• Latest
  • Trending
ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

Jan-06-2026 06:13 AM IST
odisha.newsroom.in

ଆମେରିକା-ଇରାନ କଥାବାର୍ତ୍ତାରେ ମଧ୍ୟସ୍ଥି ହେବାକୁ କାହିଁକି ଆଗ୍ରହୀ ପାକିସ୍ତାନ ?

Mar-24-2026 01:36 PM IST
odisha.newsroom.in

ଏଣିକି ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହେବ, ଜାଣନ୍ତୁ କେତେ

Mar-24-2026 12:54 PM IST
odisha.newsroom.in

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ

Mar-24-2026 12:08 PM IST
odisha.newsroom.in

ଉପରମୁହାଁ ପାରଦ…ଆଗକୁ କଲବଲ କରିବ ଖରା, ସରକାର କହିଲେ…

Mar-24-2026 11:43 AM IST
odisha.newsroom.in

କାହିଁକି ମୁଣ୍ଡ ନୁଆଁଇଲେ ଟ୍ରମ୍ପ…କଣ ରହିଛି ରହସ୍ୟ ?

Mar-24-2026 11:20 AM IST
ସିଜଫାୟାର ନା ସରେଣ୍ଡର

ସିଜଫାୟାର ନା ସରେଣ୍ଡର

Mar-24-2026 10:33 AM IST
ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

Mar-24-2026 10:26 AM IST
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Mar-24-2026 09:38 AM IST
ଆସୁଛି ବଡ ବର୍ଷା 

ଆସୁଛି ବଡ ବର୍ଷା 

Mar-23-2026 07:18 PM IST
ସମୁଦ୍ର ପଥରେ ବଡ଼ ବସୁଲି 

ସମୁଦ୍ର ପଥରେ ବଡ଼ ବସୁଲି 

Mar-23-2026 06:29 PM IST
  • About
  • Careers
  • Contact Us
Tuesday, March 24, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

by M M
Jan-06-2026 06:13 AM IST
in ରାଜ୍ୟ, ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଓ ଡାକ୍ତର ଅଭାବ; ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ
495
SHARES
1.4k
VIEWS
Share on FacebookShare on Twitter

 

ନିରାକାରପୁର: ସରକାର ସ୍ୱାସ୍ଥ୍ୟ ସେବାକୁ ଘରେ ଘରେ ପହଞ୍ଚାଇବା ପାଇଁ ‘ଆମ ହସ୍ପିଟାଲ୍’ ଭଳି ଅନେକ ଯୋଜନା କରୁଛନ୍ତି, କିନ୍ତୁ ନିରାକାରପୁର ଅଞ୍ଚଳରେ ଏହି ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ଏଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବେ  ଅବ୍ୟବସ୍ଥାର ଶିକାର ହୋଇ ରୋଗ ଶଯ୍ୟାରେ ପଡ଼ିଛି। ସ୍ଥାୟୀ ବିଶେଷଜ୍ଞ ଡାକ୍ତରଙ୍କ ଘୋର ଅଭାବ ଏବଂ ଭିତ୍ତିଭୂମିର ବିପର୍ଯ୍ୟୟ ଯୋଗୁଁ ଏହା ଏବେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଅପେକ୍ଷା ‘ରେଫରାଲ୍ ସେଣ୍ଟର’ ଭାବେ ଅଧିକ ପରିଚିତ ହେଉଛି।

ନିରାକାରପୁର ଏବଂ ଏହାର ଆଖପାଖ ୪୦ରୁ ୫୦ଟି ଗାଁର ହଜାର ହଜାର ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ, ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ତ୍ରୀ-ରୋଗ, ଶିଶୁ-ରୋଗ କିମ୍ବା ଅସ୍ଥିଶଲ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସ୍ଥାୟୀ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଜଣେ ଗର୍ଭବତୀ ମହିଳା କିମ୍ବା ଜରୁରୀକାଳୀନ ରୋଗୀ ଆସିଲେ, ପ୍ରାଥମିକ ଚିକିତ୍ସା ପରେ ସିଧାସଳଖ ଖୋର୍ଦ୍ଧା କିମ୍ବା ଭୁବନେଶ୍ୱରକୁ ରେଫର୍ କରି ଦିଆଯାଉଛି। ଯାହାକୁ ନେଇ ଅଞ୍ଚଳବାସୀ ଅନେକ କଷ୍ଟ ଭୋଗିବା ସହ ଖର୍ଚାନ୍ତ ହେଉଛନ୍ତି ।

ଜରୁରୀକାଳୀନ ସେବା ବିପର୍ଯ୍ୟସ୍ତ

ରାତି ସମୟରେ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ୁଛି। କୌଣସି ଦୁର୍ଘଟଣା ଘଟିଲେ ତୁରନ୍ତ ଚିକିତ୍ସା ପାଇବା ଏଠାରେ ଏକ ପ୍ରକାର ଅସମ୍ଭବ। ଅନେକ ସମୟରେ ଫାର୍ମାସିଷ୍ଟ କିମ୍ବା ଡ୍ରେସରଙ୍କ ଭରସାରେ ରୋଗୀଙ୍କ ଜୀବନ ବାଜି ଲାଗୁଛି। ପାନୀୟ ଜଳର ସୁବିଧା ନାହିଁ କି ଶୌଚାଳୟ ପରିଷ୍କାର ନାହିଁ। ରୋଗୀମାନେ ବାହାରେ ଧାଡ଼ି ବାନ୍ଧି ଘଣ୍ଟା ଘଣ୍ଟା ଛିଡ଼ା ହେଉଥିବା ବେଳେ ଡାକ୍ତରଙ୍କ ଦର୍ଶନ ମିଳିବା କଷ୍ଟକର ହେଉଛି।

ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ:

“ଆମେ କଣ କେବଳ ଭୋଟ୍ ଦେବା ପାଇଁ?  ମୌଳିକ ସ୍ୱାସ୍ଥ୍ୟ ସୁବିଧା ପାଇଁ ଆମକୁ ୩୦ କିଲୋମିଟର ଦୌଡ଼ିବାକୁ ପଡ଼ୁଛି” – ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ। ଘରୋଇ କ୍ଲିନିକ୍ ଗୁଡ଼ିକ ଏହାର ଫାଇଦା ଉଠାଉଥିବା ବେଳେ ଗରିବ ରୋଗୀଟିଏ ଅସହାୟ ହୋଇ ପଡ଼ୁଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର, ଯେଉଁଠାରେ ରୋଗୀଙ୍କର ସମ୍ପୂର୍ଣ୍ଣ ଚିକିତ୍ସା କରାଯିବା ପରିବର୍ତ୍ତେ ତାଙ୍କୁ କେବଳ ପ୍ରାଥମିକ ଚିକିତ୍ସା ଦେଇ ଅନ୍ୟ ଏକ ବଡ଼ ହସ୍ପିଟାଲକୁ ‘ପଠାଇ ଦିଆଯାଉଛି’ ।

ନିରାକାରପୁର ସ୍ୱାସ୍ଥ୍ୟବସ୍ଥାକୁ ନେଇ ସାଧାରଣ ଲୋକ ଦୀର୍ଘଦିନ ଧରି ପ୍ରଶ୍ନ କରୁଛନ୍ତି ଯେ  ସ୍ୱାସ୍ଥ୍ୟସେବା ଏବେ ବି ସେହି ପୁରୁଣା ଅବହେଳିତ ଅବସ୍ଥାରେ କାହିଁକି?  ନିରାକାରପୁର  ସ୍ୱାସ୍ଥ୍ୟକେନ୍ଦ୍ରକୁ କେବଳ ‘ରେଫରାଲ୍ ସେଣ୍ଟର’ ଭାବେ ଚଳାଇବା ପାଇଁ ସରକାର ଲୋକଙ୍କ ଟଙ୍କା ଖର୍ଚ୍ଚ କରୁଛନ୍ତି କି? ବହୁଦିନରୁ ଦାବି ହେଉଥିଲେ ମଧ୍ୟ କେବେ ଏଠାରେ ସ୍ଥାୟୀ ସ୍ତ୍ରୀ-ରୋଗ ଓ ଶିଶୁ-ରୋଗ ବିଶେଷଜ୍ଞ ନିଯୁକ୍ତ ହେବେ? ନିରାକାରପୁରବାସୀଙ୍କ ଜୀବନ ସହ ଖେଳାଯାଉଥିବା ଏହି ଅବ୍ୟବସ୍ଥାକୁ ନେଇ ବିଧାୟକ,ସାଂସଦ ଚୁପ୍ କାହିଁକି? ତାହା ମଧ୍ୟ ବୁଝାପଡ଼ୁନାହିଁ । ଭୋଟ ବେଳେ ଗଦା ଗଦା ପ୍ରତିଶ୍ରୁତି ପରେ  ନିର୍ବାଚନ ସମୟର ‘ସ୍ୱାସ୍ଥ୍ୟ ସେବା’ର ପ୍ରତିଶ୍ରୁତି କଣ କେବଳ ଏକ ନିର୍ବାଚନୀ ଫାଙ୍କା ଆୱାଜ୍ ଥିଲା? ଏହା ସାଧାରଣ ଲୋକ ଏବେ ଆଲୋଚନା କରୁଛନ୍ତି ।

ରାତି ଅଧରେ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀ ଆସିଲେ, ତାଙ୍କୁ ଚିକିତ୍ସା ମିଳିବାର ଗ୍ୟାରେଣ୍ଟି କିଏ ଦେବ? ଯଦି ସବୁ ରୋଗୀଙ୍କୁ ଖୋର୍ଦ୍ଧା ବା ଭୁବନେଶ୍ୱର ଯିବାକୁ ପଡ଼ିବ, ତେବେ ଏହି  ହସ୍ପିଟାଲ୍ ବିଲ୍ଡିଂର ଆବଶ୍ୟକତା କଣ? ଜଣେ ଦିନମଜୁରିଆ କିମ୍ବା ଗରିବ ରୋଗୀ ଆମ୍ବୁଲାନ୍ସ ଭଡ଼ା କରି ଭୁବନେଶ୍ୱର ଯିବା ପାଇଁ ଅର୍ଥ କେଉଁଠୁ ଆଣିବ? ଏହି ଅବ୍ୟବସ୍ଥା ପାଇଁ କଣ ସ୍ଥାନୀୟ ପ୍ରଶାସନ ଦାୟୀ ନୁହେଁ କି?

ଏହି ହସ୍ପିଟାଲରେ ଅପରେସନ୍ ସୁବିଧା, ବିଶେଷଜ୍ଞ ଡାକ୍ତର (Specialist) କିମ୍ବା ଆଧୁନିକ ଯନ୍ତ୍ରପାତି ନାହିଁ। ତେଣୁ ରୋଗୀ ଆସିବା ମାତ୍ରେ ଡାକ୍ତର କୁହନ୍ତି, “ଆମ ପାଖରେ ସୁବିଧା ନାହିଁ, ଆପଣ ଖୋର୍ଦ୍ଧା କିମ୍ବା ଭୁବନେଶ୍ୱର ନେଇଯାଆନ୍ତୁ।”

କେବଳ ଫାଷ୍ଟ-ଏଡ୍ : ସମୟ ଓ ଅର୍ଥର ନଷ୍ଟ

ଏଠାରେ ରୋଗୀଙ୍କୁ କେବଳ ଯନ୍ତ୍ରଣା ଉପଶମକାରୀ ଇଞ୍ଜେକ୍ସନ କିମ୍ବା ସାମାନ୍ୟ ବ୍ୟାଣ୍ଡେଜ୍ କରି ଛାଡ଼ି ଦିଆଯାଏ। ବଡ଼ ରୋଗ କିମ୍ବା ଜରୁରୀକାଳୀନ ଅବସ୍ଥାରେ ଏହି ହସ୍ପିଟାଲ୍ କୌଣସି କାମରେ ଆସେନାହିଁ।

ରୋଗୀଟିଏ ଆଶା ନେଇ ସ୍ଥାନୀୟ ହସ୍ପିଟାଲକୁ ଆସେ, କିନ୍ତୁ ସେଠାରୁ ରେଫର୍ ହେବା ପରେ ତାଙ୍କୁ ପୁଣି ଏକ ଆମ୍ବୁଲାନ୍ସ ଭଡ଼ା କରି ବହୁ ଦୂରକୁ ଯିବାକୁ ପଡ଼େ। ଏଥିରେ ରୋଗୀର ଗୁରୁତ୍ୱପୂର୍ଣ୍ଣ ସମୟ ନଷ୍ଟ ହୁଏ, ଯାହା ଅନେକ ସମୟରେ ମୃତ୍ୟୁର କାରଣ ସାଜୁଛି।

ବୁଦ୍ଧିଜୀବୀ ଅଭିଯୋଗ କରୁଛନ୍ତି ସରକାରୀ କାଗଜପତ୍ରରେ ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତି ହେଉଛି, ହେଲେ ବାସ୍ତବରେ କାହିଁକି ଏଠାରେ ଡାକ୍ତର ରହୁନାହାନ୍ତି? ସ୍ଥାନୀୟ ଜନପ୍ରତିନିଧିମାନେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଚୁପ୍ କାହିଁକି? ନିରାକାରପୁରବାସୀ କେବେ ପାଇବେ ୨୪-ଘଣ୍ଟିଆ ସୁବ୍ୟବସ୍ଥିତ ଚିକିତ୍ସା? ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡ଼ିଛି।

Share198Tweet124
M M

M M

ଆଜିର ପାଗ

Bhubaneswar
March 24, 2026, 1:47 PM
 

S
Mainly clear
34°C
3.7 m/s
Apparent: 30°C
Pressure: 1011 mb
Humidity: 88%
Winds: 3.7 m/s S
Windgusts: 9.1 m/s
UV-Index: 0
Precip.: 0mm /28% / Rain
Sunrise: 5:47 AM
Sunset: 5:58 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
odisha.newsroom.in

ଆମେରିକା-ଇରାନ କଥାବାର୍ତ୍ତାରେ ମଧ୍ୟସ୍ଥି ହେବାକୁ କାହିଁକି ଆଗ୍ରହୀ ପାକିସ୍ତାନ ?

March 24, 2026
odisha.newsroom.in

ଏଣିକି ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହେବ, ଜାଣନ୍ତୁ କେତେ

March 24, 2026
odisha.newsroom.in

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ

March 24, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom