• Latest
  • Trending
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

Nov-17-2025 10:01 AM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’

by M M
Nov-17-2025 10:01 AM IST
in ରାଜନୀତି, ରାଜ୍ୟ
0
ବିଷୋଦ୍‌ଗାର କଲେ ମେୟର: ‘କଳଙ୍କିତ ଅଧ୍ୟାୟ ଯୋଡ଼ିଲେ ଜିଲ୍ଲାପାଳ’
493
SHARES
1.4k
VIEWS
Share on FacebookShare on Twitter

ଓଡ଼ିଆ ଜାତିର ସ୍ବାଭିମାନ ଓ ଗୌରବକୁ ଆଧାର କରି ଉପରବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହୋଇ ଆସୁଥିଲା। ମାତ୍ର ଜିଲ୍ଲା ପ୍ରଶାସନ ଚଳିତ ବର୍ଷ ଷଡ୍‌ଯନ୍ତ୍ର କରି ଏହାକୁ ଶ୍ରୀହୀନ କରିଦେଇଛି। ଏନେଇ ବର୍ଷିଛନ୍ତି କଟକ ମେୟର ସୁବାସ ସିଂହ ।

୨୦୨୫ ବାଲିଯାତ୍ରାରେ ଉପରପଡ଼ିଆକୁ ବିନା ଆଲୋକ ଓ ତୋରଣରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଶ୍ମଶାନରେ ପରିଣତ କରିଦେଲେ। ଶହଶହ ବର୍ଷ ଧରି ଚାଲି ଆସିଥିବା ପରମ୍ପରାକୁ ଭାଙ୍ଗି ଜିଲ୍ଲାପାଳ  କଳଙ୍କିତ ଅଧ୍ୟାୟ ଯୋଡ଼ିଦେଲେ। କିଲ୍ଲାସ୍ଥିତ ମେୟରଙ୍କ ସରକାରୀ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‌ମେୟର ସୁବାସ ସିଂହ  ପୁଣି ଜିଲ୍ଲାପାଳଙ୍କ ବିରୋଧରେ ଏଭଳି ବିଷୋଦ୍‌ଗାର କରିଛନ୍ତି।

ସୁବାସ ସିହଁ କହିଛନ୍ତି, ୨୦୨୪ରେ ଉପରପଡ଼ିଆରେ ବାଲିଯାତ୍ରା ଆୟୋଜନ ନ କରିବାକୁ ଜିଲ୍ଲା ପ୍ରଶାସନ ଚକ୍ରାନ୍ତ କରି ଆସୁଥିଲା। ଚଳିତ ବର୍ଷ ଏଥିରେ ସଫଳ ହୋଇଗଲା। ଉପରପଡ଼ିଆରେ ଯାତ୍ରା ଆୟୋଜନ କରିବାକୁ ବିଭିନ୍ନ ସ୍ତରରେ ବାରମ୍ବାର ଦାବି କରିବା ସହ ରାଜ୍ୟ ସରକାରଙ୍କୁ  ଚିଠି ଲେଖିଥିଲି। ‌ତେବେ ଜିଲ୍ଲା ପ୍ରଶାସନ ଆକ୍ରୋଶମୂଳକ ଭାବେ କଟକ ପୌର ନିଗମକୁ ବାଲିଯାତ୍ରା ଆୟୋଜନରୁ ଦୂରେଇ ରଖିଲା।

ଏଥର ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୌର ନିଗମ, ମେୟର, ଡେପୁଟି ମେୟର, କମିସନର କିମ୍ବା କର୍ପୋରେଟରଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯାଇ ନାହିଁ। ଏଭଳି ଅଭିଯୋଗ ଆଣି ମେୟର ଶ୍ରୀ ସିଂହ ବାଲିଯାତ୍ରା ନିମନ୍ତ୍ରଣ ପତ୍ରକୁ ସାମ୍ବାଦିକ ସମ୍ମିଳନୀରେ ଚିରିଥିଲେ।

ଉପରପଡ଼ିଆରେ ଯାତ୍ରା ଆୟୋଜନ କରିବାକୁ କଟକ ସାଂସଦ, ବହୁ ବିଧାୟକ ଓ ସହରର ଅନେକ ଅନୁଷ୍ଠାନ କହିଥିଲେ। ଏପରିକି ଉଚ୍ଚନ୍ୟାୟାଳୟ ମଧ୍ୟ ଉପରପଡ଼ିଆରେ ଯାତ୍ରା କରିବାକୁ ସ୍ପଷ୍ଟ କରିଥିଲେ। ମାତ୍ର ଜିଲ୍ଲାପାଳ କାହା କଥା ଶୁଣି ନଥିଲେ। ଶେଷ ସମୟରେ ଅଳ୍ପ କିଛି କ୍ଷୁଦ୍ର ବ୍ୟବସାୟୀଙ୍କଠୁ ଟଙ୍କା ନେଇ ଉପରପଡ଼ିଆରେ ପ୍ଲଟ୍‌ ଦିଆଗଲା। ମାତ୍ର ଆଲୋକ ଓ ପ୍ରବେଶ ପଥର ବ୍ୟବସ୍ଥା ନ ଥିବାରୁ ସେମାନେ ‌ମୁହଁ ଫେରାଇ ଘରକୁ ଚାଲିଗଲେ।

ସେପଟେ ତଳପଡ଼ିଆରେ କ୍ଷୁଦ୍ର ବ୍ୟବସାୟୀଙ୍କ ଦୋକାନକୁ ଜିଲ୍ଲା ପ୍ରଶାସନ ଆଠଗଡ଼ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ବୁଲ୍‌ଡୋଜର ଲଗାଇ ଭାଙ୍ଗିଦେଲା। ବାଲିଯାତ୍ରାରେ ବୁଲଡୋଜର ବୁଲିବା ଘଟଣା ଇତିହାସରେ କେବେ ହୋଇନଥିଲା। ଜିଲ୍ଲା ପ୍ରଶାସନ ଗରିବଙ୍କ ପେଟକୁ ଏପରି ନାତ ମାରିବା ବିଷୟକୁ କଟକ କି ଓଡ଼ିଶାବାସୀ କ୍ଷମା ଦେବେ ନାହିଁ ବୋଲି ସେ କହିଛନ୍ତି। ଚଳିତ ବର୍ଷ ନିଗମର ଅଧିକାରୀଙ୍କୁ କୌଣସି ଦାୟିତ୍ବ ପ୍ରଦାନ କରାଗଲା ନାହିଁ। ଏପରିକି ଉଦ୍‌ଘାଟନୀ ଉତ୍ସବର ନିମନ୍ତ୍ରଣପତ୍ରରେ ମେୟରଙ୍କୁ ଉଚିତ ସ୍ଥାନ ଦିଆଗଲା ନାହିଁ କି କମିସନରଙ୍କୁ ମଞ୍ଚ ଉପରେ ବସିବାକୁ ସୁଯୋଗ ମିଳିଲା ନାହିଁ।

ବାଲିଯାତ୍ରା ଉଦ୍‌ଯାପନୀ କାର୍ଡରେ ମେୟରଙ୍କୁ ସ୍ଥାନ ଦେବାକୁ ଜିଲ୍ଲା ପ୍ରଶାସନ ଭୁଲିଗଲା। ବାଲିଯାତ୍ରା ଆୟୋଜନ ସମୟରେ ଜିଲ୍ଲା ପ୍ରଶାସନ ପୌର ନିଗମ ଓ ପୁଲିସ ପ୍ରଶାସନ ସହ କୌଣସି ଆଲୋଚନା କରିନ ଥିଲା। ଶ୍ରେୟା ଘୋଷାଲଙ୍କ ସୋ’ରେ ହୋଇଥିବା ଦଳାଚକଟା ଭଳି ସ୍ଥିତି ପ୍ରସଙ୍ଗରେ ରାଜ୍ୟ ପୁଲିସ ଡିଜି ୱାଇ.ବି. ଖୁରାନିଆ ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଛି ବୋଲି ମେୟର କହିଥିଲେ।

ଜିଲ୍ଲାପାଳ କାହା ସ୍ବାର୍ଥରେ ଉପରପଡ଼ିଆରେ ଗାଡ଼ିପାର୍କିଂ କରି ବାଲିଯାତ୍ରାକୁ ଶ୍ରୀହୀନ କରିଦେଲେ ଏହାର ଉତ୍ତର ରାଜ୍ୟବାସୀଙ୍କ ନିକଟରେ ରଖନ୍ତୁ। ବାଲିଯାତ୍ରା ଓ ଓଡ଼ିଶାବାସୀଙ୍କୁ ସମ୍ମାନ ଜଣାଇ ବାଲିଯାତ୍ରା ଚାଲୁଥିବା ସମୟରେ ଜିଲ୍ଲା ପ୍ରଶାସନର ଏଭଳି ଭୁଲ୍‌ ନିଷ୍ପତ୍ତିକୁ ଆମେ ବିରୋଧ କରି ନ ଥିଲୁ ବୋଲି ମେୟର କହିଥିଲେ। ଏଭଳି ଭୁଲ୍‌ ନିଷ୍ପତ୍ତି ବିରୋଧରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଆଦିଙ୍କୁ ଲିଖିତ ଭାବେ ଅବଗତ କରାଯିବ ବୋଲି ସେ କହିଛନ୍ତି। ମେୟରଙ୍କ ସାମ୍ବାଦିକ ସମ୍ମିଳନୀରେ ପୌର ନିଗମର ୩ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କ ସହିତ ବହୁ କର୍ପୋରେଟର ଯୋଗ ଦେଇଥିଲେ।

Share197Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 2:38 PM
 

NE
Mainly clear
29°C
2 m/s
Apparent: 30°C
Pressure: 1015 mb
Humidity: 45%
Winds: 2 m/s NE
Windgusts: 5.8 m/s
UV-Index: 5.4
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom