• Latest
  • Trending
ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ, ବିଜେଡି ଉଠାଇବ ଅନେକ ପ୍ରସଙ୍ଗ

ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ, ବିଜେଡି ଉଠାଇବ ଅନେକ ପ୍ରସଙ୍ଗ

Dec-01-2025 05:47 AM IST
odisha.newsroom.in

ଓଡିଶାକୁ ଝଡ଼ବର୍ଷା ଚେତାବନୀ, ୭ ଦିନ ଯାଏଁ ଏହି ଜିଲ୍ଲାରେ ଛେଚିବ

Mar-28-2026 06:17 PM IST
odisha.newsroom.in

ଆପଣଙ୍କ ଘରେ ଟିକେ ଟିକେ କଥାରେ ଝଗଡ଼ା ହେଉଛି କି, ମାନନ୍ତୁ ଏହି ବାସ୍ତୁ ନିୟମ…

Mar-28-2026 05:54 PM IST
ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

ଇରାନକୁ ମିଳିଲା ରୁଷିଆର ‘ବ୍ରହ୍ମାସ୍ତ୍ର’ 

Mar-28-2026 04:26 PM IST
ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

ପାଣ୍ଡିଆନ ଦମ୍ପତିଙ୍କ ବିରୋଧରେ ସବୁ କହିଦେଲେ…

Mar-28-2026 04:23 PM IST
odisha.newsroom.in

ଯୁଦ୍ଧ ପ୍ରଭାବିତ ଅଂଚଳରେ ବିମାନ ଉଡ଼ାଇବାକୁ ମନା କରୁଛନ୍ତି ପାଇଲଟ

Mar-28-2026 04:07 PM IST
odisha.newsroom.in

ବୁକିଂର ମାସେ ପରେ ବି ଭୁବନେଶ୍ୱରରେ ମିଳୁନି ଗ୍ୟାସ, ଠେଲା ଦୋକାନ ବନ୍ଦ…ବିଭିନ୍ନ ସ୍ଥାନରେ ହଂଗାମା, ରାସ୍ତାରୋକ

Mar-28-2026 03:02 PM IST
odisha.newsroom.in

କାମ କଲାନି ଇଂଜିନ, ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋର ଜରୁରୀ ଅବତରଣ

Mar-28-2026 12:34 PM IST
odisha.newsroom.in

ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା

Mar-28-2026 12:13 PM IST
ଆଜିର ରାଶିଫଳ

ଆଜିର ରାଶିଫଳ

Mar-28-2026 12:06 PM IST
odisha.newsroom.in

ଗ୍ୟାସ ମିଳୁନି, ଗାଁକୁ ଫେରୁଥିବା ଶହ ଶହ ଓଡ଼ିଆ ଶ୍ରମିକ କରିବେ କଣ ?

Mar-28-2026 11:34 AM IST
  • About
  • Careers
  • Contact Us
Sunday, March 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ, ବିଜେଡି ଉଠାଇବ ଅନେକ ପ୍ରସଙ୍ଗ

by M M
Dec-01-2025 05:47 AM IST
in ବଡ଼ ଖବର
0
ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ, ବିଜେଡି ଉଠାଇବ ଅନେକ ପ୍ରସଙ୍ଗ
491
SHARES
1.4k
VIEWS
Share on FacebookShare on Twitter

ଆଜି ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ ବିଜେଡିରେ ବୈଠକ ନକରି ଦଳର ଏଜେଣ୍ଡା ବାବଦରେ ସାଂସଦଙ୍କୁ ହ୍ବାଟସଆପରେ ମେସେସ୍ ଦିଆଯାଇଛି । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ନିର୍ବାଚନରେ ଅନିୟମିତତା, ପୋଲାଭରମ୍ ଓ ମହାନଦୀ ବିବାଦ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭଳି ୧୨ଟି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି ଦଳ। ତେବେ ହ୍ବାଟସଆପ୍ ମେସେଜକୁ ଦଳୀୟ ସାଂସଦ କେତେ ଗ୍ରହଣ କରିବେ ତାହା ସବୁଠୁ ବଡ଼ପ୍ରଶ୍ନ । କାରଣ  ଦିଲ୍ଲୀରେ ବିଜେଡି ୨ ଭାଗ ହୋଇଥିବା ଚର୍ଚ୍ଚା । ମୁନା ଖାଁ ଓ ଦେବାଶିଷ ସାମନ୍ତରାୟ ଗୋଟିଏ କ୍ୟାମ୍ପରେ ଥିବା ବେଳେ ବାକି ସାଂସଦଙ୍କ କ୍ୟାମ୍ପ ଭିନ୍ନ ।  ଦିନେ ଯେଉଁ ନବୀନଙ୍କ ହୁକୁମ୍ ଦଳରେ ସର୍ବମାନ୍ୟ ଥିଲା ଏବେ ତାହାର ସ୍ବରୂପ ବଦଳିଯାଇଛି । ଏସବୁ ଭିତରେ ଦିଲ୍ଲୀରେ ସାଂସଦଙ୍କୁ ଏକାଠି କରିବା ବିଜେଡି ସୁପ୍ରିମୋଙ୍କ ପାଇଁ ବଡ଼ ଆହ୍ବାନ ।

ବିଜେଡି ନେତା ଶସ୍ମିତ ପାତ୍ର କହିଛନ୍ତି, “ଆମ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଁ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ (ବିଜେଡି) ସଂସଦୀୟ ଦଳର ପ୍ରତିନିଧିତ୍ୱ କରିଥିଲି। ଏହି ଅଧିବେଶନରେ ବିଜେଡି ସାଂସଦମାନେ ଅନେକଗୁଡ଼ିଏ ପ୍ରସଙ୍ଗ ଉଠାଇବେ: ମୁଦ୍ରାସ୍ଫୀତି ଓ ବେକାରୀ ମୁଖ୍ୟ ଚିନ୍ତାର ବିଷୟ। ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଯୋଗ୍ୟ। ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି, ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଛି। ନିକଟରେ ହୋଇଥିବା ନୂଆପଡ଼ା ଉପନିର୍ବାଚନରେ ଆମେ ନିର୍ବାଚନୀ ଅନିୟମିତତା ଦେଖିଲୁ…”

ସଂସଦ ପାଇଁ ମୁଖ୍ୟ ପ୍ରସଙ୍ଗ –

ବର୍ଦ୍ଧିତ ଦରଦାମ ଏବଂ ମୁଦ୍ରାସ୍ଫୀତି, ବେକାରୀ

ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା (Special Category State Status)

ଓଡ଼ିଶାରେ ବିଗିଡ଼ୁଥିବା ଆଇନ ଶୃଙ୍ଖଳା ପରିସ୍ଥିତି

ଓଡ଼ିଶାରେ ମହିଳା ଓ ଶିଶୁଙ୍କ ପ୍ରତି ବୃଦ୍ଧି ପାଉଥିବା ଅପରାଧ

ନୂଆପଡ଼ା ଉପନିର୍ବାଚନରେ ବ୍ୟାପକ ନିର୍ବାଚନୀ ଅନିୟମିତତା

ଓଡ଼ିଶାରେ ସିବିଆଇ (CBI) ଦ୍ୱାରା ତଦନ୍ତ ହେଉଥିବା ପୋଲିସ୍ ନିଯୁକ୍ତି ଦୁର୍ନୀତି

ପୋଲାଭରମ୍ ଏବଂ ମହାନଦୀ ବିବାଦ

ଚାଷୀମାନଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଦ୍ୱିଗୁଣିତ ହେବା ଆବଶ୍ୟକ।

କୋଇଲା ରୟାଲଟି ଓ ଗ୍ରୀନ୍ ଟ୍ୟାକ୍ସର ସଂଶୋଧନ

ସମ୍ବଲପୁର, କୋରାପୁଟ ଏବଂ ବାଲେଶ୍ୱରରେ ପୂର୍ଣ୍ଣାଙ୍ଗ ଏମ୍ସ ହସ୍ପିଟାଲ୍

ଆଦିବାସୀ ବିକାଶ- ଓଡ଼ିଶାର ଏସ୍.ଟି. (ST) ତାଲିକା ପାଇଁ ୧୩୯ଟି ଅନୁମୋଦନ ଅପେକ୍ଷାରେ ଥିବା ପ୍ରସ୍ତାବ, ହୋ, ମୁଣ୍ଡାରୀ, ଭୂମିଜ, ସାଓରା ଏବଂ କୁଇ ଭାଷାକୁ ଅଷ୍ଟମ ଅନୁସୂଚୀରେ ସାମିଲ୍ କରିବା, କେନ୍ଦୁ ପତ୍ର ଉପରୁ ଜିଏସ୍‌ଟି (GST) ସମ୍ପୂର୍ଣ୍ଣ ପ୍ରତ୍ୟାହାର।

ଜାତୀୟ ରାଜପଥ, ଉପକୂଳ ରାଜପଥ, ରେଳ ସଂଯୋଗ, ମୋବାଇଲ୍ ଏବଂ ଡିଜିଟାଲ୍ ସଂଯୋଗୀକରଣ।

 

 

Share196Tweet123
M M

M M

ଆଜିର ପାଗ

Bhubaneswar
March 29, 2026, 11:00 AM
 

SSW
Partly cloudy
32°C
3.8 m/s
Apparent: 32°C
Pressure: 1006 mb
Humidity: 86%
Winds: 3.8 m/s SSW
Windgusts: 8.7 m/s
UV-Index: 0
Precip.: 0mm /35% / Rain
Sunrise: 5:42 AM
Sunset: 5:59 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom