କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିନ୍ତକୋଇଲିରେ ବିଜେପିର ବାଇକ ଶୋଭାଯାତ୍ରାରେ ହଜାର ହଜାର ବିଜେପି କର୍ମୀଙ୍କ ସହ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବା ସହ ବିଜେପି ସରକାର କିପରି ଲୋକଙ୍କ ମଙ୍ଗଳ ପାଇଁ ବିଭିନ୍ନ ଯୋଜନା କରିଛନ୍ତି ତା ଉପରେ କହିଥିଲେ । ମୋଦି ସରକାରଙ୍କ ଯୋଜନାଗୁଡ଼ିକର ପ୍ରଶଂସା କରିଥିଲେ । ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇଟି ରାସ୍ତାର ଭିତ୍ତି ପ୍ରସ୍ତର ଶୁଭ ଦେବା ଅବସରରେ ସାଂସଦ ବୈଜୟନ୍ତ ପଣ୍ଡା କୁଳିଆ ଠାରୁ ସୁକରପଡ଼ା ପଯ୍ୟନ୍ତ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ନେତୃତ୍ୱରେ ବିରାଟ ବାଇକ ଶୋଭାଯାତ୍ରାରେ ଆସିଥିଲେ । ପ୍ରଥମେ ନିଶ୍ଚିନ୍ତକୋଇଲି ଠାରେ ୮ ନମ୍ବର କେନାଲ ରାସ୍ତାର ଭିତ୍ତି ପ୍ରସ୍ତର ଦେବା ସହ ପରେ ସୁକରପଡ଼ା ଠାରେ ସୁକରପଡ଼ା ଠାରୁ କୁରୁଜଙ୍ଗା ପର୍ୟ୍ୟନ୍ତ ଯାଇଥିବା ୯ ନମ୍ବର କେନାଲ ରାସ୍ତାର ଭିତ୍ତି ପ୍ରସ୍ତର ଦେଇଥିଲେ । ସ୍ଥାନୀୟ କର୍ମୀଙ୍କ ସହିତ ବହୁ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ସ୍ତାନୀୟ ଲୋକମାନେ ଏହି ସବୁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।