• Latest
  • Trending
୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ  ସଫଳତା ୨୦୨୫ ରେ

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା ୨୦୨୫ ରେ

Jan-03-2026 05:18 AM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

​ରାଜଧାନୀ ସରକାରୀ ଆୟୁର୍ବେଦ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

Mar-09-2026 08:48 PM IST
ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

ରାଜ୍ୟସଭା ନିର୍ବାଚନ ‘ଆମେ ଜିତିବୁ’ 

Mar-03-2026 11:05 PM IST
କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

କେମିତି ଜିତିବେ ଦିଲ୍ଲୀପ? ଖେଳ ବୁଝାଇଲେ ରାଜାରାମ

Mar-03-2026 11:02 PM IST
ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

ଚନ୍ଦ୍ର ଗ୍ରହଣ ବିତର୍କ ବେଳେ .

Mar-03-2026 10:59 PM IST
ଜାଣନ୍ତୁ ରାଶି ଅନୁସାରେ  କପରି କଟିବ ଆଜିର ଦିନ

ଜାଣନ୍ତୁ ରାଶି ଅନୁସାରେ କପରି କଟିବ ଆଜିର ଦିନ

Mar-03-2026 02:01 PM IST
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ, ଲେବାନନରେ ଆକ୍ରମଣ, ୩୧ ହିଜବୁଲ୍ଲା ଆତଙ୍କବାଦୀ ନିହତ

Mar-03-2026 01:50 PM IST
ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

ଖାମନେଇଙ୍କ ଏହି ଛୋଟ ଭୁଲ୍ ତାଙ୍କୁ ମୃତ୍ୟୁମୁଖରେ ପକାଇଲା

Mar-03-2026 01:25 PM IST
  • About
  • Careers
  • Contact Us
Wednesday, March 18, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ ସଫଳତା ୨୦୨୫ ରେ

by M M
Jan-03-2026 05:18 AM IST
in ରାଜ୍ୟ
0
୨୦ ବର୍ଷର ଇତିହାସରେ ଭିଜିଲାନ୍‌ସ ବିଭାଗର ସର୍ବାଧିକ  ସଫଳତା ୨୦୨୫ ରେ
492
SHARES
1.4k
VIEWS
Share on FacebookShare on Twitter

ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଓଡ଼ିଶା ଭିଜିଲାନ୍ସ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ସରକାରଙ୍କ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଭିଜିଲାନ୍‌ସ ବିଭାଗ ସକ୍ରିୟ ଭାବରେ କାର୍ଯ୍ୟକରି ଦୁର୍ନୀତିଖୋର୍ ମାନଙ୍କୁ ଧରିବାରେ ସଫଳ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଭିଜିଲାନ୍‌ସ ବିଭାଗର ଏକ ସମୀକ୍ଷା ବୈଠକରୁ ଏହା ସ୍ପଷ୍ଟ ହୋଇଛି।

ବୈଠକର ଆଲୋଚନାରୁ ଜଣାପଡିଛି, ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍‌ସକୁ ୧୨୫ ଟି କେସ୍‌ର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ । ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍‌ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି ।

ଏଥିସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍‌ର ଫୈସଲା ହୋଇଛି । ସର୍ବାଧିକ ୧୭୩ଟି ଆୟବହିର୍ଭୁତ ସମ୍ପତ୍ତି ଜନିତ କେସ୍‌ର ଫୈସଲା ହୋଇଛି। ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ।

ସୂଚନାଯୋଗ୍ୟ ଯେ, ଦୁର୍ନୀତି ବିରୋଧରେ ଆକ୍ସନ ମୋଡ୍‌ରେ ସରକାର କାର୍ଯ୍ୟ କରୁଥିବାରୁ ଓଡିଶା ସାରା ଭାରତରେ ପ୍ରଶଂସିତ ହେଉଛି ଏବଂ ମୁଖ୍ୟମନ୍ତ୍ରୀଙ୍କର ଶୂନ୍ୟ ସହନଶୀଳତା ନୀତିକୁ ପାଥେୟ କରି ରାଜ୍ୟ ଭିଜିଲାନସ ଏକାଡେମୀ ଏହାର ପ୍ରଶିକ୍ଷଣ ପ୍ରକ୍ରିୟାରେ ବ୍ୟାପକ ଉନ୍ନତି ଆଣିଛି । ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍‌ସ ଏକାଡେମୀକୁ ISO 9001:2015 ସାର୍ଟିଫିକେଟ୍ ମିଳିଛି । ଏହି ସାର୍ଟିଫିକେଟ ଏକାଡେମୀକୁ ଆସନ୍ତା ତିନି ବର୍ଷ ପାଇଁ ମିଳିଛି । ଏହି ସାର୍ଟିଫିକେଟ ପାଇଁ ମୁଖ୍ୟମନ୍ତ୍ରୀ ଭିଜିଲାନ୍‌ସ ଏକାଡେମୀ ଓ ରାଜ୍ୟ ଭିଜିଲାନ୍‌ସ ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ ।

୨୦୨୫ ବର୍ଷରେ ସମୁଦାୟ ୪୮୭ଟି ସ୍ଥାନରେ ଭିଜିଲାନସ ଚଢାଉ କରି ଆୟବହିର୍ଭୁତ ସମ୍ପତ୍ତି, ଲାଞ୍ଚ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟ ଗୁଡିକୁ ବନ୍ଦ କରିଦିଆଯାଇଛି। ୧୫୩ଟି ବିଲଡିଙ୍ଗ, ୧୮.୩ କିଲୋଗ୍ରାମର ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି। ଏଥିସହିତ ୩୬.୬୯ କୋଟି ଟଙ୍କା ଜମାରାଶି ଏବଂ ୮.୮ କୋଟି ଗଚ୍ଛିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି।

ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ଓଡିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ସମୟ ଆସିଯାଇଛି ଏବଂ ଏକ ଏପରି ଉଦାହରଣ ସୃଷ୍ଟି କରିବା ଯାହାଫଳରେ ସରକାରୀ କର୍ମଚାରୀ ମାନେ ଦୁର୍ନୀତିର ରାସ୍ତାରୁ ନିବୃତ୍ତ ରହିବେ । ଭିଜିଲାନ୍‌ସ ବିଭାଗ ତାର ଅଭିଯାନ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ଭିଜିଲାନସ ବିଭାଗର ବିଭିନ୍ନ ଆବଶ୍ୟକତା ଯେପରି ଦକ୍ଷତା ବୃଦ୍ଧି, ନିଯୁକ୍ତି ଏବଂ ପଦବୀ ପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏ ବିଷୟରେ ତର୍ଜମା କରାଯାଇ ଖୁବ୍‌ ଶୀଘ୍ର ଉପଯୁକ୍ତ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଭିଜିଲାନସ ବିଭାଗ ନିର୍ଦ୍ଦେଶକ ଶ୍ରୀ ଯଶୱନ୍ତ କୁମାର ଜେଠୱା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ବତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଭିଜିଲାନସ ଶ୍ରୀ ଅସୀତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Share197Tweet123
M M

M M

ଆଜିର ପାଗ

Bhubaneswar
March 18, 2026, 4:24 AM
 
SSW
Overcast
24°C
1 m/s
Apparent: 29°C
Pressure: 1011 mb
Humidity: 86%
Winds: 1 m/s SSW
Windgusts: 8.7 m/s
UV-Index: 0
Precip.: 0mm /25% / Rain
Sunrise: 5:52 AM
Sunset: 5:56 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

March 17, 2026
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

March 16, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

March 16, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom