• Latest
  • Trending
୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

Nov-05-2025 03:45 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-25-2026 09:23 AM IST
odisha.newsroom.in

ଇରାନରେ ଏବେ ଏମିତି କଟୁଛି ଜୀବନ…ଖଣ୍ଡିଏ ରୁଟିର ଦାମ ହଜାରେ ଟଙ୍କାରୁ ଅଧିକ…

Mar-25-2026 11:15 AM IST
ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

Mar-24-2026 05:21 PM IST
odisha.newsroom.in

ଗ୍ୟାସ ସଙ୍କଟ ବେଳେ ଆହାର କେନ୍ଦ୍ର ଭରସା, ହେଲେ ଖୋଲୁ ଖୋଲୁ ଶେଷ

Mar-24-2026 04:03 PM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି

by M M
Nov-05-2025 03:45 PM IST
in ବିଶେଷ
0
୫୦୦ ଟଙ୍କା ଧାର ନେଇ କିଣିଲେ ଲଟେରି ଟିକେଟ, ଜିତିଲେ ୧୧ କୋଟି
491
SHARES
1.4k
VIEWS
Share on FacebookShare on Twitter

ଚଣ୍ଡୀଗଢ଼:  ଜୟପୁରର ଜଣେ ପରିବା ବ୍ୟବସାୟୀ ଅମିତ ସେହରାଙ୍କ ଭାଗ୍ୟ ଦିନକରେ ବଦଳି ଯାଇଛି । ସକାଳୁ ଉଠିଲେ ପରିବା ଲୋକଙ୍କୁ ବିକୁଥିବା ଅମିତ ସେହରା ହେଉଛନ୍ତି ସେହି ଭାଗ୍ୟବାନ ବ୍ୟକ୍ତି ଯାହାଙ୍କର ଲଟେରି ଟିକେଟ କିଣିବାକୁ ପାଖରେ ଟଙ୍କା ନଥିଲା । ବନ୍ଧୁ ତାଙ୍କୁ 500 ଟଙ୍କା ଲଟେରି ଟିକେଟ କିଣିବାକୁ ଦେଇଥିଲେ । ଏବେ ତାଙ୍କୁ ଏଗାର କୋଟି ଟଙ୍କାର ପୁରସ୍କାର ମିଳିବାକୁ ଯାଉଛି । ସେ କିଣିଥିବା ଲଟେରି ଟିକେଟରେ ପ୍ରଥମ ପୁରସ୍କାର   ୧୧ କୋଟି ଟଙ୍କା ଜିତିଛନ୍ତି  । ଯେଉଁ ବନ୍ଧୁଙ୍କଠାରୁ ମାତ୍ର ୫୦୦ ଟଙ୍କା ଧାର ନେଇ ସେ ଟିକେଟ କିଣିଥିଲେ। ଏବେ ତାଙ୍କୁ ଲକ୍ଷେ ଟଙ୍କା ଦେବାକୁ ସେ ଘୋଷଣା କରିଛନ୍ତି ।

ଅମିତ ସେହରାଙ୍କର ପରିବାରରେ  ୧୬ ଜଣ ସଦସ୍ୟ ଅଛନ୍ତି  । ତାଙ୍କ ବଡ଼ ପରିବାରର ଭରଣପୋଷଣ ପାଇଁ ସେ ପରିବା ବିକ୍ରି କରି ପରିବାର ଚଳାଉଥିଲେ । ତାଙ୍କ ବନ୍ଧୁ ମୁକେଶଙ୍କ ସହ ସେ ଦୀପାବଳିରେ  ବୁଲିବାକୁ ଯାଇଥିବା ବେଳେ ଲଟେରି ବିଷୟରେ ଜାଣିଲେ । ତାଙ୍କ ପାଖରେ କିଛି ଟଙ୍କା ନଥିବାରୁ ସେ ମନଦୁଃଖ କରିଥିଲେ । କିନ୍ତୁ ସେ ଚାହୁଁଥିଲେ ଗୋଟିଏ ଲଟେରି ଟିକେଟ କିଣିବା ପାଇଁ । ଏହି ସମୟରେ ମୁକେଶ ତାଙ୍କୁ ଟିକେଟ କିଣିବା ପାଇଁ 500 ଟଙ୍କା ଦେଇଥିଲେ । ଅମିତ କହିଛନ୍ତି ତାଙ୍କ ଜୀବନରେ ପ୍ରଥମ ଥର ସେ ଲଟାରୀ ଟିକେଟ୍ କିଣିଥିଲେ। ଆଉ ଏତେ ଟଙ୍କା ଜିତିଛନ୍ତି । ସେ ସ୍ବପ୍ନରେ ସୁଧା ଭାବିନଥିଲେ ଲଟେରି ଜିତିବେ ବୋଲି । ଏପରିକି ତାଙ୍କର ନିଜସ୍ବ ଫୋନ ନାହିଁ ।

ତାଙ୍କ ବନ୍ଧୁ ମୁକେଶ ତାଙ୍କୁ ଟଙ୍କା ଦେଇଥିବାରୁ ସେ ଟିକେଟ କିଣିବାକୁ ସକ୍ଷମ ହୋଇଥିଲେ ।  ବଥିଣ୍ଡାର ରତନ ଲଟେରୀ ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଟିକେଟ କିଣିଥିଲେ ଅମିତ । ବିଜୟୀ ସଂଖ୍ୟା ଘୋଷଣା ହେବା ପରେ ଅମିତ ନିଜ ବନ୍ଧୁଙ୍କୁ କୃତଜ୍ଞତା ଜଣାଇ ୧ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି । ଏହି ଅର୍ଥକୁ ମୁକେଶ୍‌ଙ୍କର ଦୁଇ ଝିଅଙ୍କୁ ପ୍ରତ୍ୟେକେ ୫୦,୦୦୦ ଟଙ୍କା କରି ଦିଆଯିବ ବୋଲି ସେ କହିଛନ୍ତି ।

ଅମିତ କହିଛନ୍ତି -୩୧ ଅକ୍ଟୋବରରେ ପଞ୍ଜାବ ସରକାରଙ୍କ ଦ୍ୱାରା ବିଜୟୀ ନମ୍ବର  ଘୋଷଣା ହୋଇଥିଲା। କିନ୍ତୁ ତାଙ୍କ ପାଖରେ ମୋବାଇଲ୍ ଫୋନ୍ ନଥିବାରୁ, ସେ ପ୍ରାୟତଃ ଏହି ଖବରକୁ ମିଥ୍ୟା ଭାବି ଦେଇଥିଲେ। ଏହା ପରେ କିପରି ଟିକେଟ ଚେକ୍ କରିବେ ସେ ଜାଣିପାରିନଥିଲେ। ଏହାପରେ ଲଟେରୀ ଏଜେନ୍ସୀରୁ ଫୋନ୍ ଆସିଥିଲା, ତାକୁ ମଧ୍ୟ ସେ ବିଶ୍ୱାସ କରିପାରିନଥିଲେ ।  ଶେଷରେ, ସେମାନେ ଅମିତଙ୍କ ଘରକୁ ଆସି କିପରି ଟଙ୍କା ପାଇବାକୁ ହେବ ସେ  ବିଷୟରେ ବୁଝାଇଲେ।”  ନିୟମ ଅନୁସାରେ, ବିଜୟୀଙ୍କୁ ୨୫ ଦିନ ଭିତରେ ପୁରସ୍କାର ଦାବି କରିବାକୁ ପଡ଼େ। ଏହାପରେ, ଅମିତ ସେହରା ମଙ୍ଗଳବାର ଚଣ୍ଡୀଗଡ଼ରେ ପହଞ୍ଚି ନିଜ ଦାବି ଆନୁଷ୍ଠାନିକ ଭାବେ ଦାବି କରିଛନ୍ତି।

ଅମିତ ସେହରା କହିଛନ୍ତି ଯେ ସେ ପ୍ରଥମେ ଧାର ଟଙ୍କା ଦେଇଥିବା ବନ୍ଧୁଙ୍କୁ ୧ ଲକ୍ଷ ଟଙ୍କା ଦେବା ପରେ, ନିଜର ବଡ଼ ପରିବାରର ଭବିଷ୍ୟତ ପାଇଁ ଯୋଜନା କରିବେ। ସେହରାଙ୍କ ଏହି କାହାଣୀ ପ୍ରମାଣ କରୁଛି ଯେ କାଲି ଯାହା ପାଖରେ ଟିକେଟ କିଣିବାକୁ ଟଙ୍କା ନଥିଲା ଆଜି ସେ 11 କୋଟି ଟଙ୍କା ଜିତିଛନ୍ତି । ଜୀବନରେ ଏକ ଛୋଟ ସାହାଯ୍ୟ କିପରି ବଡ଼ ପରିବର୍ତ୍ତନ ଆଣିପାରିଛି। ଭାଗ୍ୟ କେତେବେଳେ କାହାକୁ କେଉଁଠି ପହଁଚାଇଦିଏ ତାହା ସମସ୍ତେ ଆଲୋଚନା କରୁଛନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 1:53 PM
 

SSW
Slight rain showers
33°C
2.9 m/s
Apparent: 30°C
Pressure: 1009 mb
Humidity: 85%
Winds: 2.9 m/s SSW
Windgusts: 7.9 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom