ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେବେ କି ନାହିଁ ତାହା ଘୋଷଣା କରାଯାଇନାହିଁ । ଏହାରି ଭିତରେ ଅନେକ ନେତା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିଛନ୍ତି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ତଥା ଲୋକଜନଶକ୍ତି ପାର୍ଟି(ରାମବିଳାସ) ନେତା ଚିରାଗ ପାଶୱାନ ନୀତିଶଙ୍କୁ ଭେଟିଛନ୍ତି। ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କରାଯାଇଥିବା ପ୍ରଶ୍ନକୁ ସେ ଏଡ଼ାଇଯାଇଛନ୍ତି । ତେଣେ ନୀତୀଶଙ୍କ ବାସଭବନ ଆଗରେ ଭିଡ଼ ପରିଲକ୍ଷିତ ହୋଇଛି । ନୀତୀଶ ରାଜ୍ୟର ସର୍ବାଧିକ କାଳ ରହିଥିବା ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ନା ଆଉ କିଏ ହେବ ତାହା ଘୋଷଣା କରାଯାଇନାହିଁ ।
ପୂର୍ବରୁ ରାଜ୍ୟରେ ଆଇନଶୃଙ୍ଖଳା, ଦାରିଦ୍ର୍ୟ, ବେକାରୀ ଆଦି ପ୍ରସଙ୍ଗରେ ନୀତୀଶ ସରକାରଙ୍କୁ ସମାଲୋଚନା କରିଆସୁଥିଲା ଚିରାଗ। ଏବେ ନୀତୀଶଙ୍କ କ୍ଷେତ୍ରରେ ଚିରାଗଙ୍କ ଭୂମିକା କଣ ହେବ ତାହାକୁ ନେଇ ଜାରି ରହିଛି ସସପେନ୍ସ । ନୀତୀଶ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଜେଡିୟୁ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଥିଲା । ଏବେ ଦଳ ପକ୍ଷରୁ ଡିଲିଟ କରାଯିବା ପରେ ବଢିଛି ସସପେନ୍ସ। ଗତ ୨୦୨୦ ନିର୍ବାଚନରେ ବିଜେପି ୮୦ ଓ ଜେଡିୟୁ ୪୫ ଆସନରେ ବିଜୟୀ ହୋଇଥିଲେ ବି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଧ୍ୟ ହୋଇଥିଲା ବିଜେପି। ତେବେ ଏଥର ବିହାରରେ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ମୋଦି, ଶାହ ନିଷ୍ପତ୍ତି ନେଇପାରନ୍ତି ।
୨୦୨୦ ନିର୍ବାଚନ ତୁଳନାରେ ପ୍ରାୟ ଦୁଇଗୁଣ ଆସନ ପାଇବାକୁ ସକ୍ଷମ ହୋଇଛନ୍ତି ନୀତିଶ । କିନ୍ତୁ ବିଜେପି ଠାରୁ ପଛରେ ରହିଛି ଦଳ। ଏବେ ନୀତୀଶଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସାଇବ ନା ଅନ୍ୟ କିଛି କରିବ ତାହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି।
















