ଭୁବନେଶ୍ୱର: ପୋଲିସ ଏସଆଇ (SI) ପରୀକ୍ଷା ଜାଲିଆତି ମାମଲାରେ ତଦନ୍ତକୁ ଜୋରଦାର କରିଛି ସିବିଆଇ (CBI)। ଏହି ସ୍କାମର ମୁଖ୍ୟ କାର୍ପଟଦାର କୁହାଯାଉଥିବା ଶଙ୍କର ପୃଷ୍ଟି, ସୁରେଶ ନାୟକ ଏବଂ ସାଗର ଗୌଡ଼କୁ ୪ ଦିନିଆ ରିମାଣ୍ଡରେ ନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଏହି ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ଏହି ନେଟୱାର୍କ କେତେ ଦୂର ଲମ୍ବିଛି ଏବଂ ଏଥିରେ ଆଉ କେଉଁ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଅଛନ୍ତି, ସେ ନେଇ ଜେରା କରାଯିବ। ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କ ଭୂମିକା ଏବେ ସିବିଆଇ ସ୍କାନରରେ ରହିଛି।


















