• Latest
  • Trending
ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌

ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌

Nov-23-2025 06:16 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

ବିଜେପି ତୃତୀୟ ପ୍ରାର୍ଥୀ ଦେବ ନାହିଁ, କାହିଁକି କହିଲେ ରବି ଦାସ ?

Mar-03-2026 12:58 PM IST
କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

କନ୍ଦେଇବ ପେଟ୍ରୋଲ ଆଉ ଡିଜେଲ, ଇରାନ ବନ୍ଦ କଲା ଷ୍ଟ୍ରେଟ ଅଫ ହରମୋଜ

Mar-03-2026 12:55 PM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
  • About
  • Careers
  • Contact Us
Thursday, March 12, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ମନୋରଞ୍ଜନ

ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌

by M M
Nov-23-2025 06:16 AM IST
in ମନୋରଞ୍ଜନ
0
ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍‌
491
SHARES
1.4k
VIEWS
Share on FacebookShare on Twitter

ଗୋଆରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡ଼ିଜ୍‌’ ପ୍ରଦର୍ଶିତ ହୋଇଛି । ମୌଳିକ ଓଡ଼ିଆ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଚାରିଟି ହୃଦୟସ୍ପର୍ଶୀ କାହାଣୀର ସଂକଳନ ସ୍ଥାନ ପାଇଛି । କୋରାପୁଟର ସରଳ ଓ ନିରୀହ ଲୋକଙ୍କ ଜୀବନ କାହାଣୀ ଓ ସଂଘର୍ଷକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ ଏବଂ କୌଶିକ ଦାସ ପ୍ରଯୋଜନା ଦାୟିତ୍ୱ ସମ୍ପାଦନ କରିଛନ୍ତି।

ଚଳଚ୍ଚିତ୍ରର ପ୍ରଥମ କାହାଣୀ ‘କାନଫୁଲ’ରେ ଖେଳନା ଓ ବଇଁଶୀ ବିକୁଥିବା ଦୁଇ ବନ୍ଧୁଙ୍କ ଜୀବନ ପ୍ରଦର୍ଶିତ ହୋଇଛି । ଝିଅ ପାଇଁ କାନଫୁଲ କିଣିବାକୁ ଆଶା ନେଇ ଖେଳନା ଓ ବଇଁଶୀ ବିକିବାକୁ ଚାହୁଁଥିବା ଏହି ଦୁଇ ବନ୍ଧୁଙ୍କ ସ୍ୱପ୍ନ ସେତିକି ବେଳେ ଧୂଳିସାତ୍‌ ହୋଇଯାଉଛି ଯେତେବେଳେ କୋଭିଡ୍‌ ମହାମାରୀ କାରଣରୁ ସେହି ବର୍ଷର ରଥଯାତ୍ରା ଉତ୍ସବ ବାତିଲ୍‌ ହୋଇଯାଉଛି। ଦ୍ୱିତୀୟ କାହାଣୀ ହେଉଛି ‘ରଙ୍ଗମାଟି’। ଏଥିରେ ସାନ ଏବଂ ବଡ଼, ଦୁଇ ଭାଇଙ୍କ ସଂଘର୍ଷ କାହାଣୀ ପ୍ରଦର୍ଶିତ ହୋଇଛି । ସାନ ପୁଅ ପରିବାର ଚଳାଉଥିବା ବେଳେ ବଡ଼ ବାଙ୍ଗାଲୋର ଯିବାକୁ ସ୍ୱପ୍ନ ଦେଖୁଛି, କିନ୍ତୁ ଗାଁକୁ ଫେରିଥିବା ଜଣେ ଗ୍ରାମବାସୀ ତା’କୁ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଉଛି।

ତୃତୀୟ କାହାଣୀ ‘ବାଇଦକାରିଆ’ରେ ପାରମ୍ପରିକ ବାଦ୍ୟ ପରିବେଷଣ ପାଇଁ ଦଶହରା ପୂଜାକୁ ଅପେକ୍ଷାର ଚିତ୍ର ବର୍ଣ୍ଣିତ ହୋଇଛି। କାହାଣୀ ଗତିଶୀଳ ହେବା ସହିତ ଅପ୍ରତ୍ୟାଶିତ ସତ୍ୟ ଏବଂ ବର୍ଦ୍ଧିତ ଉତ୍ତେଜନା ଘଟଣାର ମୋଡ଼ ବଦଳାଇ ଦେଉଛି। ଚତୁର୍ଥ କାହାଣୀ ‘ବିଭାଘର’ରେ ବାହାଘର ପାଇଁ ପ୍ରସ୍ତୁତ ହେଉଥିବା ଏକ ମଧ୍ୟବିତ୍ତ ପରିବାର ସଂଘର୍ଷ ବର୍ଣ୍ଣିତ ହୋଇଛି। ଏସବୁ କାହାଣୀରେ ଗ୍ରାମୀଣ ଓଡ଼ିଶାର ଆଶା, ସଂଘର୍ଷ ଏବଂ ଦୃଢ଼ତା ବର୍ଣ୍ଣିତ ହୋଇଛି। ନିର୍ଦ୍ଦେଶକ ଏହି ଚଳଚ୍ଚିତ୍ର ଜରିଆରେ ଗ୍ରାମୀଣ ସମ୍ପ୍ରଦାୟ, ସେମାନଙ୍କର ସ୍ୱପ୍ନ ଏବଂ ମଣିଷର ଦୃଢ଼ ମନୋବଳକୁ ଅତି ନିଚ୍ଛକ ଭାବେ ଉପସ୍ଥାପନ କରିବାର ପ୍ରୟାସ କରିଛନ୍ତି ।

‘ମାଳିପୁଟ୍‌ ମେଲୋଡ଼ିଜ୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶକ କୋରାପୁଟ ଜୟପୁରର ବାସିନ୍ଦା ବିଶାଲ ପଟ୍ଟନାୟକ ବୃତ୍ତିରେ ଜଣେ କଳା ଶିକ୍ଷକ। ଆଜି ଆଇଏଫଏଫଆଇ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ଚଳଚ୍ଚିତ୍ରକୁ ନେଇ ତାଙ୍କର ଅଭିଜ୍ଞତା ବିଷୟରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏ ଚଳଚ୍ଚିତ୍ର ନିର୍ମାଣ କରିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା। ସେ ନିଜ ଅଞ୍ଚଳର ଲୋକଙ୍କର ଦୈନନ୍ଦିନ ଜୀବନ ଓ ସଂଘର୍ଷକୁ ନେଇ ଚଳଚ୍ଚିତ୍ର ନିର୍ମାଣ ପାଇଁ ଆଗ୍ରହୀ ଥିଲେ। ‘ମାଳିପୁଟ ମେଲୋଡ଼ିଜ୍‌’ ଜରିଆରେ ସେ ଏ ଦିଗରେ ଏକ ସଚ୍ଚୋଟ ପ୍ରୟାସ କରିଛନ୍ତି। ପ୍ରଯୋଜକ କୌଶିକ ଦାସ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶିତ ହୋଇଛି । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ଏହି ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରିଥିଲେ ।

Share196Tweet123
M M

M M

ଆଜିର ପାଗ

Bhubaneswar
March 12, 2026, 4:30 AM
 
SSW
Partly cloudy
24°C
0.8 m/s
Apparent: 29°C
Pressure: 1009 mb
Humidity: 93%
Winds: 0.8 m/s SSW
Windgusts: 9.4 m/s
UV-Index: 0
Precip.: 0mm /3% / Rain
Sunrise: 5:57 AM
Sunset: 5:54 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

March 9, 2026
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

March 3, 2026
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

March 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom