• Latest
  • Trending
ବିଜେଡିରେ ଉଠିଲା ଦେବାଶିଷ ଝଡ଼: ଦଳୀୟ ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ

ବିଜେଡିରେ ଉଠିଲା ଦେବାଶିଷ ଝଡ଼: ଦଳୀୟ ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ

Nov-25-2025 06:39 PM IST
odisha.newsroom.in

ସାଙ୍ଘାତିକ ଝଟକା…ଟ୍ରମ୍ପଙ୍କ ଯୁଦ୍ଧ ନୀତିକୁ ପାଗଳାମି କହିଲା ୟୁଏସ ସିନେଟ

Mar-27-2026 06:25 PM IST
odisha.newsroom.in

ଲିଭ୍-ଇନ୍ ରିଲେସନ ଉପରେ ହାଇକୋର୍ଟ ଦେଲେ ବଡ଼ ରାୟ, କହିଲେ…

Mar-27-2026 04:41 PM IST
odisha.newsroom.in

ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ଭୟଙ୍କର ସର୍ତ୍ତ

Mar-27-2026 03:57 PM IST
odisha.newsroom.in

ସାମ୍ନାକୁ ଆସିଲା ଖାମନେଇଙ୍କ ମୃତ୍ୟୁର କିଛି ସମୟ ପୂର୍ବର ଫଟୋ

Mar-27-2026 02:34 PM IST
odisha.newsroom.in

ଏମିତି କରନ୍ତୁ ଶୋଇବା ଘର ଡିଜାଇନ…ନିଶ୍ଚୟ ଆସିବ ସୁଖନିଦ୍ରା

Mar-27-2026 01:07 PM IST
odisha.newsroom.in

ମହଳାଙ୍କୁ ହୋଟେଲ ନେଇ କହିଲା, ମୁଁ ଶିବଙ୍କ ଅବତାର ଆଉ ତୁମେ ସାକ୍ଷାତ ପାର୍ବତୀ…ତାପରେ…

Mar-27-2026 12:37 PM IST
odisha.newsroom.in

ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା…ସତର୍କ ସୂଚନା ଜାରି

Mar-27-2026 12:09 PM IST
odisha.newsroom.in

ଆଜି ରାମନବମୀ…ସାରା ଜଗତ ରାମମୟ…ଶୁଭୁଛି ଜୟ ଶ୍ରୀରାମ ନାରା

Mar-27-2026 11:46 AM IST
odisha.newsroom.in

ପେଟ୍ରୋଲ ଓ ଡିଜେଲ ଉପରୁ ସରକାର କମାଇଲେ ଟ୍ୟାକ୍ସ, କମିବ ଦର ?

Mar-27-2026 11:22 AM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-27-2026 08:32 AM IST
  • About
  • Careers
  • Contact Us
Saturday, March 28, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବିଜେଡିରେ ଉଠିଲା ଦେବାଶିଷ ଝଡ଼: ଦଳୀୟ ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ

by M M
Nov-25-2025 06:39 PM IST
in ବଡ଼ ଖବର, ରାଜ୍ୟ
0
ବିଜେଡିରେ ଉଠିଲା ଦେବାଶିଷ ଝଡ଼: ଦଳୀୟ ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ
491
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ପୁଣି ଥରେ ହଲ୍‌ଚଲ୍ ସୃଷ୍ଟି ହୋଇଛି। ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଦଳୀୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍‌ର ଉପସଭାପତି ପଦରୁ ଇସ୍ତଫା ଦେଇ ନିଜର ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଯାହାକୁ ନେଇ ରାଜନୀତି ସରଗରମ ହୋଇଛି ।

ତାଙ୍କର ଏହି ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି  । ରାଜନୀତି ସମୀକ୍ଷକମାନେ କହୁଛନ୍ତି ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେଡି ଛାଡ଼ିପାରନ୍ତି । ଅନ୍ୟ ଦଳକୁ ଯାଇପାରନ୍ତି । ପୂର୍ବରୁ ଦୁଇ ଜଣ ରାଜ୍ୟସଭା ସାଂସଦ ମମତା ମହନ୍ତ, ସୁଜିତ କୁମାର ଏହି ପନ୍ଥା ଅବଲମ୍ବନ କରି ବିଜେପି ଟିକେଟରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।  ଦେବାଶିଷଙ୍କ ଆଗାମୀ ପଦକ୍ଷେପ କଣ ହେବ ତାକୁ ନେଇ ଚର୍ଚା ହେଉଛି ।  ଯଦି ଏହି ଆଶଙ୍କା ସତ ହୁଏ ତେବେ ସେ ବିଜେପିରେ ସାମିଲ ହୋଇପାରନ୍ତି  ।

ଦେବାଶିଷ ବର୍ତ୍ତମାନ ଦଳୀୟ କାର୍ଯ୍ୟକଳାପ ଏବଂ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହଁନ୍ତି। ତାଙ୍କୁ ଦୀର୍ଘ ଦିନ ଧରି ଦଳରେ ଅଣଦେଖା କରାଯାଉଥିବାରୁ ଏବଂ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ଦୂରେଇ ରଖାଯାଉଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ସେ ଆହୁରି ଗଣମାଧ୍ୟମକୁ କହିଛନ୍ତି ବାରମ୍ବାର ନବୀନ ନିବାସରେ ଦେଖା ହେବାକୁ ଚାହିଁଛି । ସବୁବେଳେ ସ୍ବାସ୍ଥ୍ୟ ଖରାପ ଥିବା କୁହାଯାଇଛି। ଯଦି, ନୂଆପଡ଼ା ଉପନିର୍ବାଚନ ପ୍ରଚାରକୁ ଯାଇପାରୁଛନ୍ତି ତାହେଲେ ମୋ ସହ ଦେଖା ହେବାରେ କଣ ଅସୁବିଧା। : ଦେବାଶିଷ ସାମନ୍ତରାୟ,ବିଜେଡି ସାଂସଦ
ୱକ୍‌ଫ ବିଲ୍‌ ବେଳୁ ଦଳର ଆଭିମୁଖ୍ୟକୁ ନେଇ ଅସନ୍ତୁଷ୍ଟ ଥିବା କହିଲେ  । ଆମ ଦଳକୁ ବର୍ତ୍ତମାନ ଭୈରବ ଚଳାଉଛନ୍ତି । ‘ମୋତେ ଲାଗୁଛି ରିମୋଟ୍‌ କଣ୍ଟ୍ରୋଲରେ ଦଳ ଚାଲିଛି’  । ‘ବିଜୁ ଲିଗାସୀ, ନବୀନ ଲିଗାସୀ ଦଳରେ ନାହାନ୍ତି, ଚାମ୍‌ଚା ଅଛନ୍ତି’ ।

ବିବାଦର ମୂଳ କାରଣ

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପଛରେ କିଛି ଦିନ ତଳେ ଦଳରେ ଘଟିଥିବା ଆଭ୍ୟନ୍ତରୀଣ ବିବାଦ ରହିଛି। ସେହି ଆଭ୍ୟନ୍ତରୀଣ ବିବାଦ ଦଳରେ ନେତୃତ୍ବକୁ ନେଇ ଏବଂ କ୍ଷମତାକୁ ନେଇ । ଦଳରେ ପାଣ୍ଡିଆନଙ୍କ କ୍ଷମତା ବୃଦ୍ଧିକୁ ନେଇ ସେ ସମାଲୋଚନା କରିଛନ୍ତି । କିଛି ଦିନ ତଳେ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରାଯିବା ଏବଂ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ନିଲମ୍ବିତ କରାଯିବା ଘଟଣାକୁ ଦେବାଶିଷ କଡ଼ା ଭାଷାରେ ନିନ୍ଦା କରିଥିଲେ।

ସେ କେବଳ ଶ୍ରୀମୟୀଙ୍କୁ ସମର୍ଥନ କରି ନଥିଲେ, ବରଂ “ନବୀନ ପଟ୍ଟନାୟକ ବି ହାରିଛନ୍ତି” ବୋଲି କହି ବିଜେଡି ନେତୃତ୍ୱକୁ ଦୋହଲାଇ ଦେଇଥିଲେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦସ୍ତଖତରେ ନିଲମ୍ବନ ଆଦେଶ ହୋଇଥିବାରୁ ସେ ପ୍ରତାପ ଜେନାଙ୍କୁ ମଧ୍ୟ କଟୁ ସମାଲୋଚନା କରିଥିଲେ ।

ଦେବାଶିଷ ସାମନ୍ତରାୟଙ୍କ ଏଭଳି ଖୋଲା ବୟାନବାଜି ସତ୍ତ୍ୱେ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ଲାଗି ରହିଥିଲା । ଦଳ ତାଙ୍କୁ କାହିଁକି କାରଣ ଦର୍ଶାଅ ନୋଟିସ ପଠାଉନଥିଲା ତାହା ମଧ୍ୟ ଆଲୋଚନା ହେଉଥିଲା ।

ରାଜନୀତି ସମୀକ୍ଷକଙ୍କ ମତରେ ଦଳର ନୀତି ନିର୍ଦ୍ଧାରଣକାରୀ ଗୋଷ୍ଠୀ ଏହି ଆଶଙ୍କା କରୁଥିଲେ ଯେ ତାଙ୍କୁ ନିଲମ୍ବନ କରାଗଲେ କଟକ ଓ ଜଗତସିଂହପୁର ଅଞ୍ଚଳରେ ଦଳ ଭାଗ ଭାଗ ହୋଇଯିବ ଏବଂ ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଯେଉଁଥିପାଇଁ ଦଳ ତାଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା ।

ସେ ରାଜ୍ୟସଭା ସଦସ୍ୟ ଥିବାରୁ ତାଙ୍କୁ ନିଲମ୍ବନ କରାଗଲେ ସେ କାଳେ ବିଜେପିକୁ ଚାଲିଯିବେ, ସେଭଳି ଆଶଙ୍କା ରହିଛି । ତେଣୁ ବିଜେଡି ନେତୃତ୍ୱ ନିରବ ରହିଥିବା କୁହାଯାଉଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
March 28, 2026, 12:57 AM
 

S
Overcast
26°C
1.5 m/s
Apparent: 31°C
Pressure: 1007 mb
Humidity: 91%
Winds: 1.5 m/s S
Windgusts: 8.7 m/s
UV-Index: 0
Precip.: 0mm /43% / Rain
Sunrise: 5:43 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom