ଦିଗବିଜୟ ସିଂହ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି RSS ର କର୍ମକର୍ତ୍ତା ପ୍ରସ୍ତୁତି ଶୈଳୀକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କିପରି ଜଣେ ସାଧାରଣ ସ୍ୱେଚ୍ଛାସେବକ ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିପାରେ, ତାହା RSS ଠାରୁ ଶିଖିବା କଥା। ସାରା ଜୀବନ RSS କୁ ସମାଲୋଚନା କରି ଆସିଥିବା ନେତାଙ୍କ ମୁହଁରୁ ଏପରି ପ୍ରଶଂସା ଶୁଣି ନିଜ ଦଳ (କଂଗ୍ରେସ) ଭିତରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି।
















