ଏଣିକି ବିମାନରେ ଯାତ୍ରା କରିବା ଆଉ ସହଜ ହେବ ନାହିଁ । କାରଣ ବିମାନ ଭଡା ଏବେ ଆକାଶଛୁଆଁ ହେଲାଣି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଇନ୍ଧନ ସଙ୍କଟ ଦିନକୁ ଦିନ ଉତ୍କଟ ଆକାର ଧାରଣା କରୁଥିବା ବେଳେ ଏହାର ପ୍ରଭାବ ବିମନାଯାତ୍ରା ଉପରେ ପଡିଛି ।
ଆଜିଠୁ ମହଙ୍ଗା ହୋଇଯିବ ଘରୋଇ ବିମାନ ଯାତ୍ରା। ବିମାନ ଭଡ଼ା ଉପରରୁ ‘କ୍ୟାପିଂ’ ହଟାଇଛନ୍ତି ସରକାର। ଆଜିଠୁ ବିମାନ ଭଡ଼ା ମୂଲ୍ୟ ସ୍ଥିର କରିବେ ବିମାନ କମ୍ପାନୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଭଡ଼ା ଉପରେ ଲାଗିଥିବା ଅସ୍ଥାୟୀ ସୀମାକୁ ହଟାଇବାକୁ ନିଷ୍ପତ୍ତି ନେଇଛି।
ଗତ ଡିସେମ୍ବର ମାସରେ ଇଣ୍ଡିଗୋ ବିମାନ ସେବାରେ ସୃଷ୍ଟି ହୋଇଥିବା ସଙ୍କଟ ଯୋଗୁଁ ଯାତ୍ରୀଙ୍କୁ ଶୋଷଣରୁ ରକ୍ଷା ପାଇଁ ସରକାର ସର୍ବାଧିକ ଭଡ଼ା ୧୮ ହଜାର ସୀମିତ ରଖିଥିଲେ। ବର୍ତ୍ତମାନ ପଶ୍ଚିମ ଏସୀୟ ସଂଘର୍ଷ, ଇନ୍ଧନ ମୂଲ୍ୟ ବୃଦ୍ଧି ଓ ବିମାନ କମ୍ପାନୀଗୁଡ଼ିକର ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ସରକାର ଏହି କଟକଣା ପ୍ରତ୍ୟାହାର କରିଛନ୍ତି। ଫଳରେ ବିମାନ ଟିକେଟ ମୂଲ୍ୟ ବୃଦ୍ଧି ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
/odishatv/media/media_files/2026/03/25/naa-2026-03-25-12-43-50.jpg?w=1280&resize=1280,730&ssl=1)








