• Latest
  • Trending
ଜୀବନ ହେଉଛି ନିରପେକ୍ଷ- ଜବାବ ନୁହେଁ, ଶାନ୍ତ ଭାବରେ ଉତ୍ତର ଦିଅନ୍ତୁ

ଜୀବନ ହେଉଛି ନିରପେକ୍ଷ- ଜବାବ ନୁହେଁ, ଶାନ୍ତ ଭାବରେ ଉତ୍ତର ଦିଅନ୍ତୁ

Dec-01-2025 06:10 AM IST
odisha.newsroom.in

TMC କାର୍ଯ୍ୟାଳୟ ଖାଁ ଖାଁ…ମମତାଙ୍କ ଘର ଆଗରେ ‘ଜୟ ଶ୍ରୀରାମ’ ନାରା

May-04-2026 03:02 PM IST
odisha.newsroom.in

ପୁଡୁଚେରୀ ନିର୍ବାଚନ ଫଳାଫଳ: ପୁଣି ଥରେ କ୍ଷମତା ଆଡ଼କୁ ବିଜେପି ମେଣ୍ଟ, ପଛରେ ପଡ଼ିଲା କଂଗ୍ରେସ

May-04-2026 12:42 PM IST
odisha.newsroom.in

ତାମିଲନାଡୁରେ’TVK’ ମ୍ୟାଜିକ୍: ବିଜୟଙ୍କ ଘର ଆଗରେ ପୋଲିସ୍ ଛାଉଣୀ କାହିଁକି ?

May-04-2026 12:18 PM IST
odisha.newsroom.in

କେରଳରେ ବଡ଼ ବିଜୟ ଆଡ଼କୁ UDF…LDF କର୍ମୀଙ୍କ ମଧ୍ୟରେ ନିରାଶା…

May-04-2026 11:58 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କ ଦବଦବା…ଛତ୍ରଭଙ୍ଗ ଦେଲେଣି DMK କର୍ମୀ

May-04-2026 11:20 AM IST
odisha.newsroom.in

ବେଙ୍ଗଲରେ ବିଜେପି ଆଗରେ, ତାମିଲନାଡୁରେ ବିଜୟଙ୍କ TVK ର କମାଲ

May-04-2026 10:37 AM IST
odisha.newsroom.in

ପ୍ରାରମ୍ଭିକ ଟ୍ରେଣ୍ଡରେ ମମତାଙ୍କୁ ପଛରେ ପକାଇଲେ ଶୁଭେନ୍ଦୁ ଅଧିକାରୀ

May-04-2026 09:54 AM IST
odisha.newsroom.in

ସାନି ମତଦାନ ବେଳେ ବେଙ୍ଗଲରେ ଭୟଙ୍କର ହିଂସା…TMC – BJP କର୍ମୀ ହାତାହାତି

May-02-2026 05:59 PM IST
odisha.newsroom.in

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ …ଜାଣିବାକୁ ଏହି Link ରେ କ୍ଲିକ କରନ୍ତୁ…

May-02-2026 04:27 PM IST
odisha.newsroom.in

ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟ୍‌କା…ଆବେଦନ ଖାରଜ…

May-02-2026 03:51 PM IST
  • About
  • Careers
  • Contact Us
Monday, May 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜୀବନ ହେଉଛି ନିରପେକ୍ଷ- ଜବାବ ନୁହେଁ, ଶାନ୍ତ ଭାବରେ ଉତ୍ତର ଦିଅନ୍ତୁ

by M M
Dec-01-2025 06:10 AM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ଜୀବନ ହେଉଛି ନିରପେକ୍ଷ- ଜବାବ ନୁହେଁ, ଶାନ୍ତ ଭାବରେ ଉତ୍ତର ଦିଅନ୍ତୁ
491
SHARES
1.4k
VIEWS
Share on FacebookShare on Twitter

 

ସମାଜରେ ସମସ୍ତେ ଜଣେ ହିରୋଙ୍କୁ ପ୍ରଶଂସା କରନ୍ତି । କାରଣ ହିରୋ ହିଁ ସମସ୍ତ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହୋଇ ସଫଳତା ପାଇଥାଏ । ସମସ୍ତ କଷ୍ଟ, ଆହ୍ବାନକୁ ସହି ସେ ଆଗକୁ ଯାଇଥାଏ । କାରଣ ସେ ଆତ୍ମବିଶ୍ୱାସର ସହ ସେ ପ୍ରତି କାର୍ଯ୍ୟ କରିଥାଏ । ତା ଅନ୍ତରର ଶକ୍ତି ତାକୁ ବଳବାନ କରିଥାଏ । ଯାହା କି ଅନ୍ୟମାନଙ୍କୁ ପ୍ରେରଣା ଦିଏ । ପ୍ରକୃତ ହିରୋର କାମ ହେଉଛି ଅନ୍ୟମାନଙ୍କୁ ହରାଇବା ନୁହଁ । ବରଂ ନିଜ ଉପରେ ବିଜୟ ହାସଲ କରିବା। ଜଣେ ହିରୋ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଶୂନରୁ ଆରମ୍ଭ କରି ସଫଳତା ପାଇଥାଏ । ତାର ସାହସ, ନମ୍ର,ଧର୍ଯ୍ୟ ଏବଂ ବୁଝିବାର ଶକ୍ତି ପାଇଁ ସେ ସଫଳତା ପାଇଥାଏ ।
ଏଠାରେ ‘Hero’ ଶବ୍ଦଟିକୁ କିପରି ବୁଝାଯାଇପାରିବ: H – Happening (ଘଟଣା), E – Evaluation (ମୂଲ୍ୟାଙ୍କନ), R – Reaction or Response (ପ୍ରତିକ୍ରିୟା ବା ଜବାବ), O – Outcome (ଫଳାଫଳ)। ଏହି ସରଳ କିନ୍ତୁ ଗଭୀର ସୂତ୍ର ଜୀବନର ସବୁ ପରିସ୍ଥିତିକୁ ସହଜ ଅନୁଭୂତିରେ ପରିଣତ କରିଥାଏ ।
ଘଟଣା (Happening):
ଜୀବନରେ ସବୁ ସମୟରେ କିଛି ନା କିଛି ଘଟୁଥାଏ । ଦୁନିଆରେ, କାର୍ଯ୍ୟକ୍ଷେତ୍ରରେ କିମ୍ବା ଆମ ମନ ଭିତରେ। ଯାହା ସବୁ ଘଟଣା ଘଟେ ତାହା ଆମ ନିୟନ୍ତ୍ରଣ ବାହାରେ ଥାଏ। ଆଜି ପାଗ କିପରି ହେବ, ଅନ୍ୟମାନେ ଆମକୁ କ’ଣ କହିବେ କିମ୍ବା ଜୀବନରେ କେଉଁ ଘଟଣା ଘଟିବ, ତାହା ଆମେ ସ୍ଥିର କରିପାରିବା ନାହିଁ। ତେବେ, ମହତ୍ତ୍ୱପୂର୍ଣ୍ଣ ହେଉଛି ଘଟଣା ନୁହେଁ, ବରଂ ଆମେ ତାହାକୁ କିପରି ସାମନା କରୁଛୁ ।
ଘଟୁଥିବା ଯେଉଁ ଘଟଣା ଜଣକୁ ଭାଙ୍ଗି ଦିଏ, ସେହି ଘଟଣା ଅନ୍ୟ ଜଣକୁ ଜାଗ୍ରତ କରିପାରେ। ଯେପରି ବର୍ଷା ଜଣଙ୍କ ପାଇଁ ବଡ଼ ସମସ୍ୟା ହୋଇପାରେ, କିନ୍ତୁ ଚାଷୀ ପାଇଁ ବର୍ଷା ବରଦାନ ସଦୃଶ ହୋଇଥାଏ। ବିଫଳତା କେବଳ ହତାଶା ଆଣିନଥାଏ,ଏହା ଆଗକୁ ବଢ଼ିବାର ପ୍ରେରଣା ହୋଇପାରେ । ତେଣୁ ଦେଖିବାକୁ ଗଲେ ଜୀବନ ହେଉଛି ନିରପେକ୍ଷ ବା ନିଉଟ୍ରାଲ ଯାହାକୁ ଆମେ କିପରି ବୁଝିବା ତାହାର ସେହିଭଳି ଫଳ ଦେଇଥାଏ ।
ମୂଲ୍ୟାଙ୍କନ (Evaluation):
ମୂଲ୍ୟାଙ୍କନ କରିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଯେଉଁ ଘଟଣା ଘଟୁଛି ତାହାର ମୂଲ୍ୟାଙ୍କନ କରିବା ବଡ଼ କଥା । ଆମେ ଘଟଣାକୁ ଭଲ ନା ଖରାପ କହିବା, ଆଶୀର୍ବାଦ ନା ଅଭିଶାପ ବୋଲି କହିବା ତାହା ହିଁ ବଡ଼ କଥା । ଏହି ମୂଲ୍ୟାଙ୍କନ ହିଁ ନିର୍ଣ୍ଣୟ କରେ ଯେ ଆମେ ବଳବାନ ହେବା ନା ହାରିଯିବା । ଯଦି ମୂଲ୍ୟାଙ୍କନ ସକାରାତ୍ମକ ଥାଏ । ଏହା ଶିଖିବାର, ଆଗକୁ ବଢ଼ିବାର, ଅଧିକ ଶକ୍ତିଶାଳୀ ହେବାର ଏକ ସୁଯୋଗ ଆଣିଥାଏ । ସେତେବେଳେ ଆମେ କଷ୍ଟକୁ ଶକ୍ତିରେ ପରିଣତ କରିଥାଉ। କିନ୍ତୁ ଯଦି ମୂଲ୍ୟାଙ୍କନ ନକାରାତ୍ମକ ଥାଏ । ତେବେ ଜୀବନରେ ଆମେ ଭାବୁ କାହିଁକି କେବଳ ମୋର ଏପରି ହେଉଛି । ଜୀବନଟା ଦୁଃଖ, ଜୀବନରେ ମୋ ପାଇଁ ଅନ୍ୟାୟ କାହିଁକି ହେଉଛି । ତେବେ ଆମେ ଚିନ୍ତାରେ ବୁଡ଼ିଯାଉ। ଗୀତାରେ କୃଷ୍ଣ କୁହନ୍ତି: “ଜଣେ ବ୍ୟକ୍ତି ନିଜକୁ ନିଜେ ଆଗକୁ ବଢ଼ିବା ଆବଶ୍ୟକ । କାରଣ ଆତ୍ମା ହିଁ ଏକମାତ୍ର ବନ୍ଧୁ ଏବଂ ଆତ୍ମା ହିଁ ଏକମାତ୍ର ଶତ୍ରୁ। ଯାହା ଦ୍ବାରା ମଣିଷ ପରିଚାଳିତ ହୁଏ ।
କୃଷ୍ଣଙ୍କର ଗୀତା କୁହେ ଯେ ଆମର ମନ ଆମର ସବୁଠୁ ବଡ଼ ବନ୍ଧୁ । ଆମର ବଡ଼ ଶତ୍ରୁ । ଆମେ କଣ ନିଷ୍ପତ୍ତି ନେଉ ତାହା ହେଉଛି ଆମର ଫଳାଫଳ। ଯେତେବେଳେ ଆମେ ବିପଦରେ ପଡ଼ୁ , ମନକୁ ବିପଦରୁ ଉଠିବାକୁ ବୁଝାଇଥାଉ । ସେତେବେଳେ ଆମେ ମନର ବନ୍ଧୁ ହୋଇଯାଉ । ଯେତେବେଳେ ଆମେ ଅସନ୍ତୁଷ୍ଟ ଅନୁଭବ କରୁ ସେତେବେଳେ ମନକୁ କେବଳ କ୍ଷତି କରିଥାଉ ଆଉ ଆମେ ମନର ଶତ୍ରୁ ହୋଇଯାଏ।

ପ୍ରତିକ୍ରିୟା ବା ଜବାବ (Reaction or Response):
ଥରେ ଠିକ୍ ଭୁଲ ବୁଝିବା ପରେ ରାସ୍ତା ଆପେ ଆପେ ଖୋଲିଯାଏ । ଆମର ଜଣଙ୍କ ପାଇଁ ପ୍ରତିକ୍ରିୟା କିମ୍ବା ଉତ୍ତର ଦେବା କିପରି ହେବା ଉଚିତ । ଏକ ପ୍ରତିକ୍ରିୟା ପୂର୍ବ ଘଟଣାରୁ ଆସେ । ସମସ୍ତ ପ୍ରତିକ୍ରିୟା ଭାବପୂର୍ଣ୍ଣ ହୋଇଥାଏ । ଯାହା କି ବେଳେ ବେଳେ ବିନାଶକାରୀ ହୋଇଥାଏ । ଆମେ କୈାଣସି ଘଟଣାର ଜବାବ ଦେବାବେଳେ ତାହା ମିତ୍ର, ଶତ୍ରୁ ସୃଷ୍ଟି କରିଥାଏ । ଯାହାକି ବୁଦ୍ଧିମାନ, କି ଭଲ ଖରାପ ଜଣାପଡ଼ିଥାଏ । ଜଣେ କୈାଣସି କଥାରେ ଅପମାନିତ ହେଲେ, ଜଣେ ବଡ଼ ପାଟି କରିବାକୁ ଲାଗେ। ସେତେବେଳେ ଅନ୍ୟ ବ୍ୟକ୍ତି ଶାନ୍ତ ରୁହେ ତେବେ ଘଟଣା କମିଯାଏ । ସେତେବେଳେ ଯଦି ନାଟକ କରାଯାଏ ତେବେ ଘଟଣା ବଢ଼ିଯାଏ । ସବୁ ପ୍ରତିକ୍ରିୟା ହେଉଛି ଅହଂକାର ର ଭାଷା । କେହି ନିଜକୁ ଛୋଟ କରିବା ଚାହାଁନ୍ତି ନାହିଁ । ଏଠି ଘଟଣା ସହ ଜଡିତ ସମସ୍ତ ବ୍ୟକ୍ତି ନିଜକୁ ବଡ଼ ମନେ କରନ୍ତି । ତେଣୁ ବୁଦ୍ଧିମାନ ହେଲେ ପ୍ରଥମେ ଶାନ୍ତ ହେବାକୁ ପଡ଼ି । ଆମ ଭିତରର କଥା ଲକ୍ଷ୍ୟ କରିବାକୁ ପଡ଼ିବ। ପ୍ରତ୍ୟେକ ପରିସ୍ଥିତି , ଘଟଣାକୁ ଏକ ଶ୍ରେଣୀଗୃହ ଧରାଗଲେ, ପ୍ରତ୍ୟେକ ବ୍ୟକ୍ତି ଜଣେ ଶିକ୍ଷକ ହୋଇଥାଏ । ଯଦି ଆମେ ଭଲ ଭାବେ ଅନୁଧ୍ୟାନ କରିବା ତେବେ ଜୀବନ ଏକ ସଚେତନତାର ବିଶ୍ୱବିଦ୍ୟାଳୟ ହୋଇଯାଏ।

ଫଳାଫଳ (Outcome):
ଶେଷରେ ଆସିଥାଏ ଫଳାଫଳ। ଆମେ ଭାବୁ ଯେ ଫଳାଫଳ ବାହାର ଶକ୍ତି ଦ୍ବାରା ନିୟନ୍ତ୍ରଣ ହୋଇଥାଏ । କିନ୍ତୁ ସତରେ, ଏହା ଆମର ଭିତର ମନରୁ ଆସିଥାଏ । ଯେତେବେଳେ ଆମେ ସଠିକ୍ ଭାବରେ ମୂଲ୍ୟାଙ୍କନ କରୁ ଏବଂ ଭାବିଚିନ୍ତି ଉତ୍ତର ଦେଉ, ଫଳାଫଳ ସ୍ୱାଭାବିକ ଭାବରେ ଭଲ ହୋଇଥାଏ, ଆମକୁ ଆଗକୁ ନେଇଥାଏ । ସମସ୍ତଙ୍କର ମଙ୍ଗଳ ଆଣିଥାଏ, ସଫଳତା ଦେଇଥାଏ । ସମସ୍ତେ ଖୁସି ହୋଇଥାନ୍ତି ।

Share196Tweet123
M M

M M

ଆଜିର ପାଗ

Bhubaneswar
May 4, 2026, 3:52 PM
 

S
Mainly clear
32°C
4.9 m/s
Apparent: 31°C
Pressure: 1007 mb
Humidity: 97%
Winds: 4.9 m/s S
Windgusts: 12 m/s
UV-Index: 0
Precip.: 0mm /35% / Rain
Sunrise: 5:15 AM
Sunset: 6:11 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom