• Latest
  • Trending
ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବିଧାନସଭା

ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବିଧାନସଭା

Nov-25-2025 09:02 AM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବିଧାନସଭା

by M M
Nov-25-2025 09:02 AM IST
in ରାଜନୀତି, ରାଜ୍ୟ
0
ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ବିଧାନସଭା
491
SHARES
1.4k
VIEWS
Share on FacebookShare on Twitter

ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାକୁ ଓହ୍ଲାଇବ ଶାସକ ଦଳ। ସେପଟେ ପରାଜୟକୁ ସ୍ବୀକାର କରୁନାହାନ୍ତି ବିରୋଧୀ। ଭୋଟ ଅନିୟମିତତା ପ୍ରସଙ୍ଗ ଧରି ସରକାରଙ୍କୁ ଘେରୁଛି ବିଜେଡି। ଆଉ କଂଗ୍ରେସ ବି କହୁଛି ଯେ ଉପନିର୍ବାଚନ ଜିତିବା ପଛର ଅନେକ କାରଣ ମଧ୍ୟରୁ ବୁଥ୍‌ ରିଗିଂ, ଇଭିଏମ୍‌ ଟ୍ୟାମ୍ପରିଂ ଅନ୍ୟତମ। ଏସବୁକୁ ନେଇ ବିଧାନସଭା ଅଧିବେଶନ ସରଗରମ ହେବ ବୋଲି ପୂର୍ବାନୁମାନ କଲେଣି ରାଜନୈତିକ ବିଶେଷଜ୍ଞ।   ବିଜେପି ବି ଦମ୍‌ ଦେଖାଇବାକୁ ପ୍ରସ୍ତୁତ। ନୂଆପଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ଦଳ ବିଧାୟକମାନେ ପୂରା ଜୋସ୍‌ରେ ଅଛନ୍ତି।ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେବାର କୌଣସି ସୁଯୋଗ ସେମାନେ ହାତଛଡ଼ା କରିବେନି।

ବିଜେଡି ଓ କଂଗ୍ରେସ ସରକାର ସମୟରେ ବାଲିଘାଟକୁ ନେଇ କ’ଣ ଅନିୟମିତତା ହୋଇଛି, ତାହାକୁ ସେମାନେ ବାହାର କରି ପାଲଟା ଆକ୍ରମଣ କରିବାକୁ ସଜବାଜ ହେଉଛନ୍ତି। ସେହିଭଳି ବିଧାନସଭା ସମୟରେ ସିବିଆଇ ତନାଘନା ଓ ପୀତବାସ ମୃତ୍ୟୁ ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛନ୍ତି।

ଆଇନଶୃଙ୍ଖଳା ପରିସ୍ଥିତି ଗୃହରେ ଏକ ବଡ଼ ପ୍ରସଙ୍ଗ ହୋଇପାରେ। ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା, ଚୌଦ୍ବାର ଜେଲ୍‌ରୁ ଅପରାଧୀ ଫେରାର ହେବା ଭଳି ପ୍ରସଙ୍ଗ ଉଠିବ। ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ ସହିତ ବିଜେପି ସରକାର ଅମଳରେ ବାରମ୍ବାର ନିଯୁକ୍ତି ପରୀକ୍ଷା ବାତିଲ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଆକ୍ତାମାକ୍ତା କରିପାରନ୍ତି।

ଏହି ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ୍ ଆସିବ। ଗୃହ କାର୍ଯ୍ୟ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ନଭେମ୍ବର ୨୬ରେ ସର୍ବଦଳୀୟ ବୈଠକ ଡାକିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନ କିନ୍ତୁ ଚର୍ଚ୍ଚାରେ ରହିବ। ବିରୋଧୀଙ୍କ ହାତରେ ପୁଳାପୁଳା ପ୍ରସଙ୍ଗ ଥିବାବେଳେ ସରକାର ବି ଚୁପ୍ ବସିବେ ନାହିଁ। ସଂପ୍ରତି ରାଜ୍ୟରେ ବେଧଡ଼କ ବାଲି, ଲଘୁ ଖଣିଜପଦାର୍ଥ ଚୋରାଚାଲାଣ ହେଉଛି। ବାଲିଘାଟ ନିଲାମ ହେଉନି। ସରକାର ନିଲାମ ବନ୍ଦ କରି ଇ-ଲଟେରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ତଥାପି ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ‌ଘେରୁଛନ୍ତି। ଏପରିକି ଶାସକ ଦଳର ବିଧାୟକ ଓ ସିଏମ୍‌ଓକୁ ମଧ୍ୟ ବିବାଦକୁ ଟାଣିଲେଣି। ଏଣୁ ବିଧାନସଭାରେ ଏ ପ୍ରସଙ୍ଗକୁ ନେଇ ଅବଶ୍ୟ ଚର୍ଚ୍ଚା କରିବେ, ଅଚଳାବସ୍ଥା ସୃଷ୍ଟି ହୋଇପାରେ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 12:58 AM
 

S
Overcast
26°C
1.5 m/s
Apparent: 31°C
Pressure: 1007 mb
Humidity: 91%
Winds: 1.5 m/s S
Windgusts: 8.7 m/s
UV-Index: 0
Precip.: 0mm /43% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom