• Latest
  • Trending
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

Nov-04-2025 07:17 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି

by M M
Nov-04-2025 07:17 PM IST
in ରାଜନୀତି, ରାଜ୍ୟ
0
ବେଇମାନି ଆଖ୍ୟାରୁ ବର୍ତ୍ତିବା ପାଇଁ ଜୟ ମିଛ କହୁଛନ୍ତି: ବିଜେଡି
492
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର, : ନୂଆପଡାରେ ନିର୍ବାଚନ ପ୍ରଚାର ସଭାରେ ବିଜେଡି ସଭାପତି  ନବୀନ ପଟ୍ଟନାୟକଙ୍କ ବେଇମାନି ମନ୍ତବ୍ୟ ଉପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ ତାଙ୍କ ମାଆ ଶ୍ରୀମତୀ କଳ୍ପନା ଢୋଲକିଆଙ୍କ ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛି ବିଜେଡି ।  ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ରାଜୁ ଢୋଲକିଆଙ୍କ ଚିକିତ୍ସା ସମୟରେ ବିଜେଡି ତାଙ୍କୁ ଅଣଦେଖା କରିଥିଲା ବୋଲି ଉଭୟ ଜୟ ଓ ତାଙ୍କ ମା ଆଜି ଅଭିଯୋଗ କରିଥିଲେ ।  ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଜୟ ଓ ତାଙ୍କ ମାଆ ଆଣିଥିବା ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଥିଲେ ।

ଡ଼ ମହାନ୍ତି କହିଥିଲେ, ଗତକାଲି ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭାରେ ବିଶାଳ ଜନସମାଗମ ଦେଖି ଜୟ ଢୋଲକିଆ ଓ ବିଜେପି ଆତଙ୍କିତ ହୋଇଛନ୍ତି । ତେଣୁ ଆଜି ଜୟ ତାଙ୍କ ବାପାଙ୍କୁ ଶେଷ ସମୟରେ ବିଜେଡି ଅଣଦେଖା କରିଥିଲା ବୋଲି ମିଛ ଅଭିଯୋଗ ଆଣିଛନ୍ତି । ନିଜ ଅସୁସ୍ଥତା ସତ୍ତ୍ୱେ ବିଧାୟକ ରାଜୁ ଢୋଲକିଆଙ୍କ ସ୍ୱାସ୍ଥ୍ୟ ବିଷୟରେ ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିୟମିତ ଖବର ରଖୁଥିଲେ । ତାଙ୍କ ଦେହାନ୍ତ ହେବା ପରେ ଦଳ ତରଫରୁ ଆବଶ୍ୟକ ସହଯୋଗର ହାତ ବଢାଇବା ସହିତ ତାଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କୁ ଯୋଗଦେବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଏହାଛଡା ନିଜେ ଭର୍ଚୁଆଲରେ ଯୋଗଦେଇ ଶୋକବାର୍ତ୍ତା ପ୍ରଦାନ କରିଥିଲେ ।

ଅପରପକ୍ଷରେ, ଜୟ ଢୋଲକିଆ ବିଜେଡିର ପ୍ରାର୍ଥୀ ହେବା ପାଇଁ ନିଜର ଇଚ୍ଛା ପ୍ରକାଶ କରିବା ସହିତ ତାଙ୍କର ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଏହାପରେ ବିଜେଡି ତରଫରୁ ହୋଇଥିବା ପଦଯାତ୍ରା ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଜୟ ଓ ତାଙ୍କ ମାଆ ଯୋଗ ଦେଇଥିଲେ । କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ସେ ରାତାରାତି ମତ ପରିବର୍ତ୍ତନ କରି ବିଜେପିରେ ଯୋଗଦେଲେ, ତାହା ଆଜି ବି ପ୍ରଶ୍ନବାଚୀ ହୋଇ ରହିଛି । ଏହାକୁ ବେଇମାନି କୁହାଯିବନି ତ ଆଉ କ’ଣ କୁହାଯିବ ? ବେଇମାନି କାମ କରିଲ, ବେଇମାନ କହିଲେ ବାଧୁଛି କାହିଁକି? ନିଜ କୁକର୍ମ ଧରାପଡିଯିବାରୁ ଲୋକଙ୍କ ଆଗରେ ମିଛ କଥା କହୁଛ ବୋଲି ଡ଼ ମହାନ୍ତି କହିଥିଲେ ।
ଶ୍ରୀମତୀ ସୁଲତା ଦେଓ କହିଥିଲେ, କଳ୍ପନା ଢୋଲକିଆଙ୍କ ସହିତ ବିଜେଡିର ପାରିବାରିକ ସମ୍ପର୍କ ଥିଲା । ମୁଁ ତାଙ୍କୁ ଭାଉଜ ବୋଲି ସମ୍ୱୋଧନ କରେ । ସମ୍ପର୍କ ଆଜି ମଧ୍ୟ ରହିଛି । ବିଜୁ ଜନତା ଦଳ ଢୋଲକିଆ ପରିବାର ସହିତ ସମ୍ପର୍କ କାଟିନାହିଁ । କେଉଁ କାରଣରୁ, କେଉଁ ପରିସ୍ଥିତିରେ ଜୟ ଢୋଲକିଆ ବିଜେପିରେ ଯୋଗଦେଲେ, ସେ ନିଜେ ଭଲ ଭାବରେ ଜାଣିଥିବେ । ଏହାଛଡା, ବିଜେପି ଠାରୁ ମୋଟା ଅଙ୍କର ଅର୍ଥ ନେଇ ବିଜେପିରେ ଜୟ ଯୋଗ ଦେଇଛନ୍ତି ବୋଲି ହେଉଥିବା ଅଭିଯୋଗକୁ ଶ୍ରୀମତୀ ଢୋଲକିଆ ଖଣ୍ଡନ କରିଥିଲା ବେଳେ, ଏହା ବିଜେଡିର ଅଭିଯୋଗ ନୁହେଁ ବୋଲି ଶ୍ରୀମତୀ ଦେଓ କହିଥିଲେ । ସେ ଆହୁରି କହିଥିଲେ, ୧୬ ମାସର ଡବଲ ଇଞ୍ଜିନ ସରକାରଙ୍କ ବିଫଳତାକୁ ନୂଆପଡାବାସୀଙ୍କ ଆଗରେ ଆମ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରଖିଥିଲେ । ମିଛ ପ୍ରତିଶ୍ରୁତି ଦେଇ ବିଜେପି କିପରି ଓଡିଶାବାସୀଙ୍କୁ ଭୁଅାଁ ବୁଲାଉଛି, ତାହା ପ୍ରକାଶ କରିଥିଲେ । ଭୋଟ ଚୋରି ପରେ ବିଜେପି ପ୍ରାର୍ଥୀ ଚୋରି କରିଛି ।

Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 7:03 PM
 

S
Mainly clear
24°C
3.2 m/s
Apparent: 23°C
Pressure: 1018 mb
Humidity: 88%
Winds: 3.2 m/s S
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

February 2, 2026
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

February 2, 2026
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom