• Latest
  • Trending
୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ  ସଫଳତା ୨୦୨୫ ରେ

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା ୨୦୨୫ ରେ

Jan-03-2026 05:18 AM IST
ଖଣ୍ଡଗିରି କୁମ୍ଭମେଳାରେ ଚଳିବନି ‘ଅଶ୍ଳୀଳତା’: ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ-ଗୀତକୁ ସମ୍ପୂର୍ଣ୍ଣ ବ୍ୟାନ୍ କଲେ ମେୟର

ଖଣ୍ଡଗିରି କୁମ୍ଭମେଳାରେ ଚଳିବନି ‘ଅଶ୍ଳୀଳତା’: ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ-ଗୀତକୁ ସମ୍ପୂର୍ଣ୍ଣ ବ୍ୟାନ୍ କଲେ ମେୟର

Jan-03-2026 05:49 AM IST
ଲୋକସେବା ଭବନରେ ଚଳିବନି ‘ରିଲ୍ସ ମାନିଆ’: ଭିଡିଓ ସୁଟିଂ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଗର୍ଜିଲେ ଆଇନମନ୍ତ୍ରୀ

ଲୋକସେବା ଭବନରେ ଚଳିବନି ‘ରିଲ୍ସ ମାନିଆ’: ଭିଡିଓ ସୁଟିଂ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଗର୍ଜିଲେ ଆଇନମନ୍ତ୍ରୀ

Jan-03-2026 05:40 AM IST
ସେୟାର ଟ୍ରେଡିଂ ନାଁରେ ୧୨୦ କୋଟିର ମହାଠକେଇ: ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW

ସେୟାର ଟ୍ରେଡିଂ ନାଁରେ ୧୨୦ କୋଟିର ମହାଠକେଇ: ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW

Jan-03-2026 05:33 AM IST
ପୁରୀ ସଡ଼କ ଦୁର୍ଘଟଣା:  ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ ସଡ଼କ ଦୁର୍ଘଟଣା: ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Jan-03-2026 05:26 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-03-2026 05:08 AM IST
ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର

ବାଂଲାଦେଶରେ ଥମୁନି ହିନ୍ଦୁଙ୍କ ଉପରେ ଅତ୍ୟାଚାର

Jan-02-2026 08:35 AM IST

ମୁଖ୍ୟମନ୍ତ୍ରୀ ଦେଲେ ୧୫-ଦଫା ସଂସ୍କାର ନିର୍ଦ୍ଦେଶାବଳୀ

Jan-02-2026 08:08 AM IST

ନିର୍ବାଚନ ପୂର୍ବରୁ ବଦଳିବ  ବଙ୍ଗଳା-ଆସାମର ରାଜନୈତିକ ସମୀକରଣ?

Jan-02-2026 07:14 AM IST
ନନ୍ଦନକାନନର ନୂଆ ରେକର୍ଡ

ନନ୍ଦନକାନନର ନୂଆ ରେକର୍ଡ

Jan-02-2026 07:07 AM IST
ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା: ଦଳକୁ ବଞ୍ଚାଇବା ଅପେକ୍ଷା ‘ଇକୋ-ସିଷ୍ଟମ’ ଗଢ଼ିବାରେ ବ୍ୟସ୍ତ !

ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା: ଦଳକୁ ବଞ୍ଚାଇବା ଅପେକ୍ଷା ‘ଇକୋ-ସିଷ୍ଟମ’ ଗଢ଼ିବାରେ ବ୍ୟସ୍ତ !

Jan-02-2026 06:46 AM IST
  • About
  • Careers
  • Contact Us
Sunday, January 4, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା ୨୦୨୫ ରେ

by M M
Jan-03-2026 05:18 AM IST
in ରାଜ୍ୟ
0
୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ  ସଫଳତା ୨୦୨୫ ରେ
492
SHARES
1.4k
VIEWS
Share on FacebookShare on Twitter

ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍‌ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି।

ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍‌ସକୁ ୧୨୫ ଟି କେସ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍‌ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି ।

ଏଥିସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍‌ର ଫୈସଲା ହୋଇଛି । ସର୍ବାଧିକ ୧୭୩ଟି ଆୟବହିର୍ଭୁତ ସମ୍ପତ୍ତି ଜନିତ କେସ୍‌ର ଫୈସଲା ହୋଇଛି। ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ।

ସୂଚନାଯୋଗ୍ୟ ଯେ, ଦୁର୍ନୀତି ବିରୋଧରେ ଆକ୍ସନ ମୋଡ୍‌ରେ ସରକାର କାର୍ଯ୍ୟ କରୁଥିବାରୁ ଓଡିଶା ସାରା ଭାରତରେ ପ୍ରଶଂସିତ ହେଉଛି ଏବଂ ମୁଖ୍ୟମନ୍ତ୍ରୀଙ୍କର ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ରାଜ୍ୟ ଭିଜିଲାନସ ଏକାଡେମୀ ଏହାର ପ୍ରଶିକ୍ଷଣ ପ୍ରକ୍ରିୟାରେ ବ୍ୟାପକ ଉନ୍ନତି ଆଣିଛି । ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍‌ସ ଏକାଡେମୀକୁ ISO 9001:2015 ସାର୍ଟିଫିକେଟ୍ ମିଳିଛି । ଏହି ସାର୍ଟିଫିକେଟ ଏକାଡେମୀକୁ ଆସନ୍ତା ତିନି ବର୍ଷ ପାଇଁ ମିଳିଛି । ଏହି ସାର୍ଟିଫିକେଟ ପାଇଁ ମୁଖ୍ୟମନ୍ତ୍ରୀ ଭିଜିଲାନ୍‌ସ ଏକାଡେମୀ ଓ ରାଜ୍ୟ ଭିଜିଲାନ୍‌ସ ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ ।

୨୦୨୫ ବର୍ଷରେ ସମୁଦାୟ ୪୮୭ଟି ସ୍ଥାନରେ ଭିଜିଲାନସ ଚଢାଉ କରି ଆୟବହିର୍ଭୁତ ସମ୍ପତ୍ତି, ଲାଞ୍ଚ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ବନ୍ଦ କରିଦିଆଯାଇଛି। ୧୫୩ଟି ବିଲଡିଙ୍ଗ, ୧୮.୩ କିଲୋଗ୍ରାମର ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି। ଏଥିସହିତ ୩୬.୬୯ କୋଟି ଟଙ୍କା ଜମାରାଶି ଏବଂ ୮.୮ କୋଟି ଗଚ୍ଛିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଓଡିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ସମୟ ଆସିଯାଇଛି ଏବଂ ଏକ ଏପରି ଉଦାହରଣ ସୃଷ୍ଟି କରିବା ଯାହାଫଳରେ ସରକାରୀ କର୍ମଚାରୀ ମାନେ ଦୁର୍ନୀତିର ରାସ୍ତାରୁ ନିବୃତ୍ତ ରହିବେ । ଭିଜିଲାନ୍‌ସ ବିଭାଗ ତାର ଅଭିଯାନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ଭିଜିଲାନସ ବିଭାଗର ବିଭିନ୍ନ ଆବଶ୍ୟକତା ଯେପରି ଦକ୍ଷତା ବୃଦ୍ଧି, ନିଯୁକ୍ତି ଏବଂ ପଦବୀ ପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏ ବିଷୟରେ ତର୍ଜମା କରାଯାଇ ଖୁବ୍‌ ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଭିଜିଲାନସ ବିଭାଗ ନିର୍ଦ୍ଦେଶକ ଶ୍ରୀ ଯଶୱନ୍ତ କୁମାର ଜେଠୱା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଭିଜିଲାନସ ଶ୍ରୀ ଅସୀତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Share197Tweet123
M M

M M

ଆଜିର ପାଗ

Bhubaneswar
January 4, 2026, 3:04 AM
 

NE
Fog
19°C
1 m/s
Apparent: 22°C
Pressure: 1017 mb
Humidity: 98%
Winds: 1 m/s NE
Windgusts: 5.5 m/s
UV-Index: 0
Precip.: 0mm /5% / Rain
Sunrise: 6:22 AM
Sunset: 5:19 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଖଣ୍ଡଗିରି କୁମ୍ଭମେଳାରେ ଚଳିବନି ‘ଅଶ୍ଳୀଳତା’: ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ-ଗୀତକୁ ସମ୍ପୂର୍ଣ୍ଣ ବ୍ୟାନ୍ କଲେ ମେୟର

ଖଣ୍ଡଗିରି କୁମ୍ଭମେଳାରେ ଚଳିବନି ‘ଅଶ୍ଳୀଳତା’: ଯାତ୍ରା ମଞ୍ଚରେ ଅଶ୍ଳୀଳ ନାଚ-ଗୀତକୁ ସମ୍ପୂର୍ଣ୍ଣ ବ୍ୟାନ୍ କଲେ ମେୟର

January 3, 2026
ଲୋକସେବା ଭବନରେ ଚଳିବନି ‘ରିଲ୍ସ ମାନିଆ’: ଭିଡିଓ ସୁଟିଂ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଗର୍ଜିଲେ ଆଇନମନ୍ତ୍ରୀ

ଲୋକସେବା ଭବନରେ ଚଳିବନି ‘ରିଲ୍ସ ମାନିଆ’: ଭିଡିଓ ସୁଟିଂ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଗର୍ଜିଲେ ଆଇନମନ୍ତ୍ରୀ

January 3, 2026
ସେୟାର ଟ୍ରେଡିଂ ନାଁରେ ୧୨୦ କୋଟିର ମହାଠକେଇ: ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW

ସେୟାର ଟ୍ରେଡିଂ ନାଁରେ ୧୨୦ କୋଟିର ମହାଠକେଇ: ପଶ୍ଚିମବଙ୍ଗରୁ ମାଷ୍ଟରମାଇଣ୍ଡକୁ ଗିରଫ କଲା EOW

January 3, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom