• Latest
  • Trending
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

Oct-20-2025 11:12 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ

by M M
Oct-20-2025 11:12 AM IST
in ଦେଶ ବିଦେଶ, ରାଜନୀତି
0
ବିହାରରେ ଆସନ ଭାଗବଣ୍ଟା ଛିଣ୍ଡୁନି, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ଲାଗିରହିଛି ଦ୍ବନ୍ଦ୍ବ
491
SHARES
1.4k
VIEWS
Share on FacebookShare on Twitter

ବିହାରରେ ଏବେ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଏନଡିଏ ମେଣ୍ଟ ଏବଂ ମହାଗଠବନ୍ଧନ ମେଣ୍ଟର ନେତାମାନେ ପ୍ରଥମେ ଆସନକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏହା ସହ ଆଜି ବି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ । ତଥାପି ମହାଗଠବନ୍ଧନର ନେତାମାନେ ନିଜର ଅସନ୍ତୋଷ ପ୍ରକାଶ କରୁଛନ୍ତି । ସେପଟେ ମହାଗଠବନ୍ଧନରୁ ଦୂରେଇ ଯାଇଛି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା । ଜେଏମଏମ ଏକୁଟିଆ ୬ ଆସନରେ ଲଢେଇ କରିବାକୁ ଘୋଷଣା କରିଛି । ଧମଦାହା, ଚକାଇ, କାଟୋରିଆ, ମଣିହାରୀ, ଜାମୁଇ ଓ ପୀରପେନ୍ତିରେ ଲଢେଇ କରିବ ଜେଏମଏମ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମୁଖ୍ୟ ଦୁଇ ଦଳ ଆରଜେଡି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ସମ୍ଭବ ହୋଇପାରିନାହିଁ । ଯାହାକୁ ନେଇ ନେତାମାନେ ପରସ୍ପରକୁ ଦୋଷ ଦେଉଛନ୍ତି । ସେପଟେ ଏନଡିଏରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଜେପି ନେତାମାନେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନାହାଁନ୍ତି, ସେମାନେ ଚାହୁଁଛନ୍ତି ଯେହେତୁ ବିଜେପି ଅଧିକ ଆସନ ଜିତୁଛି, ବିଜେପିରୁ କେହି ମୁଖ୍ୟମନ୍ତ୍ରୀ ହେବା ଉଚିତ । ତେବେ ଜେଡିୟୁ ନେତାମାନେ ନୀତିଶଙ୍କୁ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିପ ପ୍ରଚାର ଚଳାଇଛନ୍ତି ।

ଏକ ସାକ୍ଷାତକାରରେ ଅମିତ ଶାହଙ୍କ ନୀତିଶ କୁମାର ଓ ମୁଖ୍ୟମନ୍ତ୍ରୀ ପଦ ପ୍ରତି ଏକ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିହାର ଏନଡିଏରେ ମତାନ୍ତର ଥିବା କୁହାଯାଉଛି । NDA ଗଠବନ୍ଧନରେ ନୀତିଶ କୁମାର ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ହେବା ନେଇ ବିବାଦ ଉଠିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୧୬ ଅକ୍ଟୋବର ୨୦୨୫ରେ ଇଣ୍ଡିଆ ଟୁଡେକୁ ଦେଇଥିବା ଇଣ୍ଟରଭ୍ୟୁରେ ନୀତିଶଙ୍କ ପ୍ରତି ଏକ ସ୍ପଷ୍ଟ ବିବୃତ୍ତି ଦେଇଥିଲେ। ସେ କହିଥିଲେ, “ଏନଡିଏରେ ଅନେକ ଦଳ ଅଛନ୍ତି। ନିର୍ବାଚନ ପରେ ନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରିବେ।” ଏହା ନୀତିଶଙ୍କୁ ସିଧାସଳଖ ସିଏମ୍ ପଦବୀକୁ ଘୋଷଣା କରାଯାଇନଥିବା କୁହାଯାଉଛି । ଏହା ସହ ସେ ନୀତିଶଙ୍କ ସ୍ୱାସ୍ଥ୍ୟ ଓ ଆଚରଣକୁ ନେଇ ବିରୋଧୀଦଳର ଆକ୍ଷେପକୁ ପ୍ରତ୍ୟାଖ୍ୟାନ କରି କହିଥିଲେ, “ମୁଁ ତାଙ୍କ ସହ ଦୀର୍ଘ ଆଲୋଚନା କରିଛି, କୌଣସି ସମସ୍ୟା ଦେଖାଯାଇନାହିଁ।” ଏପରିକି ସେ ନୀତିଶଙ୍କ କଂଗ୍ରେସ-ବିରୋଧୀ ରାଜନୈତିକ ଜୀବନକୁ  ପ୍ରଶଂସା କରିଥିଲେ । କିନ୍ତୁ ଗଣମାଧ୍ୟମରେ ତାଙ୍କର ବିବୃତ୍ତି କୁ ନେଇ ଚର୍ଚା ଆରମ୍ଭ ହୋଇଛି । ଏନଡିଏ ଯଦି ଅଧିକ ଆସନ ପାଇବ ତେବେ ବିଜେପିରୁ ଏଥର ନେତା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି କୁହାଯାଉଛି । ତେବେ ଏହାକୁ ଜେଡିୟୁ (JD(U)) ବିରୋଧ କରିଛି । ନୀତିଶଙ୍କୁ “ଏନଡିଏର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଦାବି କରିଛି ।  ଯଦିଓ ଚିରାଗ୍ ପାଶଓ୍ବାନ ଶାହଙ୍କ ପରବର୍ତ୍ତୀ ନିର୍ଣ୍ଣୟକୁ ସମର୍ଥନ କରିଛନ୍ତି। କିନ୍ତୁ ସେ ଏନେଇ ସ୍ପଷ୍ଟ ଦାବି କିଛି ରଖିନାହାଁନ୍ତି । ନିର୍ବାଚନ ପରେ ଏସବୁ ବିଷୟରେ ବିଚାର କରାଯିବ ବୋଲି କହିଛନ୍ତି । ଚଳିତ ନିର୍ବାଚନରେ BJP ଓ JDU ୧୦୧-୧୦୧ ପ୍ରାର୍ଥୀ ଦେଇଛନ୍ତି । ଚିରାଗଙ୍କ ଦଳ  LJP ୨୯ ଆସନରେ ଲଢ଼ିବ।  ନିତୀଶ ନିଜେ କହିଛନ୍ତି  NDA ଏକଜୁଟ୍ ରହିଛି, ରହିବ ।

ସେପଟେ ମହାଗଠବନ୍ଧନରେ  ତେଜସ୍ଵୀ ଯାଦବଙ୍କୁ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ କଂଗ୍ରେସ ଚାହୁଁନାହି। ଆରଜେଡି କହୁଛି ତେଜସ୍ବୀ ଏଥର ମୁଖ୍ୟମନ୍ତ୍ରୀ ହେବେ ।  ତେଣୁ ଏଥିପାଇଁ ମେଣ୍ଟରେ ଦେଖା ଦେଇଛି ଅଦୃଶ୍ୟ ଫାଟ। ମେଣ୍ଟର ଆଉ ଏକ ଅଂଶୀଦାର ଦଳ ଜେଏମଏମ୍ କହିଛି, ଫ୍ରେଣ୍ଡଲି ଫାଇଟ ନୁହେଁ, ଲଢ଼େଇ ହେବ ତ ପୁରା ଲଢ଼େଇ ହେବ। ତେଣୁ ଜେଏମଏମ୍ ୬ଟି ଆସନ ଲଢିବ ବୋଲି ଘୋଷଣା କରିଛି।

ଦେଖିବାକୁ ଗଲେ ମହାଗଠବନ୍ଧନରେ ଅଧିକାଂଶ ସ୍ଥାନରେ ଫ୍ରେଣ୍ଡଲି ଫାଇଟ ହେବ ବୋଲି ସୂଚନା ମିଳିଛି ।  ମେଣ୍ଟ ବୁଝାମଣା ହୋଇ ନପାରିବାରୁ ଅନେକ ଆସନରେ ସିପିଆଇ ଓ କଂଗ୍ରେସ ପ୍ରାର୍ଥୀ ଦେଇଛନ୍ତି । ଆରଜେଡି ୧୩୦ରୁ ୧୩୫, କଂଗ୍ରେସ ପ୍ରାୟ ୬୦, ଭିଆଇପି ୧୫, ବାମପନ୍ଥୀ ଦଳ ପ୍ରାୟ ୨୯ ଆସନରେ ଲଢିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ତେଣେ ଏଆଇଏମଆଇଏମ ୨୫ ଜଣଙ୍କ ନାଁ ଘୋଷଣା କରିଛି । ତେଣୁ ବିହାରରେ ଏଥର ମଧ୍ୟ ନିର୍ବାଚନ ପୂର୍ବରୁ ଆସନ ଏବଂ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ସ୍ପଷ୍ଟ ହୋଇପାରୁନଥିବା ରାଜନୀତି ସମୀକ୍ଷକମାନେ ମତ ରଖୁଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 10:57 AM
 

SSE
Partly cloudy
31°C
2.5 m/s
Apparent: 31°C
Pressure: 1007 mb
Humidity: 87%
Winds: 2.5 m/s SSE
Windgusts: 10.2 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom