• Latest
  • Trending
ସ୍ତବ୍ଧ ଓଡ଼ିଆ ସଙ୍ଗୀତ ଜଗତ: ମାତ୍ର ୩୬ ବର୍ଷ ବୟସରେ ଚିର ନିଦ୍ରାରେ ହ୍ୟୁମାନ ସାଗର

ସ୍ତବ୍ଧ ଓଡ଼ିଆ ସଙ୍ଗୀତ ଜଗତ: ମାତ୍ର ୩୬ ବର୍ଷ ବୟସରେ ଚିର ନିଦ୍ରାରେ ହ୍ୟୁମାନ ସାଗର

Nov-18-2025 07:10 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-29-2026 12:27 PM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସ୍ତବ୍ଧ ଓଡ଼ିଆ ସଙ୍ଗୀତ ଜଗତ: ମାତ୍ର ୩୬ ବର୍ଷ ବୟସରେ ଚିର ନିଦ୍ରାରେ ହ୍ୟୁମାନ ସାଗର

by M M
Nov-18-2025 07:10 AM IST
in ବଡ଼ ଖବର
0
ସ୍ତବ୍ଧ ଓଡ଼ିଆ ସଙ୍ଗୀତ ଜଗତ: ମାତ୍ର ୩୬ ବର୍ଷ ବୟସରେ ଚିର ନିଦ୍ରାରେ ହ୍ୟୁମାନ ସାଗର
491
SHARES
1.4k
VIEWS
Share on FacebookShare on Twitter

ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ସ୍ୱର, ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଆଉ ନାହାନ୍ତି। ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ସେ  ଆରପାରିକୁ ଚାଲିଯାଇଛନ୍ତି। ଭୁବନେଶ୍ୱର ଏମ୍ସ (AIIMS) ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ହ୍ୟୁମାନ ସାଗର ପ୍ରାୟ ଏକ ମାସ ଧରି କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରୁ ଗତ ନଭେମ୍ବର ୧୪ ତାରିଖରେ ତାଙ୍କୁ ଜଟିଳ ଅବସ୍ଥାରେ ଏମ୍ସ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ସେ ଏକାଧିକ ଜଟିଳ ରୋଗ ଯେପରିକି ଶ୍ୱାସକ୍ରିୟାଜନିତ , ନିମୋନିଆ, ହେପାଟୋପାଥି (ଯକୃତ ସମସ୍ୟା), ଥ୍ରୋମ୍ବୋସାଇଟୋପେନିଆ ଏବଂ କୋଆଗୁଲୋପାଥିରେ ପୀଡ଼ିତ ଥିଲେ। ତାଙ୍କର ଯକୃତ ଓ ବୃକକ୍‌ ଅକାମୀ ହେବା ସହିତ ଶରୀରର ବହୁ ଅଙ୍ଗ ପ୍ରଭାବିତ ହୋଇଥିଲା।

ତାଙ୍କୁ ଆଇସିୟୁ ଭେଣ୍ଟିଲେଟର୍‌ରେ ରଖାଯାଇଥିବା ବେଳେ ଏକ୍‌ମୋ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। ତାଙ୍କ ଇନ୍ଦ୍ରିୟ କାମ କରୁଥିବା ଆଶ୍ୱସ୍ତିକର ଖବର ମିଳିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା। ତାଙ୍କ ଅମ୍ଳଜାନ ସ୍ତର ହଠାତ୍ କମିବାକୁ ଲାଗିଥିଲା ଏବଂ ବହୁ ଚେଷ୍ଟା ସତ୍ତ୍ୱେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ।

ରାତିରେ ହ୍ୟୁମାନଙ୍କ ମାଆ ପ୍ରଥମେ ଗଣମାଧ୍ୟମକୁ ଏହି ଦୁଃଖଦ ଖବର ଦେଇଥିଲେ, ପରେ ଏମ୍ସ ପକ୍ଷରୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯାଇଥିଲା।

ହ୍ୟୁମାନ ସାଗରଙ୍କ ପରଲୋକରେ ଓଡ଼ିଶାର ରାଜନୈତିକ ଏବଂ କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ସଙ୍ଗୀତ, ଚଳଚ୍ଚିତ୍ର ଓ କଳା ଜଗତ ସହିତ ଜଡ଼ିତ ବହୁ କଳାକାର ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର ଅକାଳ ବିୟୋଗ ଓଡ଼ିଆ ସଙ୍ଗୀତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରିଛି।

ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ ଓ ଆଲବମ୍ ଗୀତ ଗାଇ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କର ଏକ ନିଆରା ଗାୟକୀ ଶୈଳୀ ଥିଲା, ଯାହା ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଥିଲା।

ହ୍ୟୁମାନ ସାଗରଙ୍କ ଦ୍ୱାରା ଗାଇଥିବା କିଛି ଅତ୍ୟନ୍ତ ଲୋକପ୍ରିୟ ଏବଂ ଅଭୁଲା ଗୀତ

ଇସ୍କ ତୁ ହି ତୁ : ଏହି ଗୀତ ଗାଇ ସେ ସର୍ବପ୍ରଥମେ ଅଧିକ ଖ୍ୟାତି ଅର୍ଜନ କରିଥିଲେ।

ଅଗସ୍ତ୍ୟା (Agastya): ଫିଲ୍ମର ଟାଇଟଲ୍ ଟ୍ରାକ୍।

ବେବି (Baby): ଫିଲ୍ମର ଟାଇଟଲ୍ ସଙ୍ଗ।

ଗପ ହେଲେ ବି ସତ

ଅଭୟ (Abhaya)

ହାପି ଲକି

ଶ୍ରୀମାନ ସୁରଦାସ

ସୁନ୍ଦରଗଡ଼ର ସଲମନ ଖାନ

ଟୋକାଟା ଫସିଗଲା

ଚାରିଧାମ

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 12:55 PM
 

SSW
Partly cloudy
34°C
3.5 m/s
Apparent: 32°C
Pressure: 1006 mb
Humidity: 86%
Winds: 3.5 m/s SSW
Windgusts: 8.7 m/s
UV-Index: 0
Precip.: 0mm /35% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom