ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିରଙ୍କୁ ଅଭୂତପୂର୍ବ କ୍ଷମତା ମିଳିଛି । ପାକିସ୍ତାନ ସଂସଦ ୨୭ତମ ସାମ୍ବିଧାନିକ ସଂଶୋଧନ ପାସ୍ କରିଛି ଏବଂ ଏହା ଦ୍ବାରା ସେନା ମୁଖ୍ୟ ମୁନିରଙ୍କୁ ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ସିଡିଏଫ ଭାବେ ନିଯୁକ୍ତ କରାଯାଇଛି। ଏହି ସଂଶୋଧନ ସୈନ୍ୟ କ୍ଷମତାକୁ କେନ୍ଦ୍ରୀଭୂତ କରିବା ସହ ମୁନିରଙ୍କୁ ପାକିସ୍ତାନର ସର୍ବୋଚ୍ଚ କ୍ଷମତାଶାଳୀ ବ୍ୟକ୍ତି କରିଛି। ଏବେ ତାଙ୍କର କ୍ଷମତା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ କ୍ଷମତାକୁ ମଧ୍ୟ ଅତିକ୍ରମ କରିଯାଇଛି। ପାକିସ୍ତାନର ପରମାଣୁ ନୀତିରେ ମୁନିରଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ବୋଲି କୁହାଯାଇଛି। ସେନା ମୁଖ୍ୟ ଜେନେରାଲ୍ ଆସିମ ମୁନିର ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍ (CDF) ଭାବରେ ଦାୟିତ୍ୱ ନେବା ପାଇଁ ବାଟ ଫିଟିଛି। ଏହି ଶକ୍ତିଶାଳୀ ନୂତନ ପଦବୀର ଲକ୍ଷ୍ୟ ହେଉଛି ତିନି ସେବା ମଧ୍ୟରେ ଅଧିକ ସମନ୍ୱୟ ଏବଂ ଏକୀକୃତ କମାଣ୍ଡ ସୁନିଶ୍ଚିତ କରିବା।
















