ଶୀତ ବଢ଼ୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ତଳକୁ ତଳକୁ ଯାଉଛି । ଦାରିଙ୍ଗବାଡ଼ି ବ୍ଳକର ଅଭ୍ୟାନ୍ତରଣ ଅଞ୍ଚଳରେ ତାପମାତ୍ରା ଆହୁରି ତଳକୁ ଖସି ଥଣ୍ଡା ଓ ଶୀତ ବୃଦ୍ଧି ପାଇ ଲୋକଙ୍କୁ କଲବଲ କରିଛି। ଥଣ୍ଡା ଓ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ରାସ୍ତାଘାଟ, ଗାଁ ସାହି ଓ ଘରେ ଘରେ ନିଆଁ ଜାଳି ବାସି ରହୁଥିବା ସହ ଶୀତ ବସ୍ତ୍ର ପରିଧାନ କରୁଥିବା ଦେଖିବାକୁ ମିଳୁଛି। ହେଲେ ଏହାର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଡୁଛି। ତାସହିତ ବ୍ଳକ ଅଞ୍ଚଳରେ ଯୁବକ ଯୁବତୀ ପ୍ରଭାତ ଭ୍ରମଣ, ବ୍ୟାୟାମ କରିବା ପାଇଁ ପଡ଼ିଆରେ ସଂଖ୍ୟା ବୃଦ୍ଧି ପାଇଛି। ଚା’ ଦୋକାନରେ ସକାଳ ଓ ସନ୍ଧ୍ୟାରେ ଭିଡ଼ ଜମୁଛି। ସନ୍ଧ୍ୟା ଅଧିକ ହେଲେ ଦୋକାନ ବଜାର ଖାଁ ଖାଁ ହେଉଥିବା ଦେଖିବାକୁ ମିଳୁଛି। କାର୍ଯ୍ୟାଳୟ, ଶିକ୍ଷା ଅନୁଷ୍ଠାନ ଘର ଭିତରେ ରହିବା କଷ୍ଟ ହେଉଛି। କିଛି ସମୟଘର ଭିତରେ ରହିବ ପରେ ହାତ ଗୋଡ଼ କାଲୁଆ ହୋଇଯାଉଛି। ଏଣୁ ସକାଳେ ଗମନାଗମନ କରିବା ହେଉକି କାମ ପାଇଁ ବାହାରକୁ ଯିବା ସମସ୍ୟା ହେଉଛି। ଏଣୁ ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଜୀବନ ଜାପନ କଷ୍ଟ ହୋଇଛି।















