• Latest
  • Trending
ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

Oct-26-2025 09:54 AM IST
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

Oct-26-2025 04:25 PM IST
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

Oct-26-2025 12:23 PM IST

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

Oct-26-2025 10:42 AM IST
ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

Oct-26-2025 10:02 AM IST
ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

Oct-26-2025 09:41 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ ?

କ’ଣ କହୁଛି ଆପଣଙ୍କ ରାଶିଫଳ ?

Oct-26-2025 09:35 AM IST
ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

Oct-25-2025 10:17 AM IST
ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

Oct-25-2025 09:21 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-25-2025 09:07 AM IST
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଗିଲ୍ , କୋହଲିଙ୍କ ଉପରେ ନଜର

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଗିଲ୍ , କୋହଲିଙ୍କ ଉପରେ ନଜର

Oct-25-2025 09:02 AM IST
  • About
  • Careers
  • Contact Us
Sunday, October 26, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ

by M M
Oct-26-2025 09:54 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି
491
SHARES
1.4k
VIEWS
Share on FacebookShare on Twitter

ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବାର ୫୦୦ ଦିନ ବିତି ଯାଇଛି । ତେବେ ଶାସନର ବିଫଳତାକୁ ନେଇ ଟାର୍ଗେଟ କରିଛି ବିଜେଡି ।  ବିଜେପି ସରକାରଙ୍କ ସଫଳତା ଠାରୁ ବିଫଳତା ତାଲିକା ଅଧିକ ଲମ୍ୱା ରହିଛି ବୋଲି ବିଜୁ ଜନତା ଦଳ କହିଛି । ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଗତ ନିର୍ବାଚନ ସମୟରେ ବିଜେପି ବିଜେଡି ସରକାରଙ୍କ ବିରୋଧରେ ବିଭିନ୍ନ ମିଥ୍ୟା ପ୍ରଚାର ଓ ଜନସାଧାରଣଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ।

କ୍ଷମତାକୁ ଆସିବା ପରେ ବିଜେପି ତାର ଅନେକ ପ୍ରତିଶ୍ରୁତି ପାଳନ କରିଥିବା ଦାବି କରିଆସୁଥିବା ବେଳେ ବାସ୍ତବରେ ରାଜ୍ୟକୁ ସୁଶାସନ ପ୍ରଦାନ କରିବାରେ ଓ ଦେଇଥିବା ଅଧିକାଂଶ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଏହି ୫୦୦ ଦିନର ବିଜେପି ଶାସନରେ, ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଓ ବିଶେଷକରି ମହିଳା ମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ପାଲଟୁଛି । ଅପରାଧ ତାଲିକାରେ ଓଡିଶା ଦେଶରେ ଅଷ୍ଟମ ସ୍ଥାନରେ ରହିଛି । ରାଜ୍ୟରେ ଗତ ୧୫ ମାସରେ ୩୭,୫୦୦ରୁ ଊଦ୍ଧ୍ୱର୍ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ବାଲେଶ୍ୱରରେ ଛାତ୍ରୀ ଆତ୍ମାହୁତି ଘଟଣା ଓ ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ, ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ଓ ନିନ୍ଦିତ ହୋଇଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାରେ ପ୍ରତିକ୍ରିୟା ଦେଇ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।
ଡ଼ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ବାସ୍ତବରେ ଡବଲ ବିନାଶ ଆଡ଼କୁ ଅଗ୍ରସର ହେଉଛି । ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ୨୦୨୩-୨୪ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮.୧୯% କମିଗଲା । ରାଜ୍ୟର ଅଭିବୃଦ୍ଧି ହାରରେ ଦ୍ରୁତ ହ୍ରାସ ଘଟିଥିବା ବେଳେ ରାଜ୍ୟର ଋଣବୋଝ ଅହେତୁକ ବୃଦ୍ଧି ପାଇଛି । ଆନ୍ଧ୍ର ପ୍ରଦେଶ ଓ ବିହାରକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅନୁଦାନ ଦେଲେ, କିନ୍ତୁ ଓଡିଶାକୁ ମିଳିଲା ନାହିଁ । ବିଜେପିର ୨୦ ଜଣ ଏମ୍ପି ଓ ରାଜ୍ୟ ବିଜେପି ନେତାମାନେ ଏ ବିଷୟରେ ପଦଟିଏ ମୁହଁ ଖୋଲିଲେ ନାହିଁ ।

ରାଜ୍ୟରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବା ପରିବର୍ତ୍ତେ ଠପ୍ ହୋଇଯାଇଛି । କେବଳ ନବୀନ ସରକାରଙ୍କ ସମୟରେ ହୋଇଥିବା କାମରେ ରଙ୍ଗ ପରିବର୍ତ୍ତନ ଓ ପୂର୍ବ ସରକାରଙ୍କ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି ।
ସେ ଆହୁରି କହିଛନ୍ତି, ନିର୍ବାଚନ ସମୟରେ ଦେଇଥିବା ଅଧିକାଂଶ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ରାଜ୍ୟରେ ଖାଲି ପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ଚାକିରି ୨ ବର୍ଷରେ ପୂରଣ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଗୁଡିକରେ ବିଭ୍ରାଟ ଦେଖିବାକୁ ମିଳିଛି । ପ୍ରାୟ ୧୬ଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଭଳି ବିଭ୍ରାଟ ହୋଇଛି । ପୋଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ଚାକିରି ବିକ୍ରି ଭଳି ଘଟଣା ସାମ୍ନାକୁ ଆସିଛି, ଯାହା ଘୋର ଚିନ୍ତାଜନକ । ଶ୍ରୀମନ୍ଦିର ପରିଚାଳନାରେ ଅନେକ ବିଭ୍ରାଟ ନିୟମିତ ଭାବେ ସାମ୍ନାକୁ ଆସୁଥିବା ବେଳେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ବିନା କଟନୀ ଛଟନୀରେ ଧାନ କିଣା ପ୍ରତିଶ୍ରୁତି ମଧ୍ୟ ପ୍ରତାରଣାରେ ପରିଣତ ହୋଇଛି ।

ସାର ଗଣ୍ଡିଏ ପାଇବା ପାଇଁ ରାଜ୍ୟର ଚାଷୀ ମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡିଛି । ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ସମାପ୍ତ କରାଯିବ ବୋଲି ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଛି, ଓଲଟା ଦୁର୍ନୀତି ବୃଦ୍ଧି ପାଇଛି । ଲଘୁ ଖଣିଜ ସମ୍ପଦରେ ଦୁର୍ନୀତି ବୃଦ୍ଧି ପାଇବା କାରଣରୁ ଏଥିରୁ ମିଳୁଥିବା ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟିକୁ ଓ ଖଣିଜ ସଂପଦରୁ ରାଜସ୍ୱ ପରିମାଣ ୫୦,୦୦୦ କୋଟିରୁ ୩୪,୦୦୦ କୋଟିକୁ ଖସି ଆସିଛି । ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ମଧ୍ୟ ଏକ ଧୋକାରେ ପରିଣତ ହୋଇଛି ।
ଡ଼ ମହାନ୍ତି କହିଛନ୍ତି, ଗତ ୫୦୦ ଦିନର ବିଜେପି ଶାସନରେ ଆମ୍ୱ ଟାକୁଆ ଖାଇ ୫ ଜଣଙ୍କ ମୃତୁ୍ୟ, ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତୁ୍ୟ, ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣଙ୍କ ମୃତୁ୍ୟ, ସାମ୍ପ୍ରଦାୟିକ ଉତ୍ତେଜନା ଘଟି ତିନି ତିନିଟି ସହରରେ କର୍ଫୁ୍ୟ ଲଗାଯାଇଥିବା ଭଳି ଗୋଟିଏ ପରେ ଗୋଟିଏ ବିଭିନ୍ନ ଅଘଟଣ ଘଟିଛି । ଓଡିଶାକୁ ଏକ ନମ୍ୱର ରାଜ୍ୟ କରିବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦାଗୀମନ୍ତ୍ରୀଙ୍କ ତାଲିକାରେ ଓଡିଶା ଦେଶରେ ଏକ ନମ୍ୱର ସ୍ଥାନ ଦଖଲ କରିବାରେ ସକ୍ଷମ ହୋଇଛି । ବିଜେପି ସରକାରଙ୍କ ବିଫଳତା ତାଲିକା ଲମ୍ୱା ହୋଇଥିବା ବେଳେ, ରାଜ୍ୟ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେପି ସରକାର ବିଜ୍ଞାପନ ମାଧ୍ୟମରେ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
October 26, 2025, 4:29 PM
 

ENE
Partly cloudy
32°C
1.4 m/s
Apparent: 31°C
Pressure: 1011 mb
Humidity: 92%
Winds: 1.4 m/s ENE
Windgusts: 6.1 m/s
UV-Index: 0
Precip.: 0mm /10% / Rain
Sunrise: 5:45 AM
Sunset: 5:15 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

October 26, 2025
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

October 26, 2025

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

October 26, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom