• Latest
  • Trending
ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

Oct-27-2025 05:17 PM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Wednesday, March 11, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି

by M M
Oct-27-2025 05:17 PM IST
in ଦେଶ ବିଦେଶ, ବଡ଼ ଖବର
0
ହାତୀ ଦେବୀ, ଘୋଡ଼ା ଦେବୀ : ବିହାର ନିର୍ବାଚନ ପାଇଁ ତେଜସ୍ୱୀଙ୍କ ଲୋଭନୀୟ ପ୍ରତିଶ୍ରୁତି
492
SHARES
1.4k
VIEWS
Share on FacebookShare on Twitter

ବିହାର ବିଧାନସଭା ନିର୍ବାଚନରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ତେଜସ୍ୱୀ ଯାଦବ । ସରକାର ଗଢ଼ିବା ପାଇଁ ପ୍ରତିଦିନ ଭୋଟରଙ୍କ ମନକୁ ଛୁଇଁବା ଭଳି ଘୋଷଣା କରୁଛନ୍ତି ।  ଇଣ୍ଡିଆ ଗଠବନ୍ଧନ ଯଦି ସରକାରକୁ ଆସେ, ତେବେ ରାଜ୍ୟର ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି । ଏହାସହ ୫୦ ଲକ୍ଷ ଟଙ୍କାର ବୀମା କଭରେଜ୍ ଏବଂ ସମ୍ମାନରାଶି ଦୁଇଗୁଣ କରାଯିବ ବୋଲି କହିଛନ୍ତି। ରାଜ୍ୟର ପାରମ୍ପରିକ କାରୀଗର ଯେପରିକି ବଣିଆ, କୁମ୍ଭକାର ଏବଂ ବଢ଼େଇଙ୍କ ପାଇଁ  ୫ ଲକ୍ଷ ଟଙ୍କାର ଏକକାଳୀନ ଋଣ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

ତେଜସ୍ୱୀ ଯାଦବ କହିଛନ୍ତି, “ବିହାରର ପଞ୍ଚାୟତ ନିର୍ବାଚିତ ପ୍ରତିନିଧିମାନେ ଦୀର୍ଘଦିନରୁ ଆର୍ଥିକ ସୁରକ୍ଷା ଏବଂ ସାମାଜିକ ସୁବିଧା ଦାବି କରୁଛନ୍ତି  । ତାଙ୍କ ଦାବି ପୂରଣ କରାଯିବ।  ବଣିଆ, କୁମ୍ଭକାର ଏବଂ ବଢ଼େଇ ସହ ଅନ୍ୟାନ୍ୟ ପାରମ୍ପରିକ କାରୀଗରମାନଙ୍କୁ ୫ ଲକ୍ଷ ଟଙ୍କାର ସୁଧମୁକ୍ତ ଏକକାଳୀନ ଋଣ ପ୍ରଦାନ କରାଯିବ, ଯାହା ସେମାନଙ୍କର ବ୍ୟବସାୟ ବିସ୍ତାରରେ ସାହାଯ୍ୟ କରିବ।

ପୂର୍ବରୁ ମହାଗଠବନ୍ଧନ ପକ୍ଷରୁ ତେଜସ୍ବୀ ଯୁବକଙ୍କ ପାଇଁ ୧୦ ଲକ୍ଷ ଚାକିରି ଦେବାକୁ ଘୋଷଣା କରିଛନ୍ତି । ମହିଳାଙ୍କୁ ୨,୫୦୦ ମାସିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।  କୃଷକଙ୍କ ଋଣ ଛାଡିବାକୁ କହିଛନ୍ତି । ବିହାର ଭଳି ଏକ ଗରିବ ରାଜ୍ୟର ଅର୍ଥନୀତି ଏତେ ସୁଦୃଢ଼ ନୁହେଁ । ଏସବୁ ଜାଣି ମଧ୍ୟ ବିରୋଧୀ ମେଂଟ ପକ୍ଷରୁ ନୀତିଶଙ୍କୁ ଟକ୍କର ଦେବାପାଇଁ ଏପରି ଲୋଭ ଭୋଟରଙ୍କୁ ଦେଖାଉଛନ୍ତି ।

ଖାଲି ସେତିକି ନୁହେଁ , ମହାଗଠବନ୍ଧନ ସରକାର ଗଠନ ହେଲେ ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେଜସ୍ବୀ ।  ରାଜ୍ୟବାସୀଙ୍କ ବିଦ୍ୟୁତ୍ ବିଲ୍ ମାଫ୍ ଓ ଗ୍ୟାସ୍ ସିଲିଣ୍ଡର ୫୦୦ ଟଙ୍କାରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ ସେ ୧୭ ମାସ ସରକାରରେ ଥିବା ସମୟରେ ୫ ଲକ୍ଷରୁ ଅଧିକ ଚାକିରି ଦେଇଥିବା ସେ କହିଛନ୍ତି । ଧାନ କ୍ରୟ ମୂଲ୍ୟ ବୃଦ୍ଧିକରି ଧାନ କୁଇଣ୍ଟାଲ ପିଛା ୩,୧୦୦ ଟଙ୍କା MSP ଦେବେ ବୋଲି କହିଛନ୍ତି । କୃଷି ଯନ୍ତ୍ରପାତି ଉପରେ ୭୫% ସବସିଡି ଦେବାକୁ ଘୋଷଣା କରିଛନ୍ତି । ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଓ ଇଉନିଫର୍ମ ମାଗଣା ଦେବାକୁ ଘୋଷଣା କରିଛନ୍ତି । ପ୍ରତି ବ୍ଲକ୍‌ରେ ନୂଆ ମେଡିକାଲ୍ କଲେଜ୍ ଓ ଆୟୁଷ୍ମାନ୍ ଭାରତ୍ କାର୍ଡ୍ ୧୦ ଲକ୍ଷରୁ ବଢ଼ାଇ ୨୫ ଲକ୍ଷ କରିବାକୁ  କହିଛନ୍ତି। ବିଦ୍ୟାର୍ଥୀଙ୍କୁ ମାଗଣା ଲ୍ୟାପଟପ୍ ଓ ଇଣ୍ଟରନେଟ୍ ସୁବିଧା ଯୋଗାଇବାକୁ କହିଛନ୍ତି।  ଯୁବକଙ୍କୁ ମାସିକ ୫,୦୦୦ ଟଙ୍କା ଚାକିରି ନ ମିଳିବା ପର୍ଯ୍ୟନ୍ତ ଦେବାକୁ ଏକ ଲୋଭନୀୟ ଅଫର ଦେଇଛନ୍ତି । ମାଓବାଦୀ ପ୍ରଭାବିତ ଅଞ୍ଚଳରେ ବିଶେଷ ବିକାଶ ପ୍ୟାକେଜ୍ ଦେବାକୁ ଘୋଷଣା କରିଛନ୍ତି। ସବୁଠୁ ବଡ଼ କଥା ହେଲା ,ସବୁ ଘୋଷଣାକୁ ବିଜେପି କଟାକ୍ଷ କରିଛି । ଯେହେତୁ ମହାଗଠବନ୍ଧନ ସପକ୍ଷରେ କୈାଣସି ସର୍ଭେ ସଂସ୍ଥା ସରକାର ଗଠନ କରିବା ନେଇ ତଥ୍ୟ ପ୍ରକାଶ କରୁନାହାଁନ୍ତି । ତେଣୁ ମହାଗଠବନ୍ଧନ ଏପରି ଲୋଭନୀୟ ଅଫର ଦେଉଥିବା ବିଜେପି ଅଭିଯୋଗ କରୁଛି ।  ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୬ ନଭେମ୍ବର ଏବଂ ୧୧ ନଭେମ୍ବର, ଦୁଇ ପର୍ଯ୍ୟାୟରେ ହେବ ।  ଫଳାଫଳ ୧୪ ନଭେମ୍ବରରେ  ଘୋଷଣା ହେବ।  ନୀତିଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ (ଜେଡିୟୁ, ବିଜେପି, ଏଲଜେପି ଓ ଅନ୍ୟାନ୍ୟ) ରହିଛନ୍ତି । ଅନ୍ୟ ପଟରେ ତେଜସ୍ୱୀଙ୍କ ନେତୃତ୍ୱାଧୀନ ଆରଜେଡି, କଂଗ୍ରେସ, ଲେଫ୍ଟ୍ ଏବଂ ଭିଆଇପିର ମେଣ୍ଟକୁ ନେଇ ମହାଗଠବନ୍ଧନ ହୋଇଛି । ତେଜସ୍ବୀଙ୍କ  ପ୍ରତିଶ୍ରୁତି ବିହାରର ମତାଧିକାରୀଙ୍କୁ କେତେ ଆକର୍ଷିତ କରିବାରେ ସଫଳ ହେବ ତାହା ସମୟ କହିବ ।  ତେବେ ତେଜସ୍ବୀଙ୍କ ଏହି ମାଗଣା ଯୋଜନାଗୁଡ଼ିକ ମତଦାନରେ କିପରି ପ୍ରଭାବ ପକାଇବ, ତାହା ଦେଖିବାକୁ ବାକି ରହିଲା।

Share197Tweet123
M M

M M

ଆଜିର ପାଗ

Bhubaneswar
March 11, 2026, 1:15 AM
 
SSE
Partly cloudy
24°C
1.1 m/s
Apparent: 28°C
Pressure: 1012 mb
Humidity: 89%
Winds: 1.1 m/s SSE
Windgusts: 7.8 m/s
UV-Index: 0
Precip.: 0mm /10% / Rain
Sunrise: 5:58 AM
Sunset: 5:54 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom