୧୮ ବର୍ଷ ବୟସରୁ କାମ ପାଇଁ ଘର ଛାଡିଥିଲେ । କିଛି ଟଙ୍କା ରୋଜଗାର କରିବାକୁ ସେ ଦିଲ୍ଲୀରେ ସଂଘର୍ଷ କରିଥିଲେ । ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ,  ମୁମ୍ବାଇ ଏବଂ ପୁଣେ ଯାଇ କାମ ଖୋଜିଥିଲେ । କିନ୍ତୁ କେଉଁଠି ତାଙ୍କୁ ମନ ଲାଗୁଥିବା କାମ ମିଳିନଥିଲା । ସେ କୁହନ୍ତି  ଦିଲ୍ଲୀରେ ଥିବାବେଳେ କାମ ନମିଳିବାରୁ  ସେ ସୁରକ୍ଷା ଗାର୍ଡ ଭାବରେ ବିଭିନ୍ନ ଶିଫ୍ଟରେ କାମ କରିଥିଲେ  । ସେତେବେଳେ ତାଙ୍କୁ ପ୍ରତି ମାସରେ ୨,୨୦୦ ଟଙ୍କା ମିଳୁଥିଲା । ଏତେ କମ ବେତନ ତାଙ୍କୁ ଖୁସି ଦେଇପାରିନଥିଲା  । ୨୦୦୪ରୁ ନୀରଜ ସିଂହ ୨୦୦୯ ସେ ବିଭିନ୍ନ ରାଜ୍ୟ ବୁଲି କାମ ସନ୍ଧାନରେ ଥିଲେ । ସେଷରେ ସେ  ନିଜର ଜେଜେ ମାଙ୍କ ମୃତ୍ୟୁ ପରେ ବିହାରକୁ ଫେରିବା ପରେ ଆଉ ବାହାରକୁ ଯିବାକୁ ଚାହିଁନଥିଲେ ।

କମ୍ ବୟସ ଯୋଗୁଁ ରୋଜଗାର ପାଇବାରେ ଅଧିକ କଷ୍ଟ ମିଳିଥିଲା । ପରେ ସେ ଗାଁକୁ ଫେରିଆସିଥିଲେ । ଗାଁରେ ରହି ସେ କିଛି ବେପାର କରିବାକୁ ଚିନ୍ତା କରିଥିଲେ । ଗାଁ ନିକଟରେ ଥିବା ଏକ ସ୍ଥାନରେ ପେଟ୍ରୋଲ ଏବଂ ଡିଜଲ୍ ବିକ୍ରି ଆରମ୍ଭ କରିଥିଲେ। ନିଜ ପରିବାର, ବିଶେଷକରି ନିଜର ଛୋଟ ଭାଇମାନଙ୍କ ଶିକ୍ଷାର ଭରଣ-ପୋଷଣ କରିବାର ଦାୟିତ୍ବ ତାଙ୍କ ଉପରେ ଥିଲା ।

୨୦୧୦ରେ, ସେ ଏକ କମ ଦରମାରେ ମୋତିହାରୀରେ ଚାକିରି କଲେ । ସେଥିରେ ତାଙ୍କ ମନ ବୁଝୁନଥିଲା । ସେ କିଛି ବେପାର କରିବାକୁ ଚାହୁଁଥିଲେ , କିନ୍ତୁ ତାଙ୍କ ପାଖରେ ମୂଳ ଧନ ନଥିଲା । ଏହାରି ଭିତରେ ସେ ଏକ ଜମି ବିକ୍ରିକରିବାରେ ସାହାଯ୍ୟ କରିବାରୁ ୨୫,୦୦୦ ଟଙ୍କା କମିଶନ ଭାବରେ ରୋଜଗାର କରିଥିଲେ। ଏହି ଟଙ୍କାକୁ ସେ ଧାନ ବ୍ୟବସାୟରେ ଲଗାଇଥିଲେ । ଚାଷୀଙ୍କଠାରୁ ଧାନ କିଣି ସେ ଚାଉଳ ବେପାର କଲେ । ଯାହା ତାଙ୍କ ଆୟକୁ ଦୁଇଗୁଣ କଲା । ପରେ ସେ ଅଧିକରୁ ଅଧିକ ଧାନ କିଣି ଚାଉଳ କରି ବିକ୍ରିକଲେ । ଏଥିପାଇଁ ସେ ପିଲାଙ୍କୁ ନିଯୁକ୍ତି ଦେଲେ । ଏହି ବେପାର ତାଙ୍କ ରାସ୍ତା ଖୋଲିଦେଲା । ଟଙ୍କା ଅଧିକ ପାଖକୁ ଆସିବାରୁ ସେ ଅନ୍ୟ ବେପାରରେ ମନ ଦେଲେ ।  ଏହା ପରେ ସେ ଦୋକାନମାନଙ୍କରେ ବିଭିନ୍ନ ସାମଗ୍ରୀ ଯୋଗାଇଲେ । ଇଟା ବେପାର କଲେ । କିଛି ଦିନ ପରେ ତାଙ୍କ ବେପାର ବଢ଼ିବଢ଼ି ଚାଲିଲା ।  ବର୍ଷରେ ତାଙ୍କ ବେପାର ୨୦-୩୦ କୋଟି ଟଙ୍କା ଛୁଇଁଲା । ଏହା ପରେ ସେ ଏକ ପେଟ୍ରୋଲ ପମ୍ପ ଚଲାଇଲେ ।  ଏବେ ସେ  ଟାଇଲ୍ ବିଜିନେସ ସହ  ଫାଇବର୍ ବ୍ଲକ୍, ଫ୍ଲାଇ ଆଶ୍ ସହ  ରାସ୍ତା ନିର୍ମାଣ କାମରେ ଶହ ଶହ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରତିଦିନ ତାଙ୍କୁ କାମ ମାଗିବାକୁ ଅନେକ ଯୁବକ,ଯୁବତି ତାଙ୍କ ଅଫିସକୁ ଆସୁଛନ୍ତି ଏବଂ ତାଙ୍କ ପାଖରେ କାମ କରୁଛନ୍ତି । ଏପରି ଦେଖୁ ଦେଖୁ 2000 ପିଲା ତାଙ୍କ ପାଖରେ କାମ କରୁଛନ୍ତି ।

ଧାନ ବେପାରରୁ ଆରମ୍ଭ କରିଥିବା ନୀରଜ ଏବେ ରାସ୍ତା ନିର୍ମାଣ ସାମଗ୍ରୀ, ଅଟା କଳ, ଇଟା ନିର୍ମାଣ ସମେତ ଅନେକ ବେପାରରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତାଙ୍କର କମ୍ପାନୀ ବିହାରରେ ଏତେ ଟ୍ୟାକ୍ସ ଦେଉଛି ଯାହା ବଡ଼ ବଡ଼ କମ୍ପାନି ଦେଇପାରୁନାହାଁନ୍ତି । ସେ ତାଙ୍କ ମା ଉଷାଙ୍କ ନାମରେ କମ୍ପାନି କରି ଅନେକ ଲୋକଙ୍କ ପରିବାର ଚଳାଉଛନ୍ତି । ଏବେ ପ୍ରତିଦିନ ତାଙ୍କ ପାଖକୁ ଶତାଧିକ ଲୋକ କାମ ପାଇବା ଆଶାରେ ଆସୁଛନ୍ତି । ତାଙ୍କର ସାନ ଭାଇକୁ ମଧ୍ୟ ସେ ପାଖରେ ରହି କମ୍ପାନି କାମରେ ଲଗାଇଛନ୍ତି । ଗାଁ ଲୋକମାନେ ବାହାରକୁ ନଯାଇ ନୀରଜଙ୍କ କମ୍ପାନିରେ ଭଲ ଟଙ୍କା ପାଇ ଚାକିରି କରିଛନ୍ତି । ତାଙ୍କ କମ୍ପାନି କର୍ମଚାରୀମାନଙ୍କୁ ସମସ୍ତ ସୁବିଧା ଯୋଗାଉଛି । ଯାହା ଫଳରେ ନୀରଜ ସିଂହ ସେହି ଅଞ୍ଚଳରେ ବେଶ ପରିଚୟ ସୃଷ୍ଟି କରିଛନ୍ତି । ଖାଲି ସେତିକି ନୁହେଁ । ସେ ଅନେକ ଜନହିତକର କାର୍ଯ୍ୟରେ ଟଙ୍କା ସହଯୋଗ କରୁଛନ୍ତି । ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେଉ କି ଗରିବ ଯୁବକ ଯୁବତୀଙ୍କ ବିବାହ ପାଇଁ ସେ ଖୋଲା ହାତରେ ଦାନ କରୁଛନ୍ତି । କାହାର ସୁବିଧା ଅସୁବିଧାରେ ସହଯୋଗ କରୁଥିବାରୁ ତାଙ୍କୁ ସମସ୍ତେ ସମାଜସେବୀ ବୋଲି ସମ୍ମାନ ଦେଉଛନ୍ତି । ଏସବୁ ଭିତରେ ସେ ଏବେ ଜନସୁରାଜ ପାର୍ଟିରୁ ଟିକେଟ ପାଇ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।

ଦିନେ ବାହାରକୁ ଶ୍ରମିକ ଭାବେ କାମ ଖୋଜିବାକୁ ଯାଉଥିବା ନୀରଜ ସିଂହ ୨,୦୦୦ରୁ ଅଧିକ ଲୋକଙ୍କୁ କାମ ଦେଇ ଚର୍ଚାରେ ଅଛନ୍ତି । ତାଙ୍କର କମ୍ପାନୀର ମୋଟ ବ୍ୟବସାୟ ୪୦୦ କୋଟି ଟପିଛି ।  ତାଙ୍କର କାହାଣୀ ବିହାରର ଯୁବକମାନଙ୍କ ନିକଟରେ ଲୁଚି ରହିଥିବା ଆତ୍ମବିଶ୍ୱାସ, ଦୃଢ଼ତା ଏବଂ କଠିନ ପରିଶ୍ରମକୁ ଦର୍ଶାଉଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
December 27, 2025, 9:19 PM
 

SE
Clear sky
18°C
1.5 m/s
Apparent: 17°C
Pressure: 1014 mb
Humidity: 97%
Winds: 1.5 m/s SE
Windgusts: 4.6 m/s
UV-Index: 0
Precip.: 0mm /0% / Rain
Sunrise: 6:20 AM
Sunset: 5:14 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

ମୋଦି ଆଡ଼ଭାନୀଙ୍କୁ କାହିଁକି ପ୍ରଶଂସା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ

December 27, 2025
ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଯେଉଁ ବିଦ୍ୟାଳୟରେ ଥିଲେ ଶିକ୍ଷକ, ସେହି ବିଦ୍ୟାଳୟରେ ମୁଖ୍ୟଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

December 27, 2025
ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

ପିଲାମାନଙ୍କର ଏହି ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତା ପ୍ରକୃତରେ ପ୍ରଶଂସନୀୟ:ମୁଖ୍ୟମନ୍ତ୍ରୀ

December 27, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom