• Latest
  • Trending
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

Dec-15-2025 07:08 AM IST
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

Mar-02-2026 07:56 PM IST
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

Mar-02-2026 07:52 PM IST
ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

Mar-02-2026 07:48 PM IST
କାହିଁକି ବିଦା ହେଲେ ପ୍ରଭାତ, ଖୋଲି କହିଦେଲେ ବୁନୁ

କାହିଁକି ବିଦା ହେଲେ ପ୍ରଭାତ, ଖୋଲି କହିଦେଲେ ବୁନୁ

Mar-02-2026 07:44 PM IST
ରାହୁଲଙ୍କୁ କେମିତି ହତ୍ୟା କଲେ, ଟିକିନିଖି କହିଲେ ତଦନ୍ତ ଅଧିକାରୀ

ରାହୁଲଙ୍କୁ କେମିତି ହତ୍ୟା କଲେ, ଟିକିନିଖି କହିଲେ ତଦନ୍ତ ଅଧିକାରୀ

Mar-02-2026 07:39 PM IST
ସୁନା ପୁଣି ବଢିଲା, ଆଗକୁ ୨ ଲକ୍ଷ ଟପିବ

ସୁନା ପୁଣି ବଢିଲା, ଆଗକୁ ୨ ଲକ୍ଷ ଟପିବ

Mar-02-2026 05:45 PM IST
ବଢ଼ିଲା ତେଲ ଦର, ଆଗକୁ ଆହୁରି ବଢ଼ିବ!

ବଢ଼ିଲା ତେଲ ଦର, ଆଗକୁ ଆହୁରି ବଢ଼ିବ!

Mar-02-2026 05:42 PM IST
ଟୀକାକରଣ ଅଭିଯାନକୁ ନେଇ ଏମିତି କହିଲେ ପ୍ରଭାତି

ଟୀକାକରଣ ଅଭିଯାନକୁ ନେଇ ଏମିତି କହିଲେ ପ୍ରଭାତି

Mar-02-2026 05:38 PM IST
ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ, ଭାରତ ଉପରେ କଣ ପଡ଼ିବ ପ୍ରଭାବ ? କହିଲେ ବିଶେଷଜ୍ଞ|

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ, ଭାରତ ଉପରେ କଣ ପଡ଼ିବ ପ୍ରଭାବ ? କହିଲେ ବିଶେଷଜ୍ଞ|

Mar-02-2026 05:35 PM IST
ଦତ୍ତେଶ୍ୱରଙ୍କୁ ଚାଲେଞ୍ଜ, ମଇଦାନକୁ ଓଲ୍ହାଇବେ ବିଜେପି ପ୍ରାର୍ଥୀ ? |

ଦତ୍ତେଶ୍ୱରଙ୍କୁ ଚାଲେଞ୍ଜ, ମଇଦାନକୁ ଓଲ୍ହାଇବେ ବିଜେପି ପ୍ରାର୍ଥୀ ? |

Mar-02-2026 05:31 PM IST
  • About
  • Careers
  • Contact Us
Tuesday, March 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

by M M
Dec-15-2025 07:08 AM IST
in ବଡ଼ ଖବର, ରାଜନୀତି, ରାଜ୍ୟ
0
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !
494
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର: ଓଡ଼ିଶାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବର୍ଦ୍ଧିତ ଦରମା ନ ନେବା ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ଏବଂ କଂଗ୍ରେସ ଏହାକୁ ନେଇ କଟାକ୍ଷ କରିଛନ୍ତି । ଯାହା ରାଜ୍ୟ ରାଜନୀତିରେ ତୀବ୍ର ହଟଚମଟ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ଉଭୟ ବିଜେପି  ଏବଂ କଂଗ୍ରେସ  ନବୀନ ପଟ୍ଟନାୟକ ଏବଂ ବିଜେଡି ର  ଦୋମୁଁହା ନୀତି ଅବଲମ୍ବନ କରିଥିବା ଅଭିଯୋଗ କରି କଡ଼ା ସମାଲୋଚନା କରିଛନ୍ତି। ଏହି କଥାକୁ ନେଇ ଉପମୁଖ୍ୟ ମନ୍ତ୍ରୀ କେଭି ସିଂହଦେଓ ବିରୋଧୀ ଦଳ ନେତା ନବୀନଙ୍କୁ କଟାକ୍ଷ କରି କହିଛନ୍ତି ଯେ ନବୀନଙ୍କ ବର୍ଦ୍ଧିତ ଦରମା ନ ନେବା ନିଷ୍ପତ୍ତି କିଛି ନୁହେଁ, ବରଂ ଏହା ଏକ ରାଜନୈତିକ ଗୋଟି ଚାଳନା। ସେ ପ୍ରଶ୍ନ କରିଛନ୍ତି ଯେ ବିଧାନସଭାରେ ବିଲ୍ ପାରିତ ହେବା ସମୟରେ ନବୀନଙ୍କ ପାଖରେ ନିଜର ମତ ରଖିବାର ସୁଯୋଗ ଥିଲା। ତେବେ ସେ କାହିଁକି ଗୃହକୁ ଆସିଲେ ନାହିଁ କିମ୍ବା ନିଜର ମତ ରଖିଲେ ନାହିଁ?

ସେହିପରି, ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏହି ପ୍ରସଙ୍ଗକୁ ଏକ ‘ଡ୍ରାମା’ ବୋଲି ଅଭିହିତ କରିଛନ୍ତି। ମିଶ୍ରଙ୍କ ମତରେ, “ନବୀନ ବାବୁ ବହୁତ ଧନୀ ଲୋକ। ତାଙ୍କର ଦରମାର ଆବଶ୍ୟକତା ନାହିଁ। ଏସବୁ ଡ୍ରାମା।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବିରୋଧୀ ଦଳ ଗୃହରେ ଏହି ଦରମା ବୃଦ୍ଧିକୁ ବିରୋଧ କରିଥାନ୍ତେ, ତେବେ ସରକାରୀ ଦଳ ଏହାକୁ ପ୍ରତ୍ୟାହାର କରିଥାନ୍ତେ। କିନ୍ତୁ ବିଧାନସଭାରେ ବିରୋଧ ନକରି ବର୍ତ୍ତମାନ ଏଭଳି ବୟାନ ଦେବାକୁ କେହି ଗ୍ରହଣ କରିବେ ନାହିଁ।

କଂଗ୍ରେସ ନେତା ପବିତ୍ର ସାଉଁନ୍ତା ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ବିଜେଡିର ଦୋମୁଁହା ନୀତି ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, “ଯଦି ବିରୋଧୀ ଦଳ ନେତାଙ୍କ ଦରମା ନେବାର ନ ଥିଲା, ତେବେ ବିଧାନସଭାରେ ବିଜେଡି ଏହି ବିଲକୁ କାହିଁକି ସମର୍ଥନ କଲା?” ସାଉଁନ୍ତା ଦର୍ଶାଇଛନ୍ତି ଯେ ବିଲ୍ ପାରିତ ହେବା ସମୟରେ ବିଜେଡିର ସବୁ ସଦସ୍ୟ ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ମଧ୍ୟ ଉପସ୍ଥିତ ରହି ଦରମା ବୃଦ୍ଧି ବିଲକୁ ସମର୍ଥନ କରିଥିଲେ।

କଂଗ୍ରେସ ବିଧାୟକ ପବିତ୍ର ସାଉଁନ୍ତା ଆହୁରି ମଧ୍ୟ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ପାଖରେ ଅଧିକ ସମ୍ପତ୍ତି ଅଛି ଏବଂ ସେ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ପିତା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ, ତେଣୁ ସେ ଦରମା ନ ନେବା ସ୍ୱାଭାବିକ। କିନ୍ତୁ ପୂର୍ବତନ ବିଧାୟକମାନେ ଯେଉଁ ସମସ୍ୟାରେ ବଞ୍ଚୁଥିଲେ, ସେମାନଙ୍କ ପାଇଁ ଏହି ବର୍ଦ୍ଧିତ ଦରମା ଏକ ବରଦାନ ସଦୃଶ।

ସାଉଁନ୍ତାଙ୍କ ମତରେ, ନବୀନ ବାବୁ ଦୋମୁଁହା ନୀତି ନକରି ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କଲେ ଭଲ ହେବ। ସେ ବିଜେଡି ଭିତରେ ଦ୍ବନ୍ଦ୍ବ ଥିବା କଥା ମଧ୍ୟ ଉଠାଇଛନ୍ତି, କାରଣ ଗୋଟିଏ ପଟେ ନବୀନ ବର୍ଦ୍ଧିତ ଦରମା ନେବେ ନାହିଁ କହୁଥିବା ବେଳେ, ତାଙ୍କ ଦଳ ବିଲକୁ ସମର୍ଥନ ଦେଇଛି ଏବଂ ତାଙ୍କ ଦଳର ନେତାମାନେ ଦରମା ବଢ଼ିବା ଠିକ୍ ହୋଇଛି ବୋଲି କହୁଛନ୍ତି।

Share198Tweet124
M M

M M

ଆଜିର ପାଗ

Bhubaneswar
March 3, 2026, 9:34 AM
 
NE
Clear sky
29°C
1.9 m/s
Apparent: 30°C
Pressure: 1010 mb
Humidity: 88%
Winds: 1.9 m/s NE
Windgusts: 7.5 m/s
UV-Index: 0
Precip.: 0mm /0% / Rain
Sunrise: 6:04 AM
Sunset: 5:51 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

BJPର ୪ ଭାଗ୍ୟଶାଳୀ ନେତା ଗୁପ୍ତ ବୈଠକରୁ ଆସିଲା ବଡ଼ ଖବର!

March 2, 2026
ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

ଜଳୁଛି ମଧ୍ୟପ୍ରାଚ୍ୟ, କାହିଁକି ଚିନ୍ତାରେ ଭାରତ ? କହିଲେ ରବି ଦାସ…

March 2, 2026
ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

ବିଜେପି ନେଲା ୧୬ ସେଟ ପ୍ରାର୍ଥୀପତ୍ର, ଜଣାପଡ଼ିଲା କୁଆଡେ ଯାଉଛି ଅଙ୍କ

March 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom