• Latest
  • Trending
ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

Oct-26-2025 09:54 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ

by M M
Oct-26-2025 09:54 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି
491
SHARES
1.4k
VIEWS
Share on FacebookShare on Twitter

ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବାର ୫୦୦ ଦିନ ବିତି ଯାଇଛି । ତେବେ ଶାସନର ବିଫଳତାକୁ ନେଇ ଟାର୍ଗେଟ କରିଛି ବିଜେଡି ।  ବିଜେପି ସରକାରଙ୍କ ସଫଳତା ଠାରୁ ବିଫଳତା ତାଲିକା ଅଧିକ ଲମ୍ୱା ରହିଛି ବୋଲି ବିଜୁ ଜନତା ଦଳ କହିଛି । ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ଗତ ନିର୍ବାଚନ ସମୟରେ ବିଜେପି ବିଜେଡି ସରକାରଙ୍କ ବିରୋଧରେ ବିଭିନ୍ନ ମିଥ୍ୟା ପ୍ରଚାର ଓ ଜନସାଧାରଣଙ୍କୁ ବିଭିନ୍ନ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା ।

କ୍ଷମତାକୁ ଆସିବା ପରେ ବିଜେପି ତାର ଅନେକ ପ୍ରତିଶ୍ରୁତି ପାଳନ କରିଥିବା ଦାବି କରିଆସୁଥିବା ବେଳେ ବାସ୍ତବରେ ରାଜ୍ୟକୁ ସୁଶାସନ ପ୍ରଦାନ କରିବାରେ ଓ ଦେଇଥିବା ଅଧିକାଂଶ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଏହି ୫୦୦ ଦିନର ବିଜେପି ଶାସନରେ, ଓଡ଼ିଶାର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଓ ବିଶେଷକରି ମହିଳା ମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି । ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜରେ ଶିରୋନାମା ପାଲଟୁଛି । ଅପରାଧ ତାଲିକାରେ ଓଡିଶା ଦେଶରେ ଅଷ୍ଟମ ସ୍ଥାନରେ ରହିଛି । ରାଜ୍ୟରେ ଗତ ୧୫ ମାସରେ ୩୭,୫୦୦ରୁ ଊଦ୍ଧ୍ୱର୍ ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ବାଲେଶ୍ୱରରେ ଛାତ୍ରୀ ଆତ୍ମାହୁତି ଘଟଣା ଓ ବଳଙ୍ଗାରେ ଜଣେ ଛାତ୍ରୀଙ୍କୁ ଜିଅନ୍ତା ଜାଳିଦେବା ଘଟଣା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ, ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ଓ ନିନ୍ଦିତ ହୋଇଛି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାରେ ପ୍ରତିକ୍ରିୟା ଦେଇ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।
ଡ଼ ମହାନ୍ତି କହିଛନ୍ତି, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ବାସ୍ତବରେ ଡବଲ ବିନାଶ ଆଡ଼କୁ ଅଗ୍ରସର ହେଉଛି । ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ୨୦୨୩-୨୪ ତୁଳନାରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୮.୧୯% କମିଗଲା । ରାଜ୍ୟର ଅଭିବୃଦ୍ଧି ହାରରେ ଦ୍ରୁତ ହ୍ରାସ ଘଟିଥିବା ବେଳେ ରାଜ୍ୟର ଋଣବୋଝ ଅହେତୁକ ବୃଦ୍ଧି ପାଇଛି । ଆନ୍ଧ୍ର ପ୍ରଦେଶ ଓ ବିହାରକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅନୁଦାନ ଦେଲେ, କିନ୍ତୁ ଓଡିଶାକୁ ମିଳିଲା ନାହିଁ । ବିଜେପିର ୨୦ ଜଣ ଏମ୍ପି ଓ ରାଜ୍ୟ ବିଜେପି ନେତାମାନେ ଏ ବିଷୟରେ ପଦଟିଏ ମୁହଁ ଖୋଲିଲେ ନାହିଁ ।

ରାଜ୍ୟରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବା ପରିବର୍ତ୍ତେ ଠପ୍ ହୋଇଯାଇଛି । କେବଳ ନବୀନ ସରକାରଙ୍କ ସମୟରେ ହୋଇଥିବା କାମରେ ରଙ୍ଗ ପରିବର୍ତ୍ତନ ଓ ପୂର୍ବ ସରକାରଙ୍କ ଯୋଜନାର ନାମ ପରିବର୍ତ୍ତନ କରାଯାଇଛି ।
ସେ ଆହୁରି କହିଛନ୍ତି, ନିର୍ବାଚନ ସମୟରେ ଦେଇଥିବା ଅଧିକାଂଶ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ରାଜ୍ୟରେ ଖାଲି ପଡ଼ିଥିବା ଦେଢ଼ ଲକ୍ଷ ସରକାରୀ ଚାକିରି ୨ ବର୍ଷରେ ପୂରଣ କରିବେ ବୋଲି ଦେଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଗୁଡିକରେ ବିଭ୍ରାଟ ଦେଖିବାକୁ ମିଳିଛି । ପ୍ରାୟ ୧୬ଟି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଭଳି ବିଭ୍ରାଟ ହୋଇଛି । ପୋଲିସ୍ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ଚାକିରି ବିକ୍ରି ଭଳି ଘଟଣା ସାମ୍ନାକୁ ଆସିଛି, ଯାହା ଘୋର ଚିନ୍ତାଜନକ । ଶ୍ରୀମନ୍ଦିର ପରିଚାଳନାରେ ଅନେକ ବିଭ୍ରାଟ ନିୟମିତ ଭାବେ ସାମ୍ନାକୁ ଆସୁଥିବା ବେଳେ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ବିନା କଟନୀ ଛଟନୀରେ ଧାନ କିଣା ପ୍ରତିଶ୍ରୁତି ମଧ୍ୟ ପ୍ରତାରଣାରେ ପରିଣତ ହୋଇଛି ।

ସାର ଗଣ୍ଡିଏ ପାଇବା ପାଇଁ ରାଜ୍ୟର ଚାଷୀ ମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡିଛି । ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ସମାପ୍ତ କରାଯିବ ବୋଲି ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଛି, ଓଲଟା ଦୁର୍ନୀତି ବୃଦ୍ଧି ପାଇଛି । ଲଘୁ ଖଣିଜ ସମ୍ପଦରେ ଦୁର୍ନୀତି ବୃଦ୍ଧି ପାଇବା କାରଣରୁ ଏଥିରୁ ମିଳୁଥିବା ରାଜସ୍ୱ ୧୪୮୫ କୋଟିରୁ ୬୦୦ କୋଟିକୁ ଓ ଖଣିଜ ସଂପଦରୁ ରାଜସ୍ୱ ପରିମାଣ ୫୦,୦୦୦ କୋଟିରୁ ୩୪,୦୦୦ କୋଟିକୁ ଖସି ଆସିଛି । ଚିଟ୍ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ମଧ୍ୟ ଏକ ଧୋକାରେ ପରିଣତ ହୋଇଛି ।
ଡ଼ ମହାନ୍ତି କହିଛନ୍ତି, ଗତ ୫୦୦ ଦିନର ବିଜେପି ଶାସନରେ ଆମ୍ୱ ଟାକୁଆ ଖାଇ ୫ ଜଣଙ୍କ ମୃତୁ୍ୟ, ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତୁ୍ୟ, ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣଙ୍କ ମୃତୁ୍ୟ, ସାମ୍ପ୍ରଦାୟିକ ଉତ୍ତେଜନା ଘଟି ତିନି ତିନିଟି ସହରରେ କର୍ଫୁ୍ୟ ଲଗାଯାଇଥିବା ଭଳି ଗୋଟିଏ ପରେ ଗୋଟିଏ ବିଭିନ୍ନ ଅଘଟଣ ଘଟିଛି । ଓଡିଶାକୁ ଏକ ନମ୍ୱର ରାଜ୍ୟ କରିବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦାଗୀମନ୍ତ୍ରୀଙ୍କ ତାଲିକାରେ ଓଡିଶା ଦେଶରେ ଏକ ନମ୍ୱର ସ୍ଥାନ ଦଖଲ କରିବାରେ ସକ୍ଷମ ହୋଇଛି । ବିଜେପି ସରକାରଙ୍କ ବିଫଳତା ତାଲିକା ଲମ୍ୱା ହୋଇଥିବା ବେଳେ, ରାଜ୍ୟ ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେପି ସରକାର ବିଜ୍ଞାପନ ମାଧ୍ୟମରେ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 10:45 AM
 

SSE
Partly cloudy
31°C
2.5 m/s
Apparent: 31°C
Pressure: 1007 mb
Humidity: 87%
Winds: 2.5 m/s SSE
Windgusts: 10.2 m/s
UV-Index: 0
Precip.: 0mm /48% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom