• Latest
  • Trending
ପୋଲିସ୍ SI ପରୀକ୍ଷା ସ୍କାମ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ

ପୋଲିସ୍ SI ପରୀକ୍ଷା ସ୍କାମ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ

Oct-17-2025 09:16 AM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
odisha.newsroom.in

ଯୁଦ୍ଧର ଭୟ ଭିତରେ ଭାରତକୁ କାହିଁକି ଧନ୍ୟବାଦ ଜଣାଇଲା ଇରାନ ?

Mar-28-2026 11:07 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପୋଲିସ୍ SI ପରୀକ୍ଷା ସ୍କାମ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ

ଦଶପଲ୍ଲାରେ ଛପି ରହିଥିଲା ମୁନା

by M M
Oct-17-2025 09:16 AM IST
in ବଡ଼ ଖବର, ରାଜ୍ୟ
0
ପୋଲିସ୍ SI ପରୀକ୍ଷା ସ୍କାମ, ମାଷ୍ଟରମାଇଣ୍ଡକୁ ବାନ୍ଧିଲା ପୋଲିସ
491
SHARES
1.4k
VIEWS
Share on FacebookShare on Twitter

କିଛି ଦିନ ଧରି ଲୁଚି ବୁଲୁଥିବା  ପୋଲିସ୍ SI ପରୀକ୍ଷା ସ୍କାମର ମାଷ୍ଟର ମାଇଣ୍ଡ ମୁନା ମହାନ୍ତିଙ୍କୁ ପୋଲିସ ଶେଷରେ ଧରିଛି ।  ଦଶପଲ୍ଲାରେ ଛପି ରହିଥିଲା ମୁନା । ପୂର୍ବରୁ ହାଇକୋର୍ଟ ଯାଇଥିଲା ବେଳେ ତାଙ୍କୁ ଜାମିନ ମିଳିନଥିଲା ।  କୈାଣସି ସୂତ୍ରରୁ  ଖବର ପାଇବା ପରେ ମୁନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ମୁନାଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ସମେତ ମୋଟ ୩ ଜଣଙ୍କୁ ଗିରଫ କରାଯାଇ ବ୍ରହ୍ମପୁର ନିଆଯାଇଛି।

ଅନେକ ଦିନ ଧରି ଚାଲିଥିବା ମୁନାଙ୍କ କଳା ସାମ୍ରାଜ୍ୟର ଏବେ ଖୋଳତାଡ଼ ହେବ । ତାର କଳା କାରନାମା ନୟାଗଡ଼ ଦଶପଲ୍ଲା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି। ତାଙ୍କ ଦୁଇଟି ବ୍ରାଣ୍ଡ୍ ନ୍ୟୁ ଟିପର, ଯାହା ଗତ ୪ ମାସ ଓ ଏକ ବର୍ଷ ପୂର୍ବେ କିଣା ହୋଇଥିଲା, ଚୋରା ବାଲି ଚାଲାଣ ପାଇଁ ବ୍ୟବହୃତ ହେଉଥିବା ଜଣାପଡ଼ିଛି।

ଏହି ଟିପର ସ୍କାମ ମିଳିଥିବା ଟଙ୍କାରେ କିଣା ହୋଇଥିବା ଅଭିଯୋଗ ହେଉଛି। ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାଲିଥିବା ମାମଲାରେ କୋର୍ଟ କ୍ରାଇମବ୍ରାଞ୍ଚକୁ କେସଡାଏରୀ ଓ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ୧୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୧୩ ଜଣ ଜାମିନ ଆବେଦନ କରିଛନ୍ତି। ମୁନା ପୂର୍ବରୁ ଦଶପଲ୍ଲାର ଏକ ଫାର୍ମ ହାଉସ୍‌ରେ ଲୁଚିଥିବା ସୂଚନା ଥିଲା, କିନ୍ତୁ କ୍ରାଇମବ୍ରାଞ୍ଚ ଚଢ଼ାଉ ପୂର୍ବରୁ ସେ ଚମ୍ପଟ ମାରିଥିଲେ। ଏବେ ତାଙ୍କୁ ଗିରଫ କରାଯିବା ପରେ ଏହି ଜାଲିଆତିର ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଫେରାର ଥିବା ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟି ।  ତାଙ୍କ ସହଯୋଗୀ ମୁନା ମହାନ୍ତିଙ୍କୁ ଜାମିନ ଦେଇନଥିଲେ ହାଇକୋର୍ଟ । ଉଭୟ, ମାମଲାରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ଏହା ପୂର୍ବରୁ  ପୋଲିସ ଏସଆଇ ପରୀକ୍ଷା ଘୋଟାଲା ମାମଲାରେ ଫେରାର ଥିବା ଏହି ଦୁଇ ଅଭିଯୁକ୍ତଙ୍କ ନାଁରେ ଲୁକ୍‌ ଆଉଟ ସର୍କୁଲାର ଜାରି କରିଥିଲା । ଏମାନଙ୍କୁ ଧରିବାକୁ ୩ ରାଜ୍ୟରେ କ୍ରାଇମବ୍ରାଞ୍ଚ ଟିମ୍ ଖୋଜୁଥିବାବେଳେ, ସେମାନଙ୍କୁ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା ଜାରି ରଖିଛି।

ସୂଚନାଯୋଗ୍ୟ ଯେ  SI ପରୀକ୍ଷା ପାଇଁ OPRB ITI ଲିମିଟେଡକୁ ଦାୟିତ୍ୱ ଦେଇଥିଲା । ITI ଗୁଜୁରାଟର ରିଚ ମାଇନସ ଡିଜିଟାଲକୁ ଦାୟିତ୍ୱ ଦେଇଥିଲା। ଗତ ଏପ୍ରିଲ ମାସରେ OPRB ରିଚ ମାଇନସକୁ ହଟାଇ ସିଲିକନକୁ ଦାୟିତ୍ବ ଦେଇଥିଲା। ପରେ ସିଲିକନ ସଲ୍ୟୁସନ, ବ୍ରହ୍ମପୁରର ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡକୁ ପରୀକ୍ଷା ପରିଚାଳନା କାମ ସବଲେଟ କରିଥିଲା । ସିଲିକନକୁ ଦାୟିତ୍ବ ହସ୍ତାନ୍ତର ନେଇ ଆଇଟିଆଇ ଓପିଆରବିକୁ ଜଣାଇଥିଲା । କିନ୍ତୁ ସିଲିକନ ପଞ୍ଚସଫଟକୁ ଦାୟିତ୍ବ ହସ୍ତାନ୍ତର କରିବା ନେଇ ଅବଗତ କରାଇନଥିଲା ।

ପୋଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ପୂରା ପରୀକ୍ଷାକୁ ବାତିଲ୍ କରାଯାଇଛି। ଏହି ଘଟଣାର ତଦନ୍ତରୁ ପରୀକ୍ଷା ଜାଲିଆତିର ନେଟୱର୍କ ରାଜ୍ୟସାରା ବ୍ୟାପିଥିବା ଜଣାପଡ଼ିଛି। ଆହୁରି ମଧ୍ୟ ଏହା ପଛରେ ବଡ଼ ରାକେଟରେ ହାତ ରହିଥିବା ଅଭିଯୋଗ ହେଉଛି ।  ୧୧୪ ପରୀକ୍ଷାର୍ଥୀ ଓ ୩ ଦଲାଲଙ୍କୁ ଗିରଫ ପରେ ଜେଲ ପଠାଇଦିଆଯାଇଛି।  କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 2:19 PM
 

S
Partly cloudy
35°C
3.5 m/s
Apparent: 31°C
Pressure: 1007 mb
Humidity: 87%
Winds: 3.5 m/s S
Windgusts: 10.2 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom