• Latest
  • Trending
ଆତଙ୍କବାଦୀ ଡାକ୍ତର ଉମର ନବିଙ୍କ ଭିଡିଓ ଭାଇରାଲ

ଆତଙ୍କବାଦୀ ଡାକ୍ତର ଉମର ନବିଙ୍କ ଭିଡିଓ ଭାଇରାଲ

Nov-18-2025 03:54 PM IST
odisha.newsroom.in

ବିଜୁ-ନବୀନ ଟ୍ରଷ୍ଟକୁ ନେଇ ପୋଷ୍ଟର ଯୁଦ୍ଧ…ସତ ଜାଣିବାକୁ ବିଜେପିର ଜିଦ

Mar-25-2026 01:46 PM IST
odisha.newsroom.in

ଆପଣ ନୂଆ ଘର ତିଆରି କରୁଛନ୍ତି କି…ବାସ୍ତୁର ଏହି ନିୟମ ନିଶ୍ଚୟ ମାନନ୍ତୁ

Mar-25-2026 01:15 PM IST
odisha.newsroom.in

ଲଗାତାର ହ୍ରାସ ପରେ ଆଜି ପୁଣି ବଢ଼ିଗଲା ସୁନା, ଜାଣନ୍ତୁ କେତେ

Mar-25-2026 12:55 PM IST
odisha.newsroom.in

ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଅଛି ଦେଢ଼ କ୍ୱିଣ୍ଟାଲ ସୁନା, ରୁପା କେତେ ?

Mar-25-2026 12:39 PM IST
odisha.newsroom.in

ଆମେରିକା ସହ କଥାବାର୍ତ୍ତା ପାଇଁ ଇରାନ ରଖିଲା ବଡ଼ ସର୍ତ୍ତ

Mar-25-2026 12:11 PM IST
odisha.newsroom.in

ବିଧାନସଭାରେ କଳା ଟି-ସାର୍ଟ ପିନ୍ଧି ବିଜେଡି- କଂଗ୍ରେସ ଭାଇ ଭାଇ

Mar-25-2026 11:38 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-25-2026 09:23 AM IST
odisha.newsroom.in

ଇରାନରେ ଏବେ ଏମିତି କଟୁଛି ଜୀବନ…ଖଣ୍ଡିଏ ରୁଟିର ଦାମ ହଜାରେ ଟଙ୍କାରୁ ଅଧିକ…

Mar-25-2026 11:15 AM IST
ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

ଯୁଦ୍ଧ କରିବାକୁ ଟ୍ରମ୍ପଙ୍କୁ ଉସୁକାଇଥିଲେ ଏହି ବ୍ୟକ୍ତି 

Mar-24-2026 05:21 PM IST
odisha.newsroom.in

ଗ୍ୟାସ ସଙ୍କଟ ବେଳେ ଆହାର କେନ୍ଦ୍ର ଭରସା, ହେଲେ ଖୋଲୁ ଖୋଲୁ ଶେଷ

Mar-24-2026 04:03 PM IST
  • About
  • Careers
  • Contact Us
Wednesday, March 25, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଆତଙ୍କବାଦୀ ଡାକ୍ତର ଉମର ନବିଙ୍କ ଭିଡିଓ ଭାଇରାଲ

, 'ଆତ୍ମଘାତୀ ବିସ୍ଫୋରଣ ପୂର୍ବରୁ କରିଥିଲେ ରେକର୍ଡ

by M M
Nov-18-2025 03:54 PM IST
in ଅପରାଧ, ଦେଶ ବିଦେଶ
0
ଆତଙ୍କବାଦୀ ଡାକ୍ତର ଉମର ନବିଙ୍କ ଭିଡିଓ ଭାଇରାଲ
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ :  ଦିଲ୍ଲୀରେ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ମହମ୍ମଦ ଉମର ନବିଙ୍କର ବିଷୟରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଏବେ  ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓଟି ଦିଲ୍ଲୀ ଆକ୍ରମଣ ପୂର୍ବରୁ ଡାକ୍ତର ଉମର ନବିଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା । ଯେଉଁଥିରେ ସେ ଆତ୍ମଘାତୀ ବିସ୍ଫୋରଣକୁ ନିଜର ଦୃଷ୍ଟିକୋଣରୁ ବ୍ୟାଖ୍ୟା କରି ସମର୍ଥନ କରୁଥିବାର ଦେଖାଯାଉଛନ୍ତି। ୧ ମିନିଟ୍ ୨୧ ସେକେଣ୍ଡର ଏହି ଭିଡିଓ ରହିଛି । ଏଥିରେ ଆତଙ୍କବାଦୀ ଉମର ନବି ଶାନ୍ତ ଭାବରେ କ୍ୟାମେରା ସାମ୍ନାରେ ବସି କହୁଛନ୍ତି ।  ଇଂରାଜୀରେ ନିଜର ମତାମତ ସେ ଆତଙ୍କବାଦ ଉପରେ  ଦେଉଥିବା ଦେଖାଯାଉଛି ।

ଆତଙ୍କବାଦୀ ଉମର ନବି ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ଆତ୍ମଘାତୀ ବିସ୍ଫୋରଣ ଠିକ୍ । ସେହି ଧାରଣାକୁ ଠିକ୍ ଭାବରେ ବୁଝାଯାଇ ନାହିଁ। ସେ କହିଛନ୍ତି, ଲୋକମାନେ କରୁଥିବା ସବୁଠାରୁ ବଡ଼ ଭୁଲ୍ ହେଉଛି ସେମାନେ ବୋମା ବିସ୍ଫୋରଣ କୁ ବୁଝିପାରୁନାହାଁନ୍ତି । ଆତ୍ମଘାତୀ ବିସ୍ଫୋରଣର ପ୍ରକୃତ ଧାରଣାକୁ ବୁଝିବାରେ କିଛି ଲୋକ ବିଫଳ ହେଉଛନ୍ତି । ସେ ଆହୁରି କହିଛନ୍ତି ଯେ ଆତ୍ମଘାତୀ ଆକ୍ରମଣର ମୁଖ୍ୟ ସମସ୍ୟା ହେଉଛି ଏହା ବିଷୟରେ ନବୁଝିବା ।  ଯେତେବେଳେ ଜଣେ ବ୍ୟକ୍ତି ନିଶ୍ଚିତ ହୋଇଯାଏ ଯେ ସେ ଏକ ନିର୍ଦ୍ଦିଷ୍ଟ ସମୟରେ ଏବଂ ସ୍ଥାନରେ ମରିବେ, ସେ ଏକ ବିପଦପୂର୍ଣ୍ଣ ମାନସିକ ସ୍ଥିତିରେ ପ୍ରବେଶ କରନ୍ତି ଏବଂ ବିଶ୍ୱାସ କରିବାକୁ ଆରମ୍ଭ କରନ୍ତି ଯେ ମୃତ୍ୟୁ ହିଁ ତାଙ୍କର ଏକମାତ୍ର ଲକ୍ଷ୍ୟସ୍ଥଳ।

ଭିଡିଓର ଶେଷରେ ଉମର ନବି ଏକ ବିରୋଧାଭାସୀ ବକ୍ତବ୍ୟ ଦେଇଛନ୍ତି  ।  ଏପରି ଚିନ୍ତାଧାରା କୌଣସି ଗଣତାନ୍ତ୍ରିକ ବା ମାନବିକ ବ୍ୟବସ୍ଥାରେ ଗ୍ରହଣୀୟ ହୋଇପାରିବ ନାହିଁ, କାରଣ ଏହା ଜୀବନ, ସମାଜ ଏବଂ ଆଇନର ମୌଳିକ ନୀତିକୁ ଉଲ୍ଲଂଘନ କରେ। ଏହି ଭିଡିଓ ଆତଙ୍କବାଦୀ ଉମରଙ୍କ ମାନସିକ ପ୍ରବୃତ୍ତି ଏବଂ ବିଚାରଧାରାକୁ ବୁଝିବାରେ ତଦନ୍ତ ଏଜେନ୍ସିଗୁଡ଼ିକ ପାଇଁ ସହାୟକ ହେବ। କେଉଁ କାରଣ ଉମରଙ୍କୁ ଏତେ ବଡ଼ ଆକ୍ରମଣ କରିବାକୁ ପ୍ରେରଣା ଦେଇଥିଲା, ତାହା ଏଜେନ୍ସିଗୁଡ଼ିକ ଜାଣିପାରିବେ ବୋଲି ଆଶା କରାଯାଉଛି। ଏହା ପୂର୍ବରୁ ଆତଙ୍କୀ ପାଣ୍ଠି ସହ ଜଡ଼ିତ ମାମଲାରେ ଇଡି  ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ୨୫ଟି ସ୍ଥାନରେ ଚଢ଼ାଉ କରିଥିବା ଖବର ରହିଛି।

ଦିଲ୍ଲୀର ଲାଲକିଲ୍ଲା ବିସ୍ଫୋରଣ ଘଟାଇଥିବା ମହମ୍ମଦ ଉମର ନବି ମୂଳତଃ ପୁଲୱାମା ଜିଲ୍ଲାର କୋଇଲ୍ ଗାଁର ବାସିନ୍ଦା ଥିଲେ। ପୁଲିସ ସୂତ୍ର ଅନୁଯାୟୀ, ତାଙ୍କର ଆରମ୍ଭରୁ ହିଁ ଭାରତ ବିରୋଧୀ କାର୍ଯ୍ୟକଳାପରେ ପ୍ରବଳ ଆଗ୍ରହ ଥିଲା।  ସେ ଫରିଦାବାଦର ଅଲ-ଫଲାହ ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ।  ଗତ କିଛି ମାସ ମଧ୍ୟରେ ଉମରଙ୍କ ଆଚରଣରେ ପରିବର୍ତ୍ତନ ଦେଖାଯାଇଥିଲା। ଅକ୍ଟୋବର ୩୦ ତାରିଖରେ ସେ ତାଙ୍କ ଡ୍ୟୁଟି ଛାଡି ଦେଇଥିଲେ ଏବଂ ଫରିଦାବାଦ ଓ ଦିଲ୍ଲୀ ମଧ୍ୟରେ ବାରମ୍ବାର ଯାତ୍ରା କରିବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ, ସେ ପ୍ରାୟତଃ ରାମଲୀଳା ମୈଦାନ ଏବଂ ସୁନହେରୀ ମସଜିଦ୍ ନିକଟସ୍ଥ ମସଜିଦ୍‌ରେ ରହୁଥିଲେ। ତାଙ୍କର ଏହି ଗତିବିଧି ତଦନ୍ତ ପରିସରଭୁକ୍ତ ହୋଇଛି।

Share196Tweet123
M M

M M

ଆଜିର ପାଗ

Bhubaneswar
March 25, 2026, 1:53 PM
 

SSW
Slight rain showers
33°C
2.9 m/s
Apparent: 30°C
Pressure: 1009 mb
Humidity: 85%
Winds: 2.9 m/s SSW
Windgusts: 7.9 m/s
UV-Index: 0
Precip.: 0mm /58% / Rain
Sunrise: 5:46 AM
Sunset: 5:58 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom